ରକ୍ତ ଶର୍କରା ସ୍ତର

ଏହା ରକ୍ତରେ ଗ୍ଲୁକୋଜର ପରିମାଣ ଦର୍ଶାଏ ।

 

The fluctuation of blood sugar (red) and the sugar-lowering hormone insulin (blue) in humans during the course of a day with three meals. One of the effects of a sugar-rich vs a starch-rich meal is highlighted.[୧]

ରକ୍ତ ଶର୍କରା ସ୍ତର, ଅନ୍ୟ ନାମ ଗ୍ଲାଇସେମିଆ, ରକ୍ତରେ ଗ୍ଲୁକୋଜର ପରିମାଣ ଦର୍ଶାଏ ।[୨] ଖାଦ୍ୟ ଖାଇ ନଥିବା ଲୋକର ଶର୍କରା ସ୍ତର ଯେଉଁ ବ୍ୟକ୍ତି ଖାଇ ନାହାଁନ୍ତି, ସ୍ତର ସାଧାରଣତଃ ୩.୯ରୁ ୫.୬ମିମୋଲ/ଲି ଅଟେ ଯାହା (୭୦ରୁ ୧୦୦) ମିଗ୍ରା/ଡେଲି ।[୩] ଦୁଇଟି ପୃଥକ ସମୟରେ ଉପବାସ ସ୍ତର ୭.୦ରୁ ଅଧିକ ମିମୋଲ/ଲି ବା (୧୨୬/ଡେଲି) ଥିଲେ ମଧୁମେହ ସୂଚିତ କରେ । [୩] ୩.୯ ମିମୋଲ/ଡେଲିରୁ ନିମ୍ନ ସ୍ତରଗୁଡିକ ହାଇପୋଗ୍ଲାଇସେମିଆ ଭାବରେ ଜଣାଶୁଣା, ଯଦିଓ ମଧୁମେହ ନଥିବା ଲୋକଙ୍କ କ୍ଷେତ୍ରରେ ୨.୮ (୫୦ ମିଗ୍ରା / ଡେଲି) ସ୍ତର ସ୍ୱାଭାବିକ ହୋଇପାରେ | [୩] [୪] ଖାଇବା ପରେ ୧୧.୧ ମିମୋଲ/ଲି (୨୦୦ମିଗ୍ରା/ଡେଲି)ରୁ ଅଧିକ ହୋଇପାରେ, ଯଦିଓ ଦୁଇ ଘଣ୍ଟା ମଧ୍ୟରେ ୭.୮ମିମୋଲ/ଲି (୧୪୦ମିଗ୍ରା/ଡେଲି)କୁ କମିଯାଏ | [୫] ଜୀବନର ପ୍ରଥମ କିଛି ଘଣ୍ଟା ମଧ୍ୟରେ ନବଜାତ ଶିଶୁମାନଙ୍କର ସ୍ତର ୧.୧ରୁ ୧.୪ମି ମୋଲ/ଲି (୨୦ରୁ ୨୫ମିଗ୍ରା/ଡେଲି[୬] ହୋଇପାରେ ।

ରକ୍ତରେ ଶର୍କରା ସ୍ତର ମାପିବାର ବିଭିନ୍ନ ପଦ୍ଧତି ଅଛି ଯେପରିକି ଗ୍ଲୁକୋମିଟର ଏବଂ କ୍ରମାଗତ ଗ୍ଲୁକୋଜ ମନିଟର ।[୭] ବିଗତ ୨ରୁ ୩ ମାସ ମଧ୍ୟରେ ହାରାହାରି ରକ୍ତ ଶର୍କରା ସ୍ତରକୁ ଏଚବିଏ୧ସି (HbA1C) ପରୀକ୍ଷା କୁହାଯାଉଛି ।[୭] ଖରାପ ଗଚ୍ଛିତ ସ୍ଟ୍ରିପ, ଅତ୍ୟଧିକ ତାପମାତ୍ରା, ଅତ୍ୟଧିକ ଉଚ୍ଚତା, ଏବଂ ଭିଟାମିନ୍ ସି, ଡୋପାମାଇନ୍, ଏବଂ ପାରାସେଟାମୋଲ ଭଳି କିଛି ଔଷଧ ସେବନ କରିଥିଲେ ଭୁଲ୍ ମାପ ହୋଇପାରେ ।[୮] ଚର୍ମରେ କିଛି ଚିନି ଉତ୍ପାଦ ଥିଲେ, କମ୍ ହେମାଟୋକ୍ରାଇଟ୍, ଉଚ୍ଚ ୟୁରିକ୍ ଏସିଡ୍ କିମ୍ବା କମ୍ ଅମ୍ଳଜାନ ସ୍ତର ସହିତ ମାପ ପଠନ ଭୁଲ୍ ହୋଇପାରେ ।[୮] ଚର୍ମରେ ରକ୍ତ ସଞ୍ଚାଳନ କମ ଥିଲେ, ଉଚ୍ଚ ଟ୍ରାଇଗ୍ଲାଇସରାଇଡ୍ ସ୍ତର, କିମ୍ବା ଉଚ୍ଚ ରକ୍ତ ଅମ୍ଳଜାନ ସ୍ତର ଥିଲେ ପଠନ ଭୁଲ୍ ହୋଇପାରେ । [୮]

ରକ୍ତ ଗ୍ଲୁକୋଜକୁ ଶରୀର ଦୃଢ଼ ଭାବରେ ନିୟନ୍ତ୍ରଣ କରିଥାଏ । [୯] ସ୍କେଲିଟାଲ ମାଂସପେଶୀ ଏବଂ ଯକୃତ କୋଷରେ ଗ୍ଲାଇକୋଜେନ ଆକାରରେ ଗ୍ଲୁକୋଜ ଗଚ୍ଛିତ ହୁଏ; ଉପବାସ କଲାବେଳେ ଏହି ଗ୍ଲାଇକୋଜେନ୍ ଷ୍ଟୋରଗୁଡିକରୁ ଗ୍ଲୁକୋଜ ଆସି ରକ୍ତରେ ମିଶି ଯିବାରୁ ଶର୍କରା ସ୍ତର ସ୍ଥିର ଭାବରେ ରକ୍ଷଣାବେକ୍ଷଣ କରାଯାଏ । [୯] ଶରୀରର ବିଭିନ୍ନ କାର୍ଯ୍ୟ ପାଇଁ ଗ୍ଲୁକୋଜ ଗୁରୁତ୍ୱପୂର୍ଣ ଅଟେ, ବିଶେଷତଃ ପରିଶ୍ରମ ନ କରୁଥିବା ଲୋକଙ୍କର ୬୦% ଶର୍କରା ମସ୍ତିଷ୍କ ବ୍ୟବ‌ହାର କରିଥାଏ ।[୯] ଏହା ରକ୍ତ ମାଧ୍ୟମରେ ଅନ୍ତନଳୀ କିମ୍ବା ଯକୃତରୁ ଅନ୍ୟ ତନ୍ତୁମାନଙ୍କୁ ପରିବହନ କରାଯାଇଥାଏ ।[୯] ଜୀବକୋଷର ଶର୍କରା ଗ୍ରହଣ ଅଗ୍ନାଶୟରୁ ଉତ୍ପନ୍ନ ହରମୋନ୍ ଇନସୁଲିନ‌ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।[୯] ୭୦ କେଜି ଓଜନ (୧୫୪ ପାଉଣ୍ଡ) ବିଶିଷ୍ଟ ଲୋକର ରକ୍ତରେ ପ୍ରାୟ ୪ ଗ୍ରାମ ଶର୍କରା ଉପସ୍ଥିତ ଥାଏ । [୯]

ଆଧାର ସମ୍ପାଦନା

  1. Daly ME, Vale C, Walker M, Littlefield A, Alberti KG, Mathers JC (June 1998). "Acute effects on insulin sensitivity and diurnal metabolic profiles of a high-sucrose compared with a high-starch diet" (PDF). The American Journal of Clinical Nutrition. 67 (6): 1186–96. doi:10.1093/ajcn/67.6.1186. PMID 9625092.
  2. "Definition: Blood Glucose Level (for Parents) - Nemours KidsHealth". kidshealth.org. Archived from the original on 8 December 2021. Retrieved 9 December 2022.
  3. ୩.୦ ୩.୧ ୩.୨ "Indicator Metadata Registry Details". www.who.int (in ଇଂରାଜୀ). Archived from the original on 22 September 2022. Retrieved 8 December 2022.
  4. "Blood Glucose (Sugar) Test: Levels & What They Mean". Cleveland Clinic (in ଇଂରାଜୀ). Archived from the original on 18 August 2022. Retrieved 8 December 2022.
  5. Seery, Conor (15 January 2019). "Normal blood sugar ranges and blood sugar ranges for adults and children with type 1 diabetes, type 2 diabetes and blood sugar ranges to determine people with diabetes". Diabetes. Archived from the original on 3 December 2019. Retrieved 8 December 2022.
  6. Abramowski, A; Ward, R; Hamdan, AH (January 2022). "Neonatal Hypoglycemia". PMID 30725790. {{cite journal}}: Cite journal requires |journal= (help)
  7. ୭.୦ ୭.୧ "Manage Blood Sugar". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 28 April 2021. Archived from the original on 5 November 2022. Retrieved 9 December 2022.
  8. ୮.୦ ୮.୧ ୮.୨ Erbach, M; Freckmann, G; Hinzmann, R; Kulzer, B; Ziegler, R; Heinemann, L; Schnell, O (September 2016). "Interferences and Limitations in Blood Glucose Self-Testing: An Overview of the Current Knowledge". Journal of diabetes science and technology. 10 (5): 1161–8. doi:10.1177/1932296816641433. PMID 27044519.
  9. ୯.୦ ୯.୧ ୯.୨ ୯.୩ ୯.୪ ୯.୫ Wasserman DH (January 2009). "Four grams of glucose". American Journal of Physiology. Endocrinology and Metabolism. 296 (1): E11–21. doi:10.1152/ajpendo.90563.2008. PMC 2636990. PMID 18840763.