ରଣରାମ ବିଷ୍ଣୋଇ
ଭାରତୀ ପରିବେଶବିତ୍
ରଣରାମ ବିଷ୍ଣୋଇ ଜଣେ ଭାରତୀୟ ପରିବେଶବିତ୍ । ସେ ରାଜସ୍ଥାନର ଯୋଧପୁର ନିକଟସ୍ଥ ଏକାଲଖୋରୀ ଗାଆଁର ବାସିନ୍ଦା । ଗାଆଁ ନିକଟରେ ଥିବା ମରୁଭୂମି ଓ ଶୁଖିଲା ଅଞ୍ଚଳରେ ସେ ବୃକ୍ଷରୋପଣ ଆରମ୍ଭ କରିଥିଲେ । ସେ ଏକାକୀ ୨୫ ବିଘା ଜମିରେ ୨୭ ହଜାରରୁ ଅଧିକ ଗଛ ଲଗାଇଛନ୍ତି । ତାଙ୍କୁ ଅଞ୍ଚଳବାସୀ ଆହୁ "ଟ୍ରି-ମ୍ୟାନ୍" ବୋଲି ଜାଣନ୍ତି ।[୧]
ରଣରାମ ବିଷ୍ଣୋଇ | |
---|---|
ଜନ୍ମ | ଏକାଲଖୋରି, ଓସିଆନ୍, ଯୋଧପୁର, ରାଜସ୍ଥାନ |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | କୃଷି ପରିବେଶବିତ୍ |
ସକ୍ରିୟ ବର୍ଷ | ୧୯୬୫ |
ପ୍ରସିଦ୍ଧି | ଟ୍ରି-ମ୍ୟାନ୍ ଅଫ୍ ଡେଜର୍ଟ |
ଉଲ୍ଲେଖନୀୟ କୃତି | ଥର ମରୁଭୂମିରେ ୨୭,୦୦୦ ବୃକ୍ଷରୋପଣ |
ସେ ବିଶ୍ୱାସ କରନ୍ତି ଯେ ପୃଥିବୀରେ ମଣିଷ ଅପେକ୍ଷା ଅଣମାନବୀୟ ପ୍ରଜାତିଙ୍କର ସମାନ ବା ଅଧିକ ଅଧିକାର ରହିଛି । ସେ କହନ୍ତି, "ଆମେ ଏଠାରେ ଅବତରଣ କରିବା ପୂର୍ବରୁ ଉଦ୍ଭିଦ ଓ ପ୍ରାଣୀମାନେ ପୃଥିବୀରେ ଥିଲେ । ପୃଥିବୀରେ ସେମାନଙ୍କର ଆମଠାରୁ ଅଧିକ ଅଧିକାର ଅଛି ଏବଂ ଯଦି ଆମେ ସେମାନଙ୍କୁ ଏହା ଦେଇ ପାରିବୁ ନାହିଁ ତେବେ ଆମେ ନିଶ୍ଚିତ କରିପାରିବୁ ଯେ ଆମେ ଆମ ଲୋଭରେ ସେମାନଙ୍କୁ ନଷ୍ଟ କରିବୁ ନାହିଁ ।"
ତାଙ୍କ ସହକର୍ମୀ ହେଉଛନ୍ତି ଖମୁ ରାମ ବିଷ୍ଣୋଇ, ଯିଏକି ପଗଡ଼ି ମଣିଷ ଭାବରେ ମଧ୍ୟ ପରିଚିତ । ଏହିସବୁ ଗଛ ଲଗାଇ ସେ ମରୁଭୂମିକୁ ତାଙ୍କ ଗାଆଁ ଉପରେ ବିସ୍ତାର କରିବାକୁ ଦେଇନଥିଲେ ।
ଆଧାର
ସମ୍ପାଦନା- ↑ "'Tree-man' turns sand dune 'green' | Business Line". Thehindubusinessline.com. 2013-04-21. Retrieved 2015-11-08.