ମେହେର ଅଫରୋଜ ଶାଓନ

ବଙ୍ଗଳାଦେଶୀ ଅଭିନେତ୍ରୀ

ମେହେର ଅଫରୋଜ ଶାଓନ (ଜନ୍ମ: (1981-10-12)ଅକ୍ଟୋବର ୧୨, ୧୯୮୧

ମେହେର ଅଫରୋଜ ଶାଓନ
মেহের আফরোজ শাওন
Born (1981-10-12) ୧୨ ଅକ୍ଟୋବର ୧୯୮୧ (ବୟସ ୪୨)
Nationalityବଙ୍ଗଳାଦେଶୀ
Educationବିକରୁନିସିଆ ନୁନ୍ ସ୍କୁଲ ଆଣ୍ଡ କଲେଜ
ଦ ଇଉନିଭରସିଟି ଅଫ ଏସିଆ ପେସିଫିକ
Occupations
  • ବାସ୍ତୁକାର
  • ଚଳଚ୍ଚିତ୍ର ନିର୍ଦ୍ଦେଶିକ
  • ଅଭିନେତ୍ରୀ
  • ଗାୟିକା
Years active୧୯୯୯-ଏବେଯାଏଁ
Spouse
ହୁମାୟୁନ ଅହମଦ
(m. ୨୦୦୫; died ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Children
  • ନିଶାଦ ହୁମାୟୁନ (ପୁଅ)
  • ନିନୀତ ହୁମାୟୁନ (ପୁଅ)
Parents
  • ମହମ୍ମଦ ଅଲ୍ଲୀ (father)
  • ତାହୁରା ଅଲ୍ଲୀ (mother)
Relatives
  • ଲୁନା ରହମାନ (ଭଉଣୀ)
  • ମହୀନ ଅଫରୋଜ ଶିଞ୍ଜନ (ଭଉଣୀ)
  • ମହମ୍ମଦ ଜାଫର ଇକ୍‌ବାଲ୍ (ଭୀଣେଇ)
  • ଆହାଶାନ ହବିବ (ଭୀଣେଇ)


) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ଚଳଚ୍ଚିତ୍ର ନିର୍ଦ୍ଦେଶିକା, ପ୍ରଚ୍ଛଦପଟ ଗାୟିକା ଏବଂ ବାସ୍ତୁକାର । ୨୦୧୬ ମସିହାରେ ମେହେର ଅଫରୋଜ ଶାଓନ କ୍ରିଷ୍ଣାପକ୍କୋ ଚଳଚ୍ଚିତ୍ର ପାଇଁ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ମହିଳା କଣ୍ଠଶିଳ୍ପୀ ପୁରସ୍କାର ପାଇଥିଲେ ।[୧] ସେ ବଙ୍ଗଳା ଚଳଚ୍ଚିତ୍ର ନାଟ୍ୟକାର ଏବଂ ନିର୍ଦ୍ଦେଶକ ହୁମାୟୁନ ଅହମ୍ମଦଙ୍କର ପତ୍ନୀ ।[୨]

ପ୍ରାରମ୍ଭିକ ଜୀବନ ସମ୍ପାଦନା

ମେହେର ଅଫରୋଜ ଶାଓନ ୧୯୮୧ ମସିହା ଅକ୍ଟୋବର ମାସ ୧୨ ତାରିଖରେ ବଙ୍ଗଳାଦେଶରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ବାପା ମହମ୍ମଦ ଅଲ୍ଲୀ ଜଣେ ଇଞ୍ଜିନିୟର ଏବଂ ମାଆ ତାହୁରା ଅଲ୍ଲୀ ।[୪] ମେହେରଙ୍କର ମାଆ ତାହୁରା ୨୦୦୮ରେ ବଙ୍ଗଳାଦେଶର ୯ମ ଲୋକ ସଭାକୁ ନିର୍ବାଚିତ ହୋଇ ଯାଇଥିଲେ ।[୫]

ମେହେର ଅଫରୋଜ ବିକରୁନିସିଆ ନୁନ୍ ସ୍କୁଲ ଆଣ୍ଡ କଲେଜରେ ପାଠ ପଢ଼ୁଥିଲେ । ଏଠାରେ ସେ ତାଙ୍କର ମାଟ୍ରିକ ଏବଂ ଉଚ୍ଚ ଶିକ୍ଷା ଯଥାକ୍ରମେ ୧୯୯୬ ଓ ୧୯୯୮ ମସିହାରେ ପାସ୍ କରିଥିଲେ । ପରବର୍ତ୍ତୀ ସମୟରେ ସେ ଦ ଇଉନିଭରସିଟି ଅଫ ଏସିଆ ପେସିଫିକରେ ଯୋଗ ଦେଇଥିଲେ ଏବଂ ୨୦୦୮ ମସିହାରେ ବାସ୍ତୁଶାସ୍ତ୍ରରେ ସ୍ନାତକ ହାସଲ କରିଥିଲେ ।

ଅଭିନୟ ଜୀବନ ସମ୍ପାଦନା

ମେହେର ୧୯୯୯ ମସିହାରେ ବଙ୍ଗଳାଦେଶର ଏକ ଦୂରଦର୍ଶନ ଧାରାବାହିକରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ, ଯାହାର ଶୀର୍ଷକ ଥିଲା ଆଜ୍ ରବିବାର । ସେହି ବର୍ଷ ସେ ବଙ୍ଗଳାଦେଶର କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରଥିଲେ । ହୁମାୟୁନ ଅହମ୍ମଦଙ୍କ ନିର୍ଦ୍ଦେଶିତ କଥାଚିତ୍ର ଶ୍ରାବଣ ମେଘର୍ ଦିନ୍ ଜରିଆରେ ସେ ବଡ଼ ପରଦାରେ ଅଭିନୟ ଆରମ୍ଭ କରିଥିଲେ, ଯେଉଁଥିରେ ସେ କୁସୁମ ଭୂମିକାରେ ଅଭିନୟ କରିଥିଲେ ।

ଏହାପରେ ମେହେର ହୁମାୟୁନ ଅହମ୍ମଦଙ୍କର କଥାଚିତ୍ରଗୁଡ଼ିକରେ କାର୍ଯ୍ୟ କରିଥିଲେ । ୨୦୦୧ରେ ଦୁଇ ଦୁଆରି କଥାଚିତ୍ରରେ ତୋରୁ ଭୂମିକାରେ, ୨୦୦୩ ମସିହାରେ ଚନ୍ଦ୍ରାକଥା କଥାଚିତ୍ରରେ ଚନ୍ଦ୍ରା ଭୂମିକାରେ, ୨୦୦୪ରେ ଶ୍ୟାମଳ ଛାୟା କଥାଚିତ୍ରରେ ଆଶାଲତା ଭୂମିକାରେ, ୨୦୦୮ରେ ଆମାର ଅଛେ ଜୋଲ୍ କଥାଚିତ୍ରରେ ନିଶାଦ ଭୂମିକାରେ ଅଭିନୟ କରିଥିଲେ । ଏହି ସମସ୍ତ କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ହୁମାୟୁନ ଅହମ୍ମଦ, ଯାହାକୁ ସେ ବିବାହ ମଧ୍ୟ କରିଥିଲେ । ୨୦୦୩ ମସିହାରେ ମେହେରଙ୍କୁ ଚନ୍ଦ୍ରାକଥା ପାଇଁ ମେରିଲ ପ୍ରଥମ ଆଲୋ ଆୱାର୍ଡ଼ରେ ସମୀକ୍ଷକଙ୍କ ପସନ୍ଦରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।

୨୦୦୯ ମସିହାରେ ମେହର ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ସେ ପ୍ରାୟ ଦୂରଦର୍ଶନ ନାଟକ ଏବଂ ଧାରାବାହିକ ଗୁଡ଼ିକରେ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ନାଟକ ଥିଲା ନୟା ରିକ୍ସା, ଯାହାକି ଇଦ୍-ଉଲ୍-ଫିତର୍ ସମୟରେ ପ୍ରସାରିତ ହୋଇଥିଲା । ଏହାପରେ ସେ କିଛି ନାଟକର ନିର୍ଦ୍ଦେଶନା ଦେଇଥିଲ[୬][୭][୮] ଏବଂ ୨୦୧୬ ମସିହାରେ ତାଙ୍କ ନିର୍ଦ୍ଦେଶିତ କଥାଚିତ୍ର କ୍ରିଷ୍ଣପକ୍କୋ ମୁକ୍ତିଲାଭ କରିଥିଲା, ଯାହାର ନାଟ୍ୟ ରଚନା କରିଥିଲେ ହୁମାୟୁନ ଅହମ୍ମଦ । ସେ କିଛି ନାଟକ ମଧ୍ୟ ନିଜେ ରଚନା କରିଛନ୍ତି ।[୯] ଏଥି ସହିତ ମାସରଙ୍ଗ ଟିଭି ପାଇଁ ମେହେର ମେଘେ ଡାକ ତା'ର କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ ମେହେର କାମ କରିଥିଲେ ।[୧୦]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ମେହେର ୨୦୦୫ ମସିହାରେ ହୁମାୟୁନ ଅହମ୍ମଦଙ୍କୁ ବିଭା କରିଥିଲେ ଏବଂ ୨୦୧୨ରେ ହୁମାୟୁନଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଉଭୟ ସାଙ୍ଗରେ ରହିଥିଲେ ।[୪] ନିଶାଦ ହୁମାୟୁନ ଓ ନିନୀତ ହୁମାୟୁନ ନାମରେ ଉଭୟଙ୍କର ଦୁଇଟି ପୁଅ ଅଛନ୍ତି ।[୧୧]

ଆଧାର ସମ୍ପାଦନା

  1. "National Film Award winners announced". The Daily Star (in ଇଂରାଜୀ). 2018-04-06. Retrieved 2018-05-25.
  2. "হুমায়ূন আহমেদ ও শাওনের বিয়ের অদেখা একটি ছবি!" [A Photo of Humayun Ahmed and Shaon's Marriage]. Priyo News (in Bengali). January 23, 2015. Retrieved November 9, 2015.
  3. "Meher Afroz Shaon full biography, latest photos, songs list". bdprimeit. Retrieved November 9, 2015.
  4. ୪.୦ ୪.୧ "Homage to Humayun at Nuhash Palli". The Daily Star. July 20, 2013. Archived from the original on February 7, 2016. Retrieved November 9, 2015.
  5. "Constituency 319". Government of Bangladesh. Archived from the original on September 19, 2016. Retrieved November 9, 2015.
  6. "দুই বছর পর পরিচালনায় শাওন". Prothom Alo (in Bengali). April 11, 2011. Archived from the original on November 23, 2017. Retrieved November 9, 2015.
  7. "দীর্ঘ বিরতির পর ফিরছেন শাওন, তাও আবার আইটেম গান দিয়ে!". Priyo News (in Bengali). July 5, 2014. Retrieved November 9, 2015.
  8. "ঈদে হুমায়ূন আহমেদের নাটক ও টেলিফিল্ম". Priyo News (in Bengali). October 5, 2014. Retrieved November 9, 2015.
  9. "More movies on the way" (in Bengali). Prothom Alo. Retrieved March 10, 2018.
  10. "প্রতিযোগীদের সঙ্গে নাচলেন বিচারক শাওন". Priyo News (in Bengali). November 21, 2013. Retrieved November 9, 2015.
  11. "Shaon seeks help to establish cancer hospital". The Daily Star. July 25, 2015. Retrieved November 9, 2015.

ବାହାର ଆଧାର ସମ୍ପାଦନା