ରଈସ

୨୦୧୭ର ହିନ୍ଦୀ କଥାଚିତ୍ର

ରଇଜ ହେଉଛି ୨୦୧୭ ମସିହାରେ ରାହୁଲ ଢୋଲକିୟାଙ୍କଦ୍ୱାରା ନିର୍ଦ୍ଦେଶୀତ ଏବଂ ଗୌରୀ ଖାଁଙ୍କ, ରିତେଶ ସିଡବନି ଏବଂ ଫରହନ ଅକ୍ଷତରଙ୍କଦ୍ୱାରା ନିର୍ମିତ ଏକ ଅପରାଧ ଭିତ୍ତିକ ଚଳଚ୍ଚିତ୍ର । ଏହା ରେଡ଼ ଚିଲିସ ଏଣ୍ଟରଟେଂମେଣ୍ଟ ଏବଂ ଏକସେଲ ଏଣ୍ଟରଟେଂମେଣ୍ଟ ବ୍ୟାନରରେ ଉନ୍ମୋଚନ ହୋଇଥିଲା । ଏହାର ମୁଖ୍ୟ ଭୂମିକାରେ ସରୁଖ ଖାନ, ମହୀରା ଖାନ ଏବଂ ନବାଜୁଦ୍ଦିନ ସୀଦ୍ଦୀକି ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ଭାରତ ବର୍ଷରେ ବହୁଳ ଆଦୃତ ହୋଇଛି ।

କୁହା ଯାଉଛି ଯେ, ଏହି ଚଳଚ୍ଚିତ୍ରଟି ଅପରାଧୀ ଅବଦୁଲ ଲତିଫଙ୍କ ଜୀବନ ଶୈଳୀ ଉପରେ ଆଧାରିତ। [୧][୨][୩] କିନ୍ତୁ ଚଳଚ୍ଚିତ୍ରର ପ୍ରଯୋଜକ ଏହି କଥାଟିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ।

ଚଳଚ୍ଚିତ୍ର ନିର୍ମାଣ ସମ୍ପାଦନା

ଚଳଚ୍ଚିତ୍ରର ନିର୍ମାଣ ଏପ୍ରିଲ ୨୦୧୫ରେ ଆରମ୍ଭ ହୋଇଥିଲା । ଏହା ପ୍ରଥମ କରି ଭାରତର ସହର ମୁମ୍ବାଇରେ ଆରମ୍ଭ ହୋଇଥିଲା । ଏହାର ସୁଟିଙ୍ଗ ସ୍ଥାନ ଗୁଡିକୁ ଅହମଦାବାଦର ବସ୍ତିଗୁଡ଼ିକ ପରି କରାଯାଇଥିଲା । ଏହାର ଶେଷ ଭାଗଟି ୨୦୧୬ ମସିହାରେ ଗୁଜରାଟରେ ସୁଟିଂ କରାଯାଇଥିଲା । ବହୁତ ବିରୋଧ ସତ୍ତ୍ୱେ ଏହାକୁ ଜାନୁଆରୀରୁ ଫେବୃଆରୀ ୨୦୧୬ ମଧ୍ୟରେ ଭୁଜଠାରେ ମଧ୍ୟ ସୁଟିଂ ଜରାଯାଇ ଥିଲା ।

ଆଧାର ସମ୍ପାଦନା

  1. "Shah Rukh Khan's Raees Faces Minor Troubles Just Before The Release Of Its Trailer". India Times. Retrieved 8 December 2016.
  2. "The story of Abdul Latif, on whose life SRK's upcoming movie Raees is based". OpIndia.com. 7 December 2016. Retrieved 10 December 2016.
  3. "What Modi Said About Abdul Latif - The Gangster On Whose Life SRK's Upcoming Film Raees Is Based". Swarajya. 9 December 2016. Retrieved 10 December 2016.