ମେଲାରସୋପ୍ରୋଲ
ମେଲାରସୋପ୍ରୋଲ (ଇଂରାଜୀ ଭାଷାରେ Melarsoprol) ଏକ ଔଷଧ ଯାହା ଆଫ୍ରିକୀୟ ଟ୍ରିପାନୋସୋମିଆସିସ ରୋଗର ଚିକିତ୍ସାରେ ଦିଆଯାଏ । ମୂଖ୍ୟତଃ ଟ୍ରିପାନୋସୋମା ବ୍ରୁସେଇ ରୋଡେସିଏନସଦ୍ୱାରା (Trypanosoma brucei rhodesiense) ହେଉଥିବା ଆଫ୍ରିକୀୟ ଟ୍ରିପାନୋସୋମିଆସିସ ରୋଗର ଦ୍ୱିତୀୟ ସ୍ଟେଜରେ କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ ପ୍ରଭାବିତ ହେଉଥିଲେ ଦିଆଯାଏ । ଟ୍ରିପାନୋସୋମା ବ୍ରୁସେଇ ଗାମ୍ବିଏସନ (Trypanosoma brucei gambiense) ଯୋଗୁ ହେଉଥିବା ରୋଗରେ ଇଫ୍ଲୋରନିଥିନ (eflornithine) ଦିଆଯାଏ । [୧] ଏହି ଔଷଧ ଶିରାଭ୍ୟନ୍ତରରେ (injection into a vein) ଦିଆଯାଏ ।[୨]
Clinical data | |
---|---|
Trade names | Arsobal[୧] |
Synonyms | Mel B, Melarsen Oxide-BAL[୨] |
AHFS/Drugs.com | Micromedex Detailed Consumer Information |
Pregnancy category |
|
Routes of administration | IV |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | ? |
Metabolism | ? |
Elimination half-life | 35 hours |
Excretion | Kidney |
Identifiers | |
| |
CAS Number | |
PubChem CID | |
ChemSpider | |
UNII | |
KEGG | |
ChEMBL | |
ECHA InfoCard | 100.007.086 |
Chemical and physical data | |
Formula | C12H15AsN6OS2 |
Molar mass | 398.341 g/mol |
3D model (JSmol) | |
| |
| |
(what is this?) (verify) |
ମେଲାରସୋପ୍ରୋଲର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଅଛି ।[୩] ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଏନସେଫାଲୋପାଥି (brain dysfunction), କାଲୁଆ, ରାସ, ବୃକ୍କ ଓ ଯକୃତ ସମସ୍ୟା ଇତ୍ୟାଦି ଲକ୍ଷଣ ଦେଖାଯାଏ । ଗ୍ଲୁକୋଜ ୬ ଡିହାଇଡ୍ରୋଜେନେଜ ଅଭାବ (glucose-6-phosphate dehydrogenase ବା G6PD deficiency) ଥିଲେ ଲୋହିତ ରକ୍ତ କଣିକା (red blood cell breakdown) ଭାଙ୍ଗିଯିବା ସମ୍ଭାବନା ଥାଏ । ଗର୍ଭାବସ୍ଥାରେ ଏହାର ପ୍ରଭାବର ଅନୁଶୀଳନ ହୋଇନାହିଁ । ଆଡେନୋସିନ ଟ୍ରାଇଫସଫେଟ (adenosine triphosphate) ପ୍ରସ୍ତୁତ କରିବା ନିମନ୍ତେ ପରଜୀବୀ ଆବଶ୍ୟକ କରୁଥିବା ପାଇରୁଭେଟ କାଇନେଜ (pyruvate kinase) ଏଞ୍ଜାଇମକୁ ଏହି ଔଷଧ ଅବରୋଧ କରିଦିଏ । [୨]
ମେଲାରସୋପ୍ରୋଲ ସନ ୧୯୪୯ରୁ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହେଉଛି ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଆଫ୍ରିକୀୟ ଟ୍ରିପାନୋସୋମିଆସିସ ରୋଗ ପ୍ରବଣ ଇଲାକାରେ ଏହା ବିନା ମୂଲ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଦିଆଯାଏ ।[୩] କାନାଡ଼ା ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ବ୍ୟବସାୟୀକ ଭିତ୍ତିରେ ମିଳେନାହିଁ ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରେଭେନସନ (Centers for Disease Control and Prevention) ଓ କାନାଡ଼ାରେ ହେଲଥ କାନାଡ଼ା (Health Canada) ସଂସ୍ଥାରେ ଏହା ମିଳେ ।[୧][୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Our Formulary Infectious Diseases Laboratories CDC". www.cdc.gov. 22 September 2016. Retrieved 7 December 2016.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Melarsoprol Drug Information, Professional". www.drugs.com. 20 December 1994. Archived from the original on 30 December 2016. Retrieved 7 December 2016.
- ↑ ୩.୦ ୩.୧ "Trypanosomiasis, human African (sleeping sickness)". World Health Organization. February 2016. Retrieved 7 December 2016.
- ↑ "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.