ମେହଦି ହାସନ ଖାନ (ଜୁଲାଇ ୧୮, ୧୯୨୭ - ଜୁନ ୧୩, ୨୦୧୨) ଜଣେ ପାକିସ୍ତାନୀ ଗଜଲ ଗାୟକ ଥିଲେ । ସେ "କିଙ୍ଗ ଅଫ ଗଜଲ" (ଗଜଲ ଜଗତର ରାଜା) ତଥା ଏକ ଜଣାଶୁଣା ପାକିସ୍ତାନୀ ପ୍ରଚ୍ଛଦପଟ୍ଟ ଗାୟକ ହିସାବରେ ସାରା ପୃଥିବୀରେ ସୁପ୍ରସିଦ୍ଧ ଥିଲେ। ତାଙ୍କୁ ପାକିସ୍ତାନ ସରକାରଙ୍କଦ୍ୱାରା "ତମଘା-ଏ-ଇମତିୟାଜ" ଏବଂ " ହିଲାଲ-ଏ-ଇମତିୟାଜ" ସମ୍ମାନରେ ସମ୍ମାନିତ କରାଯାଇଛି । ମେହଦି ହାସନଙ୍କ ମୃତ୍ୟୁ ଜୁନ ୧୩, ୨୦୧୨ରେ ପାକିସ୍ତାନର କରାଚୀସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ ହେଇଥିଲା । [୧] [୨]ଦୀର୍ଘ ୫ ଦଶନ୍ଧି ଧରି ସେ ଗଜଲ ଦୁନିଆରେ ପ୍ରଭାବ ବିସ୍ତାର କରିଆସିଥିଲେ l ବିଶ୍ୱ ଉର୍ଦ୍ଦୁ କବିତା ଜଗତରେ ସେ ଏକ ନୂଆ ଜାଗରଣ ସୃଷ୍ଟି କରିଥିଲେ l "ଗୁଲୋ ମେଲୋ ରଙ୍ଗ ଭରେ"ଠାରୁ ଆରମ୍ଭକରି "ଜିନ୍ଦଗି ମେ ତୋ ସଭି ପ୍ୟାର କିୟା କରତେ ହେଁ" ଏବଂ "ଅବକେ ବିଛଡେ ଖ୍ୱାବ ମେ ମିଲେ" ଭଳି ଗଜଲ ଗାଇ ସେ ଶ୍ରୋତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ପାଇ ପାରିଥିଲେ l ଦୀର୍ଘ ୫୦ ବର୍ଷର ସଙ୍ଗୀତ ଜୀବନ ମଧ୍ୟରେ ସେ ଉର୍ଦ୍ଦୁ, ପଞ୍ଜାବୀ ଏବଂ ବଙ୍ଗଳା ଭାଷାରେ ୨୦ ହଜାରରୁ ଅଧିକ ଗଜଲ ଓ ନାନାଦି ସଙ୍ଗୀତ ଗାଇଛନ୍ତି l

ଉସ୍ତାଦ ମେହଦି ହାସନ
Also known asଖାନ ସାହେବ
କିଙ୍ଗ ଅଫ ଗଜଲ (ଗଜଲ ଜଗତର ରାଜା)
ଜନ୍ମ(1927-07-18)ଜୁଲାଇ ୧୮, ୧୯୨୭
ଲୁଣା, ଝୁନଝୁନୁ ଜିଲ୍ଲା,ରାଜସ୍ଥାନ-ଭାରତ
ମୃତ୍ୟୁ୧୩ ଜୁନ ୨୦୧୨(2012-06-13) (ବୟସ ୮୪)
କରାଚୀ, ସିନ୍ଧ, ପାକିସ୍ତାନ
ଶୈଳୀଶାସ୍ତ୍ରୀୟ ସଙ୍ଗୀତ, ଗଜଲ,
ପେଷାଗାୟକ, ସଙ୍ଗୀତ ସଂଯୋଜକ
ବାଦ୍ୟଯନ୍ତ୍ରହାରମୋନିୟମ
କାର୍ଯ୍ୟକାଳ୧୯୫୭-୧୯୯୯ (ଅବସର ପ୍ରାପ୍ତି)

ପ୍ରାରମ୍ଭିକ ଜୀବନ ସମ୍ପାଦନା

୧୯୨୭ ମସିହାରେ ଭାରତର ରାଜସ୍ଥାନ ରାଜ୍ୟର ଲୁନାଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ l୧୯୪୭ ମସିହା ଭାରତ-ପାକିସ୍ଥାନ ବିଭାଜନ ସମୟରେ ଏହି ପରିବାର ପାକିସ୍ଥାନ ଚାଲିଯାଇଥିଲେ l ହେଲେ ପାକିସ୍ଥାନ ଯିବା ପୂର୍ବରୁ ସେ ଭାରତରେ ନିଜର ପଟ୍ଟଶିଷ୍ୟ ଜଗଜିତ ସିଂହଙ୍କୁ ନିଜ ଶୈଳୀରେ ସୁପ୍ରଶିକ୍ଷିତ କରିଦେଇଥିଲେ l ଅତ୍ୟନ୍ତ ଗରିବ ପରିବାରରେ ଜନ୍ମ ହେଇଥିବାରୁ ଜୀବନଯାପନ ପାଇଁ ତାଙ୍କୁ ତରୁଣ ବୟସରେ ବହୁତ କୋଠର ପରିଶ୍ରମ କରିବାକୁ ପଡ଼ିଥିଲା l ୨୦ବର୍ଷ ବୟସରେ ସେ ଏକ ସାଇକେଲ ଦୋକାନରେ କାମ କରିଥିଲେ ଏବଂ ପରେ ଟ୍ରାକ୍ଟର ତଥା କାର ମିସ୍ତ୍ରୀ ହିସାବରେ ମଧ୍ୟ କାମ କରିଥିଲେ l ପାକିସ୍ଥାନ ଯିବାର ଦଶ ବର୍ଷ ପରେ ଅର୍ଥାତ ୧୯୫୭ ମସିହାରେ ସେ ପ୍ରଥମଥର ପାଇଁ ପାକିସ୍ଥାନ ଆକାଶବାଣୀରେ ଏକ "ଠୁମକି" ଗାଇଥିଲେ l ତା' ପରେ ଗୋଟିଏ ପରେ ଗୋଟିଏ ଗଜଲ ଗାଇ ଚହଳ ପକେଇଦେଇଥିଲେ l ପାକିସ୍ଥାନ ଚଳଚ୍ଚିତ୍ର ଜଗତରେ ସେ ଏକଦା ରାଜ କରିଥିଲେ l

୨୦୦୦ ମସିହାରେ ସେ ଶେଷଥର ପାଇଁ ଭାରତରେ ସଂଗୀତ କାର୍ଯ୍ୟକ୍ରମ କରିଥିଲେ lତାଙ୍କୁ ଭାରତରେ "ସେହଗଲ ପୁରସ୍କାର" ପ୍ରଦାନ କରାଯାଇଥିଲା l ଭାରତର ସୁପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକରଙ୍କ ସହିତ ସେ "ତେରା ମିଲନ" ନାମରେ ଏକ ଯୁଗଳ ଗୀତ ଗାଇଥିଲେ l

ଖ୍ୟାତିପ୍ରାପ୍ତ ଗଜଲ ସମୂହ ସମ୍ପାଦନା

  • ରଞ୍ଜିସ୍ ହି ସହି ଦିଲ୍ ହି ଦୁଖାନେ କେ ଲିଏ...
  • ଆଜ ତକ ୟାଦ ହେ ଓ ପ୍ୟାର...
  • ଦେଖ ତୋ ଦିଲ କେ ଜାନ ସେ ଉଠାହେ....
  • ଦୁନିଆ କିସିକେ ପ୍ୟାର ମେ.....
  • ଏକ ବାର ଚଲେ ଆଓ....
  • ଅବ କେ ହମ ବିଛଡେ ତୋ ସାୟଦ କଭି...
  • ଜବ ଭି ଆତି ହେ ତେରି ୟାଦ....
  • ଜବ କୋଇ ପ୍ୟାରସେ ବୁଲାଏଗା....

ଆଧାର ସମ୍ପାଦନା

  1. "Ghazal maestro Mehdi Hassan is dead". Archived from the original on 2012-06-16. Retrieved 2012-06-13.
  2. "Mehdi Hassan passes away in Karachi". 13 June 2012.