ମେସନା (ଇଂରାଜୀ ଭାଷାରେ Mesna, ବିକ୍ରୟ ନାମ ମେସନେକ୍ସ) ଏକ ଔଷଧ ଯାହା ସାଇକ୍ଲୋଫସଫାମାଇଡ ବା ଆଇଫୋସଫାମାଇଡ ଔଷଧ ନେଉଥିବା ଲୋକଙ୍କୁ ଦେଲେ ମୂତ୍ରାଶୟରୁ ରକ୍ତସ୍ରାବ (bleeding from the bladder) ହେବା ସଙ୍କଟ କମିଯାଏ ।[୧] ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୧]

ମେସନା
Clinical data
Pronunciation/ˈmɛznə/
AHFS/Drugs.commonograph
Pregnancy
category
  • AU: B1
  • US: B (No risk in non-human studies)
Routes of
administration
by mouth, intravenous
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability45–79% (by mouth)
MetabolismOxidised in circulation
Elimination half-life0.36–8.3 hours
Excretionkidney
Identifiers
  • sodium 2-sulfanylethanesulfonate
CAS Number
PubChem CID
ChemSpider
UNII
KEGG
ChEMBL
ECHA InfoCard100.039.336 Edit this at Wikidata
Chemical and physical data
FormulaC2H5NaO3S2
Molar mass164.181 g/mol
3D model (JSmol)
  • [Na+].[O-]S(=O)(=O)CCS
  • InChI=1S/C2H6O3S2.Na/c3-7(4,5)2-1-6;/h6H,1-2H2,(H,3,4,5);/q;+1/p-1 checkY
  • Key:XOGTZOOQQBDUSI-UHFFFAOYSA-M checkY
 ☒NcheckY (what is this?)  (verify)

ମେସନାର ପାର୍ଶ୍ୱ ପ୍ରତିକ୍ରିୟାରେ ସାଧାରଣତଃ ମୁଣ୍ଡବଥା, ବାନ୍ତି, ନିଦ୍ରାଳୁ, ଅରୁଚି, କାଶ, ରାସ ଓ ଗଣ୍ଠି ଯନ୍ତ୍ରଣା ହୋଇପାରେ ।[୧] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ ।[୧] ଗର୍ଭାବସ୍ଥାରେ ଶିଶୁ ପ୍ରତି ନିରାପଦ ଜଣାଯାଉଥିଲେ ମଧ୍ୟ ଏହାର ଉପ‌ଯୁକ୍ତ ଅନୁଶୀଳନ ହୋଇନାହିଁ ।[୨] ମେସନା ଏକ ଅର୍ଗାନୋସଲଫର ଯୌଗିକ ପଦାର୍ଥ (organosulfur compound) । [୩] ଏହା ସାଇକ୍ଲୋଫସଫାମାଇଡ ଓ ଆଇଫସଫାମାଇଡମାନଙ୍କର ଭଙ୍ଗା ପଦାର୍ଥଗୁଡ଼ିକୁ ବଦଳେଇ ଅଳ୍ପ ବିଷାକ୍ତ କରିଦିଏ ।[୧]

ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସନ ୧୯୮୮ରେ ମେସନା ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୪୦୦ ମି:ଗ୍ରା ଭାଏଲର କ୍ରୟ ମୂଲ୍ୟ ୩.୫୦ ଆମେରିକୀୟ ଡଲାର ।[୫] ଇଂଲଣ୍ଡରେ ଏହାର ମୂଲ୍ୟ ପ୍ରାୟ ୩.୯୫ ପାଉଣ୍ଡ ।[୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Mesna". The American Society of Health-System Pharmacists. Retrieved 8 December 2016.
  2. "Mesna (Mesnex) Use During Pregnancy". www.drugs.com. Retrieved 20 December 2016.
  3. Patwardhan, Bhushan; Chaguturu, Rathnam (2016). Innovative Approaches in Drug Discovery: Ethnopharmacology, Systems Biology and Holistic Targeting (in ଇଂରାଜୀ). Academic Press. p. 53. ISBN 9780128018224.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Mesna". International Drug Price Indicator Guide. Archived from the original on 11 May 2017. Retrieved 8 December 2016.
  6. British national formulary : BNF 69 (69 ed.). British Medical Association. 2015. p. 578. ISBN 9780857111562.