ମୋ ସାଇକେଲ
ମୋ ସାଇକେଲ ଭୁବନେଶ୍ୱରରେ ସାଇକେଲ ଚାଳନା ବଢ଼ାଇବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ଏକ ଯୋଜନା । ଏହି ଯୋଜନା ଓଡ଼ିଶା ସରକାରଙ୍କଦ୍ୱାରା ୨୦୧୮ ମସିହାରେ ଆରମ୍ଭ କରାଯାଇଥିଲା ।[୧] ଏହି ସାଇକେଲ ବ୍ୟବହାର କରିବା ପାଇଁ ମୋବାଇଲ ଆପଦ୍ୱାରା ବୁକିଂ କରିବାକୁ ପଡ଼େ ଓ ସାଇକେଲଗୁଡ଼ିକ ଜିପିଏସଦ୍ୱାରା ନିରିକ୍ଷଣ କରାଯାଏ ।
ଇତିହାସ
ସମ୍ପାଦନାମୋ ସାଇକେଲ ଯୋଜନା ୨୦୧୮ ମସିହା ନଭେମ୍ବର ୨୭ ତାରିଖରେ ଆରମ୍ଭ କରାଯାଇଥିଲା ।[୨] ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ଼ (ବିଏସସିଏଲ) କର୍ତ୍ତୁପକ୍ଷ ଏହି ଯୋଜନା ଆରମ୍ଭ କରିଥିଲେ ଓ ଏହାର ପରିଚାଳନା ଭାର କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ( କ୍ରୁଟ ) କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିଲା । ଭୁବନେଶ୍ୱର ପାଇଁ ୩ଟି ସାଇକେଲ କମ୍ପାନୀ ମାଧ୍ୟମରେ ୨୦୦୦ଟି ସାଇକେଲ ଆସିଥିଲା । ହେକ୍ସି କମ୍ପାନୀକୁ ଏକ ହଜାର ସାଇକେଲ ପାଇଁ ଅଢ଼େଇ କୋଟି, ୟୋନୋ କମ୍ପାନୀକୁ ୫୦୦ ସାଇକେଲ ପାଇଁ ୧ କୋଟି ୨୫ ଲକ୍ଷ ଏବଂ ୟୁଲୁ କମ୍ପାନୀକୁ ୫୦୦ ସାଇକେଲ ପାଇଁ ୧ କୋଟି ୨୫ ଲକ୍ଷ ଟଙ୍କା ଦିଆଯାଇ ସାଇକେଲ କିଣା ଯାଇଥିଲା । ପ୍ରତି ସାଇକେଲର ଦର ୨୫୦୦୦ଟଙ୍କା ଥିଲା । ଭୁବନେଶ୍ୱରର ୧୨୦ଟି ସ୍ଥାନରେ ଏହି ସାଇକେଲ ରଖାଯାଇଥାଏ । ୨୦୨୦ ମସିହାରେ କରୋନା ମହାମାରୀ ସମୟରେ ହୋଇଥିବା ଲକଡାଉନ ସମୟରେ ଏହି ଯୋଜନା ବନ୍ଦ ରଖାଯାଇଥିଲା ।[୩]
୨୦୧୮ ମସିହାରୁ କ୍ରୁଟ ଏହି ପରିଚାଳନା କରିଥିଲା, କିନ୍ତୁ ଏହି କାର୍ଯ୍ୟକ୍ରମ ସଫଳ ହୋଇ ପାରିନଥିଲା ।[୪] ୨୦୨୦ ମସିହାରେ ବିଏସସିଏଲ କର୍ତ୍ତୁପକ୍ଷ ଭୁବନେଶ୍ୱର ମୁନିସିପାଲ କମିସନର ସହ ମିଶି ଏହି କାର୍ଯ୍ୟକ୍ରମର ପରିଚାଳନା ନିଜ ହାତକୁ ନେଇଥିଲେ ।[୫] ମୋ ସାଇକେଲ ଯୋଜନାରେ ଗୋଟିଏ ଦିନରେ ୨୫୦ରୁ ୨୭୫ଟି ସାଇକେଲ ବୁକ ହୋଇଥାଏ ଓ ୧୦ରୁ ୨୦ ନୂତନ ଚାଳକ ମୋ ସାଇକେଲ ଆପରେ ନିଜକୁ ପଞ୍ଜିକୃତ କରିଥାନ୍ତି ବୋଲି ୨୦୨୨ ମସିହା ଜୁନ ମାସରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ଼ର ମହାପ୍ରବନ୍ଧକ କମଲଜିତ ଦାସ କହିଥିଲେ ।[୬]
ଗ୍ୟାଲେରୀ
ସମ୍ପାଦନା-
'ମୋ ସାଇକେଲ'ରେ ଥିବା ତାଲାର ଏକ ନିକଟ ଛବି
-
ଭୁବନେଶ୍ୱରର ଶାସ୍ତ୍ରୀନଗର SAIL କାର୍ଯ୍ୟାଳୟ ବସ ଷ୍ଟପରେ ଥିବା ମୋ ସାଇକେଲ ଷ୍ଟାଣ୍ଡ
ଆଧାର
ସମ୍ପାଦନା- ↑ "ରାଜଧାନୀରେ ମୋ ସାଇକେଲ ଯୋଜନାର ବିକଳ ଚିତ୍ର : କାମରେ ଆସୁନି ମୋ ସାଇକେଲ, ରାସ୍ତା କଡରେ ପଡି ରହି ଉଜୁଡି ଗଲାଣି ଅନେକ; ପାଣିରେ ପଡିଲା ଲକ୍ଷ ଲକ୍ଷ ଟଙ୍କା". www.kanaknews.com. ଇଷ୍ଟର୍ଣ୍ଣ ମିଡ଼ିଆ ଲି. Archived from the original on 24 February 2021. Retrieved 24 February 2021.
{{cite web}}
:|archive-date=
/|archive-url=
timestamp mismatch; 13 ଜାନୁଆରୀ 2021 suggested (help) - ↑ "'ମୋ ସାଇକେଲ' ସେବାକୁ ପୂରିଲା ଏକ ବର୍ଷ: ପାଳନ ହେଲା ପ୍ରଥମ ବାର୍ଷିକୀ, ସାଇକ୍ଲୋଥନର ଆୟୋଜନ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 24 February 2021. Retrieved 24 February 2021.
{{cite web}}
:|archive-date=
/|archive-url=
timestamp mismatch; 27 ନଭେମ୍ବର 2019 suggested (help) - ↑ "ବନ୍ଦ ହେଲା ମୋ ସାଇକେଲ". www.dharitri.com. ଧରିତ୍ରୀ. Archived from the original on 24 February 2021. Retrieved 24 February 2021.
- ↑ "ବିଏମସି ହାତରେ 'ମୋ ସାଇକେଲ' ପରିଚାଳନା ଦାୟିତ୍ବ". www.etvbharat.com. ଇଟିଭି. Archived from the original on 24 February 2021. Retrieved 24 February 2021.
- ↑ "'ମୋ ସାଇକେଲ୍' ପ୍ରତି 'ମୋର' ଭାବନା ନାହିଁ, ରାସ୍ତାରେ ଖତ ଖାଉଛି ୫୦୦ 'ମୋ ସାଇକେଲ୍'". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ ଲି।. Archived from the original on 24 February 2021. Retrieved 24 February 2021.
- ↑ "ଅଲୋଡ଼ା ମୋ' ସାଇକେଲ". No. ସମ୍ବାଦ ୦୩/୦୬/୨୦୨୨ ଭୁବନେଶ୍ୱର ସଂସ୍କରଂଣ ପୃଷ୍ଠା ୬. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 3 June 2022.