ଯଶୋଦା ବିମଳାଧର୍ମା

ଯଶୋଦା ବିମଳାଧର୍ମା (ସିଂହଳୀ: යශෝධා විමලධර්ම) ଶ୍ରୀଲଙ୍କା ସିନେମା, ମଞ୍ଚ ଡ୍ରାମା ଏବଂ ଟେଲିଭିଜନର ଜଣେ ଶ୍ରୀଲଙ୍କା ଅଭିନେତ୍ରୀ ଅଟନ୍ତି ।[୧]

ଯଶୋଦା ବିମଳାଧର୍ମା
ଜନ୍ମ
ଯଶୋଦା ବିମଳାଧର୍ମା

(1970-10-28) ୨୮ ଅକ୍ଟୋବର ୧୯୭୦ (ବୟସ ୫୩)
ଶ୍ରୀଲଙ୍କା
ଜାତୀୟତାSri Lankan
ବୃତ୍ତି(ସମୂହ)Actress, Model, Presenter
ସକ୍ରିୟ ବର୍ଷ1993-present
ପିତାମାତାs
  • Ravilal Wimaladharma (father)
  • Mallika Wimaladharma (mother)
ସମ୍ପର୍କୀୟBandula Vithanage (uncle)
Nalaka Vithanage (cousin)
ୱେବସାଇଟhttp://www.yashodaw.com/index.html

ଜୀବନୀ ସମ୍ପାଦନା

ଯଶୋଦା ବିମଳାଧର୍ମା ଶ୍ରୀଲଙ୍କାରେ ୨୮ ଅକ୍ଟୋବର ୧୯୭୦ ମସିହାରେ କେଲାନିଆ ବିଶ୍ୱବିଦ୍ୟାଳୟର ହିନ୍ଦୀ ଭାଷା ଅଧ୍ୟାପକ ତଥା ପୂର୍ବତନ ନୃତ୍ୟଶିଳ୍ପୀ ତଥା ବିଦ୍ୟାଳୟର ଶିକ୍ଷକ ମଲ୍ଲୀକା ବିମଳାଧର୍ମାଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଭଉଣୀ ସୋସିଥା, ବର୍ତ୍ତମାନ ବିଦ୍ୟାଳୟର ଶିକ୍ଷକ ଅଟନ୍ତି । ସେ ଯଶୋଦାଙ୍କଠାରୁ ସାତ ବର୍ଷ ବଡ଼ ।[୨] ସେ ହିନ୍ଦୀରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ଏବଂ ଏହି ଭାଷାରେ ବହୁ ପାରଙ୍ଗମ ଅଟନ୍ତି ।

ବିମଳାଧର୍ମା କଲମ୍ବୋର ମିଲାଗିରିଆ ସେଣ୍ଟ ପାଉଲ ବାଳିକା ବିଦ୍ୟାଳୟରେ ପଢ଼ିଥିଲେ ।

ବୃତ୍ତି ସମ୍ପାଦନା

୧୯୮୮ ମସିହାରେ ତାଙ୍କ ମାମୁଁ ବାନ୍ଦୁଲା ଭିଥାନେଜ ନିର୍ଦ୍ଦେଶିତ ଟେଲିଡ୍ରାମା ଅଟଳ ବିନ୍ଦେଇରେ ଅଭିନୟ କରିବାକୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହା ତାଙ୍କର ପ୍ରଥମ ଡ୍ରାମା ବୃତ୍ତିର ଆରମ୍ଭ ଥିଲା । ଯଶୋଦା ୧୯୯୦ ମସିହାରେ ବିଜୟ ଧର୍ମସୀରଙ୍କ ନିର୍ଦ୍ଦେଶିତ ଗୁରୁଗେଡାରା ଚଳଚ୍ଚିତ୍ର ସିନେମାରେ ଡେବ୍ୟୁ କରିଥିଲେ ଏବଂ ୧୯୯୩ ମସିହାରେ ସରାସଭିଆ ଚଳଚ୍ଚିତ୍ର ମହୋତ୍ସବରେ ଏହି ଚଳଚ୍ଚିତ୍ର ପାଇଁ ମେରିଟ ପୁରସ୍କାର ମଧ୍ୟ ପାଇଥିଲେ ।[୩]

ଯଶୋଦା ତାଙ୍କ ବ୍ୟକ୍ତିଗତ ୱେବସାଇଟ (www.yashodaw.com)କୁ ୧୮ ଜୁନ ୨୦୦୩ ମସିହାରେ କଲମ୍ବୋର ଗାଲାଡାରୀ ହୋଟେଲରେ ଆୟୋଜିତ କରିଥିଲେ । ଶ୍ରୀଲଙ୍କା ଅଭିନେତ୍ରୀଙ୍କଦ୍ୱାରା ଏହା ପ୍ରଥମ ୱେବସାଇଟ ଥିଲା ।[୪] ୧୯୯୯ ମସିହାରେ ସେ ଥୁଗୁ ଗିରିକୁଲୁ ନାମକ ପ୍ରଥମ ଗୀତ ତିଆରି କରିଥିଲେ । ଏହି ଗୀତକୁ ଡାଏନ୍ ୱିଥାରାନା ଗାଇଥିଲେ ଏବଂ ରୋହାନା ୱେରସିଂହଙ୍କଦ୍ୱାରା ସଙ୍ଗୀତ ରଚନା କରାଯାଇଥିଲା ।[୫]

୨୦୧୯ ମସିହାରେ ସେ ପ୍ରଥମ ଶ୍ରୀଲଙ୍କା ମହିଳା ଅଟନ୍ତି ଯିଏ ଆନ୍ତର୍ଜାତିୟ ଚଳଚ୍ଚିତ୍ର ମହୋତ୍ସବରେ ବିଚାରପତି ଭାବେ ନିଯୁକ୍ତି ହୋଇଥିଲେ ।[୬]

ଆଧାର ସମ୍ପାଦନା

  1. "Yashodha and Sangeetha:Different strokes". Sunday Observer(Sri Lanka). 3 April 2005.
  2. "At a Glance". Personal Website. 22 February 2008.
  3. "Career & Achievements". Personal Website. 22 February 2008.
  4. "Yashoda hits the world wide web". Sunday Observer(Sri Lanka). 29 June 2003.
  5. "Yashodha turns song lyric writer". Sunday times. Retrieved 17 November 2017.
  6. "I was an artist in the wrong country". Sarasaviya. 17 October 2019.