ଯୋଗିନୀ ଜଳପ୍ରପାତ ଉପତ୍ୟକାରେ ଅବସ୍ଥିତ । ଏଠାରେ ଗ୍ରାମଦେବତୀ ହେଉଛନ୍ତି ଯୋଗିନୀ । ସେଥିପାଇଁ ସେଠାରେ ନାରୀ ଶକ୍ତିକୁ ବହୁତ ମାନନ୍ତି । ଓ ସେଇ ପୀଠଟି ଶକ୍ତି ପୀଠ ଭାବେ ଜଣା ।

ଯୋଗିନୀ ଜଳପ୍ରପାତଟି ବଶିଷ୍ଟ ଗ୍ରାମଠାରୁ ୩କିମି ଦୂରରେ ଅବସ୍ଥିତ । ଏହାର ଉତ୍ତର ଦିଗରୁ ପ୍ରାଚୀର ସଦୃଶ୍ୟ ଦେଖା ହୁଏ । ବଶିଷ୍ଟ ଗ୍ରାମର ଲୋକଙ୍କ କହିବା ଅନୁସାରେ ଏହାର ଜଳ ମଧ୍ୟରେ ଥିବା ଦେବା ଦେବୀ ସେଠାରେ ଥିବା ଗ୍ରାମ ବାସୀଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି ।

ଏହି ଜଳପ୍ରପାତଟି ଇନ୍ଦ୍ରଙ୍କ ଝିଅ ଯୋଗିନୀଙ୍କ ସ୍ନାନ କରିବା ସ୍ଥାନ । ଏହି ଗ୍ରାମର ଲୋକମାନେ ସେମାଙ୍କ ନବ ଜାତ ଶିଶୁଙ୍କୁ ଏହି ଜଳପ୍ରପାତରେ ପ୍ରଥମ ସ୍ନାନ କରାଇଥାନ୍ତି ।

ଏହି ଜଳପ୍ରପାତଟି ଛୋଟ ଛୋଟ ପାର୍ବତ ମଧ୍ୟରୁ ବାହାରି ଆସିଛି । ଯେ କେହି ବି କହିପାରିବେ ଏହା ସାଧାରଣ ଜଳପ୍ରପାତ କିନ୍ତୁ ଏହା ଟିକେ ଅଲଗା ସେ ପର୍ବତଗୁଡ଼ିକ ବରଫଛାଦୀତ । ଓ ପାଇନ ବୃକ୍ଷରେ ପରିପୂର୍ଣ୍ଣ ଯେଉଁଟା କି ଗୋଟେ ଶାନ୍ତ ପରିବେଶ ସୃଷ୍ଟି କରାଏ । ବିଭିନ୍ନ ପର୍ବ ପର୍ବାଣିରେ ସେଠାରେ ହେଉଥିବା ରୋଷେଇ ପାଇଁ ସେହି ପୀଠ ପ୍ରସିଦ୍ଧ ।

ଏହି ଜଳ ପ୍ରପାତଟି ସୁନ୍ଦର ଝରଣା ଓ ଶକ୍ତି ପୀଠ ପାଇଁ ଭାରତ ପ୍ରସିଦ୍ଧ । ଏହି ସ୍ଥାନକୁ ହଜାର ହଜାର ପର୍ଯ୍ୟଟକ ସବୁବେଳେ ଆସିଥାନ୍ତି । ଓ ବିଶେଷ କରି ଏହି ସୁନ୍ଦର ଜଳପ୍ରପାତକୁ ଉପଭୋଗ କରିବା ପାଇଁ ବିଦେଶୀ ପର୍ଯ୍ୟଟକ ବହୁତ ଆଗ୍ରହୀ ।