ଯଯାତି
ରାଜା ନହୁଷଙ୍କ ଛଅ ପୁତ୍ର ମଧ୍ୟରୁ ଯଯାତି ଅନ୍ୟତମ । ଯଜାତିଙ୍କ ମାତା ଥିଲେ ଶିବ ପାର୍ବତୀଙ୍କ କନ୍ୟା ଅଶୋକସୁନ୍ଦରୀ[୧] ଏବଂ ଅନ୍ୟ ଭାଇମାନେ ହେଲେ ୟତି, ସୟାତି, ଆୟତୀ, ବିୟତି ଏବଂ କୃତି । ଜ୍ୟେଷ୍ଠପୁତ୍ର ୟତୀ ରାଜ୍ୟଶାସନରେ ବିମୁଖ ରହିବାରୁ ରାଜା ନହୁଶ ତାଙ୍କର ଦ୍ୱିତୀୟ ପୁତ୍ର ଯଯାତିଙ୍କୁ ରାଜମୁକୁଟ ପିନ୍ଧାଇଲେ । ପାଣ୍ଡବ ତଥା ଯଦୁବଂଶୀଙ୍କ ପୂର୍ବଜ ଏହି ଯଯାତି ଶୁକ୍ରାଚାର୍ଯ୍ୟଙ୍କ ଝିଅ ଦେବଯାନୀଙ୍କୁ ବିବାହ କରିଥିଲେ । ପୌରାଣିକ ବର୍ଣ୍ଣନା ଅନୁସାରେ ସମଗ୍ର ଧରାକୁ ବିଜୟ କରି ସେ ଚକ୍ରବର୍ତ୍ତୀ ସମ୍ରାଟ ଉପାଧୀ ପ୍ରାପ୍ତ କରିଥିଲେ ।
ପୌରାଣିକ ଗାଥା
ସମ୍ପାଦନାଦେବଯାନୀଙ୍କ ବ୍ୟତୀତ ସେ ଶର୍ମିଷ୍ଠାଙ୍କୁ ମଧ୍ୟ ବିବାହ କରିଥିଲେ । ଏ ସଂପର୍କରେ ଥିବା କିମ୍ବଦନ୍ତୀଟି ଏହିପରି । ଦେବୟାନୀଙ୍କ ସହ ତାଙ୍କ ସଖୀ ଶର୍ମିଷ୍ଠା ମଧ୍ୟ ଯଯାତିଙ୍କ ରାଜଭବନରେ ରହିବାକୁ ଲାଗିଲେ । ଯଯାତି, ଦେବଯାନୀଙ୍କ ପିତା ଶୁକ୍ରାଚାର୍ଯ୍ୟଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଦେବଯାନୀଙ୍କ ବ୍ୟତୀତ ଅନ୍ୟ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବେ ନାହିଁ । ଥରେ ଶର୍ମିଷ୍ଠା କାମପ୍ରବଣ ହୋଇ ଯଯାତିଙ୍କୁ ନିଜ ପ୍ରତି ଆକର୍ଷିତ କଲେ । ଶର୍ମିଷ୍ଠାର ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇ ଯଯାତି ମଧ୍ୟ ନିଜର ହିତାହିତ ଜ୍ଞାନ ଭୁଲି ତାଙ୍କ ସହ କାମାସକ୍ତ ହେଲେ । ଏହିପରି ଭାବରେ, ଶର୍ମିଷ୍ଠା ଏବଂ ଯଯାତିଙ୍କର ଦୈହିକ ମିଳନ ଘଟିଲା । ଏହିପରି ଦୁହେଁ ଦେବଯାନୀଙ୍କଠାରୁ ଲୁଚି ପ୍ରାୟ ତିନି ବର୍ଷ ସ୍ୱମୀ-ସ୍ତ୍ରୀ ଭାବେ ବିତାଇବାପରେ ଯେତେବେଳେ ତାଙ୍କର ତିନି ପୁଅ ହେଲେ, ଦେବଯାନୀ ଏହା ଜାଣି ପିତା ଶୁକ୍ରାଚର୍ଯ୍ୟଙ୍କୁ ସବୁକିଛି କହିଥିଲେ । ନିଜର ବଚନ ରକ୍ଷା ନ କରି ଅନ୍ୟ ସ୍ତ୍ରୀ ସହ ଶାରୀରିକ ସଂପର୍କ ରଖିଥିବା ହେତୁ ଶୁକ୍ରାଚାର୍ଯ୍ୟ ଯଯାତିଙ୍କୁ ଅଭିଶାପ ଦେଲେ । ଅଭିଶାପ ଫଳରେ ସେ ଯୁବାବସ୍ଥାରେ ଥାଇ ବୃଦ୍ଧ ହୋଇଗଲେ । ତେବେ ଦୟାପରବଶ ହୋଇ ଅଭିଶାପରେ ପରିବର୍ତ୍ତନ କରି ଶୁକ୍ରାଚାର୍ଯ୍ୟ କହିଲେ ଯେ ସେ ତାଙ୍କର ପୁତ୍ରଙ୍କ ସମ୍ମତି କ୍ରମେ ଏହି ଶାପଗ୍ରସ୍ତ ବୃଦ୍ଧାବସ୍ଥା ତାଙ୍କ ପରିବର୍ତ୍ତେ ତାଙ୍କ ପୁତ୍ର ମଧ୍ୟ ଭୋଗ କରିପାରିବ । ଏହି ପୌରାଣିକ ଗାଥା ମହାଭାରତର ଆଦିପର୍ବ ତଥା ଭାଗବତ ମହାପୁରାଣରେ ବର୍ଣ୍ଣିତ ।[୨]
ଏହିପରି ଭାବେ ଯଯାତିଙ୍କର ଦୁଇଟି ପତ୍ନୀ ମଧ୍ୟରୁ ଶର୍ମିଷ୍ଟାଙ୍କର ତିନି ପୁଅ ଏବଂ ଦେବୟାନୀଙ୍କର ଦୁଇଟି ପୁତ୍ର ଥିଲେ । ଶାପର ସର୍ତ୍ତ ଅନୁସାରେ ଯଯାତି ବୃଦ୍ଧାବସ୍ଥାକୁ ପୁଅମାନଙ୍କୁ ଦେଇ ସେମାନଙ୍କର ଯୌବନ ପାଇବାକୁ ଚାହୁଁଥିଲେ, କିନ୍ତୁ ପୁରୁ ବ୍ୟତୀତ ଅନ୍ୟ କୌଣସି ପୁଅ ଏଥିରେ ରାଜି ହୋଇନଥିଲେ । ପୁରୁ ପୁତ୍ରମାନଙ୍କ ମଧ୍ୟରେ ସାନ ଥିଲେ, କିନ୍ତୁ ପିତା ତାଙ୍କୁ ରାଜ୍ୟର ଉତ୍ତରାଧିକାରୀ କରିଥିଲେ ଏବଂ ନିଜେ ଏକ ହଜାର ବର୍ଷ ପର୍ଯ୍ୟନ୍ତ ଯୁବକ ରହି ଶାରୀରିକ ଯୌବନ ଉପଭୋଗ କରିବାକୁ ଲାଗିଲେ । ଏହା ପରେ ପୁତ୍ର ପୁରୁକୁ ଡାକି ଯଯାତି କହିଥିଲେ - 'ଏତେ ଦିନ ପର୍ଯ୍ୟନ୍ତ ସୁଖ ଉପଭୋଗ କରିବା ପରେ ମଧ୍ୟ ମୁଁ ସନ୍ତୁଷ୍ଟ ଅନୁଭବ କରି ନାହିଁ । ଅତଏବ ତୁମେ ତୁମର ଯୌବନ ନେଇଯାଅ, ମୁଁ ବର୍ତ୍ତମାନ ବାନପ୍ରସ୍ଥ ଆଶ୍ରମରେ ରହି ଅନୁତାପ କରିବି । ' ତା’ପରେ ଯଯାତି ଘୋର ତପସ୍ୟା କରି ସ୍ୱର୍ଗରେ ପହଞ୍ଚିଥିଲେ, କିନ୍ତୁ କିଛି ଦିନ ପରେ ଇନ୍ଦ୍ରଙ୍କ ଅଭିଶାପଦ୍ୱାରା ସେ ସ୍ୱର୍ଗଭ୍ରଷ୍ଟ ହୋଇ ପୁଣି ମର୍ତ୍ତ୍ୟକୁ ଫେରିବାକୁ ବାଧ୍ୟ ହେଲେ ।(ମହାଭାରତ, ଆଦିପର୍ବ, ୬୧-୪) | ମର୍ତ୍ତ୍ୟକୁ ଫେରିବାବେଳେ ଯଯାତିଙ୍କ ଅସୁବିଧା ଦେଖି ଅନେକେ ସେମାନଙ୍କର ପୁଣ୍ୟ ଦାନ କରିବା ଫଳରେ ଯଯାତି ପୁଣି ସ୍ୱର୍ଗକୁ ଫେରିଗଲେ । ଏହିପରି ଯଯାତି ଶେଷରେ ମୁକ୍ତି ଲାଭ କଲେ ।
ଆଧାର
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |