ସୌରଜଗତରେ ଗ୍ରହମାନେ ସୂର୍ଯ୍ୟଙ୍କୁ କେନ୍ଦ୍ରକରି ଏକ କାଳ୍ପନିକ ଅଣ୍ଡାକୃତି ପଥରେ ଘୁରିବୁଲୁଥାନ୍ତି । ହିନ୍ଦୁ ଜ୍ୟୋତିଷରେ ଏହି କାଳ୍ପନିକ ପଥ ବା ରାଶିଚକ୍ରକୁ(୩୬୦ ଡିଗ୍ରୀ) ୧୨ ଭାଗ କରାଯାଇ ପ୍ରତ୍ୟେକ ଭାଗକୁ (୩୦ ଡିଗ୍ରୀ) ଗୋଟୀଏ ଗୋଟିଏ ରାଶିର କଳ୍ପନା କରାଯାଇଛି । ମେଷ ହେଉଛି ତନ୍ମଧ୍ୟରୁ ପ୍ରଥମ ରାଶି ।[୧]

ଜ୍ୟୋତିଷୀୟ ପୃଷ୍ଠଭୂମିସମ୍ପାଦନ କରନ୍ତୁ

ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସୂର୍ଯ୍ୟ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।[୨] ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ (ଅର୍ଥାତ୍ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ) । ପ୍ରତ୍ୟେକ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥାନକୁ ଭିତ୍ତିକରି ୧୨ଗୋଟି ମାସ ଗଣନା କରାଯାଇଛି । ଏହିପରିଭାବେ ୧୨ଟି ରାଶି ନାମରେ ନାମିତ ୧୨ଟି ସୌରମାସ ବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ ।[୩] ପାଶ୍ଚାତ୍ୟ ଜ୍ୟୋତିଷରେ ବ୍ୟକ୍ତିର ଜନ୍ମ ସମୟରେ ରାଶିଚକ୍ରରେ ସୂର୍ଯ୍ୟଙ୍କର ଅବସ୍ଥାନକୁ ନେଇ ଜନ୍ମ ରାଶି ନିର୍ଣ୍ଣୟ ହୁଏ । କିନ୍ତୁ ଭାରତୀୟ ଜ୍ୟୋତିଷ ବା ବୈଦିକ ଜ୍ୟୋତିଷରେ ଚନ୍ଦ୍ରଙ୍କର ଅବସ୍ଥାନକୁ ନେଇ ଜନ୍ମ ରାଶି ନିର୍ଣ୍ଣୟ କରାଯାଏ ।[୪]

  • ରାଶିଚକ୍ରରେ ମେଷ ରାଶିର ଅବସ୍ଥାନ ୦ ଡିଗ୍ରୀରୁ ୩୦ ଡିଗ୍ରୀ ମଧ୍ୟରେ । ହିନ୍ଦୁ ଜ୍ୟୋତିଷ ପ୍ରକାରେ ମଙ୍ଗଳ ଏହାର ଅଧିପତି ଗ୍ରହ ।[୧]
  • ହିନ୍ଦୁ ଜ୍ୟୋତିଷରେ ମେଷ ରାଶିର ଆକୃତି/ସଂକେତ ଏକ ମେଣ୍ଢା ପରି ।
  • ବୈଦିକ ଜ୍ୟୋତିଷମତେ ମେଷରାଶି ରଜଗୁଣୀ, ଚର ରାଶି, କ୍ଷତ୍ରୀୟ ଜାତି, ଅଗ୍ନିତତ୍ତ୍ୱ ବିଶିଷ୍ଟ ଏକ ବିଷମ ରାଶି ।[୫]
  • ହିନ୍ଦୁ ଜ୍ୟୋତିଷରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ରାଶିରେ ଅବସ୍ଥାନ କରିଥାନ୍ତି, ତାହା ବ୍ୟକ୍ତିର ଜନ୍ମ ରାଶି ହୁଏ । ମେଷ ରାଶିରେ ଜନ୍ମିତ ବ୍ୟକ୍ତି ବେଶେଷ ଉଚ୍ଚାଭିଳାଷି ହୋଇଥାନ୍ତି ।[୬]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ "Zodiac". Retrieved 30 September 2015.
  2. "Indian Clendars" (PDF). Retrieved 24 September 2015.
  3. "Months named after rasis". Retrieved 24 September 2015.
  4. "Sun Sign and Moon Sign". Retrieved 1 October 2015.
  5. Swain, Captain Manasa Ranjan . ବୈଦିକ ଜ୍ୟୋତିଷ, ପୃଷ୍ଠା- ୦୬-୦୭. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ.
  6. "Mesha(Aries)". Retrieved 30 September 2015.