ମ୍ୟାରୀ ଗ୍ଲୋରେ

ଅଷ୍ଟ୍ରେଲୀୟ ଡାକ୍ତର

ମ୍ୟାରୀ ଗ୍ଲୋରେ (Sr Mary of the Sacred Heart JMJ) (୧୮୮୭-୧୯୫୭) ଜଣେ ଅଷ୍ଟ୍ରେଲିଆ ଜନ୍ମିତ ଓ ବଢ଼ିଥିବା ଡାକ୍ତର, ଯେ ୩୭ ବର୍ଷ ଭାରତରେ ଅତିବାହିତ କରିଥିଲେ ଓ ସେଠାରେ ସ୍ୱାସ୍ଥ୍ୟ ପ୍ରଦାୟୀ ସୁବିଧା, ସେବା ଓ ପରିଚାଳନା ଗଠନ କରିଥିଲେ । ସେ ପ୍ରଥମ କ୍ୟାଥୋଲିକ୍ ଭାବେ ଡାକ୍ତର ହୋଇଥିବା ବିଶ୍ୱାସ କରାଯାଏ ।[୧] କ୍ୟାଥୋଲିକ୍ ଚର୍ଚ୍ଚ ତାଙ୍କୁ ୨୦୧୩ରେ ଭଗବାନଙ୍କ ସେବକ ଭାବେ ଘୋଷଣା କରିଥିଲା ।[୨]

ଆଦ୍ୟ ଜୀବନ ସମ୍ପାଦନା

ମ୍ୟାରୀ ଗ୍ଲୋରେ ୨୩ ଜୁନ୍ ୧୮୮୭ରେ ବିରେଗୁରାର ଭିକ୍ଟୋରିଆନ୍ ସ‌ହରରେ ଜନ୍ମ ହୋଇଥିଲେ ।[୩] ତାଙ୍କ ପରିବାର ପ୍ରଥମେ ଗାର୍‌ଭୋକ୍ ଓ ତା'ପରେ ଭିକ୍ଟୋରିଆର ମାଲେ ଅଞ୍ଚଳର ୱାଚେମ୍‌ର ଉତ୍ତରକୁ ସ୍ଥାନାନ୍ତରିତ ହୋଇଥିଲେ । ମ୍ୟାରୀଙ୍କ ବାପା ଏଡ୍‌ୱାର୍ଡ୍ ଗ୍ଲୋରେ ପ୍ରଥମେ ବିରେଗୁରାରେ ଏକ ସାଧାରଣ ଦୋକାନ ଓ ପରେ ଗାର୍‌ଭୋକ୍ ଓ ୱାଚେମ୍‌ରେ ହୋଟେଲ୍ ଚଲାଉଥିଲେ ।

ଶିକ୍ଷା ସମ୍ପାଦନା

୧୯୦୦ରେ ମ୍ୟାରୀ ଗ୍ଲୋରେ, ଭିକ୍ଟୋରିଆନ୍ ଷ୍ଟେଟ୍ ଏଜୁକେସନ୍ ସେକଣ୍ଡାରୀ ସ୍କଲାର୍‌ସିପ୍ ପରୀକ୍ଷାରେ ୮୦୦ ପରୀକ୍ଷାର୍ଥୀଙ୍କ ଭିତରୁ ତୃତୀୟ ସ୍ଥାନରେ ଥିଲେ ।[୪] ୧୯୦୧-୧୯୦୪ ସେ ଦକ୍ଷିଣ ମେଲ୍‌ବୋର୍ଣ୍ଣ୍‌ର ବ୍ୟାଙ୍କ୍ ଷ୍ଟ୍ରିଟ୍‌ରେ ଥିବା ଦକ୍ଷିଣ ମେଲ୍‌ବୋର୍ଣ୍ଣ୍ କଲେଜ୍‌ରେ ଯୋଗ ଦେଇଥିଲେ । ସେଠାରେ ସେ ଆଲ୍‌ବର୍ଟ୍ ପାର୍କ୍‌ର ଗୁଡ୍ ସେଫର୍ଡ୍ କନ୍‌ଭେଣ୍ଟ୍‌ରେ ରହୁଥିଲେ । ସେ ଏସ୍ଏମ୍‌ସିର ପ୍ରଥମ ବର୍ଷରେ ମାଟ୍ରିକୁଲେସନ୍ ଉତ୍ତୀର୍ଣ୍ଣ ହୋଇଥିଲେ ଓ ମେଲ୍‌ବୋର୍ଣ୍ଣ୍ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ବୃତ୍ତି ପାଇଥିଲେ ।[୫] ମାତ୍ର ବିଶ୍ୱବିଦ୍ୟାଳୟକୁ ଯିବା ବୟସ ହୋଇନଥିବାରୁ ପରବର୍ତ୍ତୀ ୩ ବର୍ଷ ପାଇଁ ସେ ଏସ୍ଏମ୍‌ସିରେ ପାଠ ପଢ଼ିବା ଜାରି ରଖିଥିଲେ ।

୧୯୦୫ରେ ମ୍ୟାରୀ ମେଲ୍‌ବୋର୍ଣ୍ଣ୍ ବିଶ୍ୱବିଦ୍ୟାଳୟରେ କଳା ସ୍ନାତ୍ତକର ପ୍ରଥମ ବର୍ଷ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ଅର୍‌ମଣ୍ଡ୍ ମହାବିଦ୍ୟାଳୟର ଛାତ୍ରୀ ଥିଲେ । ୧୯୦୬ରେ ସେ ଡାକ୍ତରୀ ପଢ଼ିବା ପାଇଁ ବିଷୟ ଓ ବୃତ୍ତିକୁ ପରିବର୍ତ୍ତନ କରିଥିଲେ । ସେ ୧୯୧୦ରେ ସେଣ୍ଟ୍ ଭିନ୍‌ସେଣ୍ଟ୍ ହସ୍‌ପିଟାଲ୍‌ରେ ପ୍ରଥମ ବର୍ଷରେ ଯୋଗ ଦେଇଥିଲେ ।[୬]

ମ୍ୟାରୀ ପରେ ମେଲ୍‌ବୋର୍ଣ୍ଣ୍ ବିଶ୍ୱବିଦ୍ୟାଳୟକୁ ଉଚ୍ଚ ଡାକ୍ତରୀ ଶିକ୍ଷା ପଢ଼ିବା ପାଇଁ ଆସି ୧୯୧୯ରେ ଅବ୍‌ଷ୍ଟେତ୍ରିକ୍‌ସ, ସ୍ତ୍ରୀ ରୋଗ ଓ ଅପ୍‌ଥାମାଲୋଜିରେ ସ୍ନାତ୍ତକ ଲାଭ କରିଥିଲେ ।[୭]

ମେଲ୍‌ବୋର୍ଣ୍ଣ୍ ଡାକ୍ତରୀ ଜୀବନ ସମ୍ପାଦନା

ମ୍ୟାରୀ ଗ୍ଲୋରେ ୧୯୧୧ରେ ନ୍ୟିଜିଲ୍ୟାଣ୍ଡ୍‌ରେ ପ୍ରଥମ ମହିଳା ଭାବେ ଗୃହ ଡାକ୍ତରର ନିଯୁକ୍ତି ପାଇଥିଲେ, ଓ ଖ୍ରୀଷ୍ଟ୍‌ଚର୍ଚ୍ଚ୍ ଡାକ୍ତରଖାନାରେ ପ୍ରଥମ ବର୍ଷ ସମାପ୍ତ କରିଥିଲେ ।[୮]

ସେ ୧୯୧୨ରେ ମେଲ୍‌ବୋର୍ଣ୍ଣ ଫେରିଥିଲେ ଓ ସେଠାରେ କୁଇନ୍ ଭିକ୍ଟୋରିଆ ମେମୋରିଆଲ୍[୯], ରୟାଲ୍ ଭିକ୍ଟୋରିଆନ୍ ଆଖି ଓ କାନ ଡାକ୍ତରଖାନା ଓ ସେଣ୍ଟ୍ ଭିନ୍‌ସେଣ୍ଟ୍ ଡାକ୍ତରଖାନାରେ ନିଯୁକ୍ତି ପାଇଥିଲେ ।[୧୦]

ଅକ୍ଟୋବର ୧୯୧୬ରେ କ୍ୟାଥେଡ୍ରାଲ୍ ହଲ୍‌ରେ ଏକ ସଭାରେ କ୍ୟାଥୋଲିକ୍ ମହିଳା ସାମାଜିକ ଦଳ ଗଢ଼ାଯାଇଥିଲା ।[୧୧] ମ୍ୟାରୀ ଦଳର ପ୍ରଥମ ସଭାପତି ଥିଲେ । ସେ ମହିଳାମାନେ ସାମ୍ନା କରୁଥିବା ଅର୍ଥନୈତିକ ଓ ସାମାଜିକ ଅସୁବିଧା ସମ୍ପର୍କରେ ରାମର୍ଶ ଦେବା ସ‌ହ ପ୍ରସଙ୍ଗ ଲେଖୁଥିଲେ ।[୧୨]

ମ୍ୟାରୀ ୧୯୧୫-୧୯୧୯ ରୟାଲ୍ ଭିକ୍ଟୋରିଆନ୍ ଆଖି ଓ କାନ ଡାକ୍ତରଖାନାରେ ରହୁଥିଲେ ଓ ପ୍ରଥମ ବିଶ୍ୱଯୁଦ୍ଧରେ କାମ କରିଥିବା ବ‌ହୁତ ଓଉରୁଷ ଡାକ୍ତରଙ୍କଠାରୁ ଦସ୍ତଖତ ସଂଗ୍ରହ କରିଥିଲେ । ସେ ମଧ୍ୟ କଲିନ୍ସ ଷ୍ଟ୍ରିଟ୍‌ରେ ବେସରକାରୀ ଭାବେ ସେବା କରୁଥିଲେ ।[୧୩]

ଭାରତରେ ଜୀବନ ସମ୍ପାଦନା

ଅକ୍ଟୋବର ୧୯୧୫ରେ ମ୍ୟାରୀ ଗ୍ଲୋରେ ସ୍କଟିସ୍ ମିଶନାରୀ ଡାକ୍ତର ଡଃ ଆଗ୍ନେସ୍ ମ୍ୟାକେଲ୍‌ରେନ୍‌ଙ୍କ ଜୀବନୀ ଓ ଭାରତରେ ମହିଳା ଡାକ୍ତରଙ୍କ ଆବଶ୍ୟକତା ବିଷୟରେ ଏକ ଲେଖା ପଢ଼ିଥିଲେ ଓ ସେଠାରେ ମିଶନାରୀ ଡାକ୍ତରଙ୍କ ଆବଶ୍ୟକତା ଅନୁହବ କରିଥିଲେ ।[୧୪]

Mary discreetly discerned this religious vocation over subsequent years with her spiritual director, Fr William Lockington SJ.

ମ୍ୟାରୀ ୨୧ ଜାନୁଆରୀ ୧୯୨୦ରେ ମେଲ୍‌ବୋର୍ଣ୍ଣ୍ ଛାଡ଼ିଥିଲେ । ଏହାପରେ ସେ ଅଷ୍ଟ୍ରେଲିଆ କେବେ ଫେରିନାହାନ୍ତି । ସେ ୧୨ ଫେବୃଆରୀରେ ଭାରତର ଗୁଣ୍ଟୁରରେ ପ‌ହଁଞ୍ଚିଥିଲେ । ସେ ଜେସସ୍ ମ୍ଯାରୀ ଯୋଶେଫ୍ ସୋସାଇଟିରେ ଯୋଗ ଦେଇଥିଲେ ।[୧୫] ଓ ସାକ୍ରେଡ୍ ହାର୍ଟ୍ ଜେଏମ୍‌ଜେର ସିଷ୍ଟର୍ ମ୍ୟାରୀ ଭାବେ ଜଣାଶୁଣା ହୋଇଥିଲେ । ୧୯୨୨ରେ ଧାର୍ମିକ ତାଲିମ୍ ଶେଷ ହେବା ପରେ ମ୍ୟରୀ ଡାକ୍ତର-ସିଷ୍ଟର୍ ଭାବେ କାମ କରିବା ଆରମ୍ଭ କରିଥିଲେ ।

ଗୁଣ୍ଟୁରରେ ଯେଉଁଠାରେ ସେ ପ୍ରଥମେ ଡାକ୍ତରୀ କାମ ଆରମ୍ଭ କରିଥିଲେ ତାହା ପରେ ସେଣ୍ଟ୍ ଯୋଶେଫ୍ ଡାକ୍ତରଖାନାରେ ପରିଣତ ହୋଇଥିଲା ।[୧୬] ମ୍ୟାରୀ ଲକ୍ଷ ଲକ୍ଷ ରୋଗୀ, ମୁଖ୍ୟତଃ ଗରିବ ମହିଳାଙ୍କୁ ବ୍ୟକ୍ତିଗତ ଭାବେ ସେବା ପ୍ରଦାନ କରିଥିଲେ । ସେ ସ୍ଥାନୀୟ ମହିଳଙ୍କୁ ନର୍ସ୍, କମ୍ପାଉଣ୍ଡର୍ ହେବା ପାଇଁ ତାଲିମ୍ ଦେଉଥିଲେ । ୧୯୪୩ରେ ସେ କ୍ୟାଥୋଲିକ ସ୍ୱାସ୍ଥ୍ୟ ଅନୁଷ୍ଠାନ, ଭାରତ (ସେତେବେଳର କ୍ୟାଥୋଲିକ୍ ହସ୍‌ପିଟାଲ୍ ଆସୋସିଏସନ୍) ଗଢ଼ିଥିଲେ ।[୧୭] ବର୍ତ୍ତମାନ ଏହାର ୩୫୦୦+ ସଭ୍ୟ ବର୍ଷକୁ ପ୍ରାୟତଃ ୨୧ ମିଲିଅନ୍ ଲୋକଙ୍କ ସେବ୍ କରୁଛନ୍ତି ।[୧୮]

ମ୍ୟାରୀ ୫ ମଇ ୧୯୫୭ରେ, ୬୯ ବର୍ଷ ବୟସରେ ବାଙ୍ଗାଲୋରରେ କର୍କଟ ରୋଗରେ ମୃତ୍ୟୁ ବରଣ କରିଥିଲେ ।[୧୯]

ଆଧାର ସମ୍ପାଦନା

  1. Mary Glowrey was granted special permission by Pope Benedict XV practise as a doctor-Sister in 1920. Members of Catholic religious orders were not permitted to practise as doctors until 1936. Cf. Sacred Congregation of Propaganda Fide, Constans Ac Sedula.
  2. "Declaration of Dr. Sr. Mary Glowrey as ‘Servant of God ’" http://www.jmjgunturprovince.org/maryglowrey.htm, Society of Jesus Mary Joseph: Guntur Province, accessed 26 July 2017.
  3. Mary Glowrey, “God’s Good For Nothing: Sister Mary of the Sacred Heart,” The Horizon (1 June 1987): 8.
  4. Ibid.
  5. Mary Glowrey, “God’s Good For Nothing: The Autobiography of Sister Mary of the Sacred Heart – Dr. Mary Glowrey,” The Horizon (1 October 1987): 8.
  6. Mary Glowrey, “God’s Good For Nothing: The Autobiography of Sister Mary of the Sacred Heart – Dr. Mary Glowrey,” The Horizon (1 January 1988): 4.
  7. Mary Glowrey, “God’s Good For Nothing: The Autobiography of Sister Mary of the Sacred Heart – Dr. Mary Glowrey,” The Horizon (1 February 1988): 7.
  8. Glowrey, “God’s Good For Nothing,” (1 January 1988): 4.
  9. Florence Swamikannu, A Nun Revolutionizes: Biographical Sketch of Mary Glowrey M.D. (Somajiguda-Hyberdad, India: Provincialite Society of JMJ, 1972), 77. Cf. Conellan, “Pioneer Medical Missionaries,” 10.
  10. Glowrey, “God’s Good For Nothing,” (1 January 1988): 4.
  11. Glowrey, “God’s Good For Nothing,” (1 February 1988): 7.
  12. Gervase McKinna, “Doctor-Sister Mary Glowrey: An Impossible Mission?” Melbourne University Mosaic: People and Places (Melbourne: The History Department, The University of Melbourne, 1998): 101. Cf. Ursula Clinton, Australian Medical Nun in India: Mary Glowrey M.D. (Melbourne: Advocate Press, 1967), 11.
  13. Ibid. Cf. McKinna, “Doctor-Sister Mary Glowrey,” 100.
  14. Glowrey, “God’s Good For Nothing,” (1 January 1988): 4-5. Cf. Mary Ryan M.A., Dr. Agnes McLaren (1837-1913) (London: Catholic Truth Society, 1915).
  15. Glowrey, “God’s Good For Nothing,” (1 February 1988): 7.
  16. Mary Glowrey, “God’s Good For Nothing: The Autobiography of Sister Mary of the Sacred Heart – Dr. Mary Glowrey,” The Horizon (1 March 1988): 8.
  17. “History,” Catholic Health Association of India: Committed to Bring Health to All (2016): http://chai-india.org/?page_id=45 Archived 2018-03-10 at the Wayback Machine., accessed 28 June 2017. Cf. McKinna, “Doctor-Sister Mary Glowrey, 106.
  18. “Achievements,” Catholic Health Association of India: Committed to Bring Health to All (2016): http://chai-india.org/?page_id=6079 Archived 2017-12-01 at the Wayback Machine., accessed 28 June 2017.
  19. McKinna, “Doctor-Sister Mary Glowrey,” 109.