ମେଥିଲ ଦେବିକା
ମେଥିଲ ଦେବିକା (ଇଂରାଜୀ ଭାଷାରେ Methil Devika) ପଲକ୍କଡ଼ରୁ ଆସିଥିବା ଜଣେ ଭାରତୀୟ ନୃତ୍ୟ ଗବେଷକ, ଶିକ୍ଷା ବିଶାରଦ, ନୃତ୍ୟ ପ୍ରଦର୍ଶକ, ନୃତ୍ୟ ନିର୍ଦ୍ଦେଶିକା ।
ମେଥିଲ ଦେବିକା | |
---|---|
ଜନ୍ମ | ୧୯୭୬ ଦୁବାଇ, ୟୁନାଇଟେଡ଼ ଆରବ ଏମିରଟ |
ବୃତ୍ତି(ସମୂହ) | ନୃତ୍ୟ ପ୍ରଶିକ୍ଷଣ |
ବୈବାହିକ-ସାଥୀ(s) | ରାଜୀବ ନାୟାର (୨୦୦୨-୨୦୦୪) (ଛାଡ଼ପତ୍ର) ମୁକେଶ (୨୦୧୩-ବର୍ତ୍ତମାନ ପର୍ଯ୍ୟନ୍ତ) |
ସନ୍ତାନ | ଦେବାଙ୍ଗ ରାଜୀବ |
ପ୍ରାକ୍ ଜୀବନ
ସମ୍ପାଦନାମେଥିଲ ଦେବିକା ଦୁବାଇରେ ସନ ୧୯୭୬ରେ ଜନ୍ମଗ୍ରହଣ କରିଥିଲେ ଓ ଭାରତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ ।[୧] ତାଙ୍କର ରାଧିକା ପିଲ୍ଲାଇ ଓ ମେଥିଲ ରେଣୁକା ନାମରେ ଦୁଇ ବଡ଼ ଭଉଣୀ ଅଛନ୍ତି । ମେଥିଲ ରାଧାକୃଷ୍ଣନ ତାଙ୍କର ମାମୁଁ, ଲେଖକ ଭି.କେ.ଏନ.ଙ୍କର ପତ୍ନୀ ବେଦବତୀ ତାଙ୍କର ମାଇଁ । ପଲକ୍କଡ଼ର ମର୍ସି କଲେଜରେ ଯୋଗଦାନ କରିବା ପରେ ସେ ସରକାରୀ ଭିକ୍ଟୋରିଆ କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।
ଶିକ୍ଷା
ସମ୍ପାଦନାମେଥିଲ ଦେବିକା ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ବିଜିନେସ ଆଡମିନିଶ୍ଟ୍ରେସନରେ ପ୍ରଥମ ସ୍ଥାନ ଅଧିକାର କରି ପାସ କରିଥିଲେ,[୨] ଓ ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟରୁ ନୃତ୍ୟ କଳାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ମାଷ୍ଟର ଡିଗ୍ରୀ ଓ ସ୍ୱର୍ଣ୍ଣ ପଦକ ପାଇଥିଲେ ।[୩] ସନ ୨୦୧୩ରେ ତାମିଲନାଡ଼ୁର ଭାରତୀଦଶନ ବିଶ୍ୱବିଦ୍ୟାଳୟରୁ ମୋହିନୀୟଟ୍ଟମରେ ପିଏଚଡି ଲାଭ କରିଥିଲେ । ସେ ପୋଷ୍ଟଗ୍ରାଜୁଏଟ ପାଠ୍ୟକ୍ରମରେ ଅଧ୍ୟାପକ ଭାବରେ ଯୋଗଦାନ କରି ମୋହିନୀୟଟ୍ଟମ, କଥାକଲି ଓ କୂଡିୟଟ୍ଟମ ନୃତ୍ୟ,[୪] ଓ କେରଳ କଳାମଣ୍ଡଳମ୍ ଡିମଡ୍ ବିଶ୍ୱବିଦ୍ୟାଳୟର ଗବେଷଣା ବିଭାଗରେ ଥିଲେ ।[୫] କେରଳ କଳାମଣ୍ଡଳମ ଡିମଡ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତୀୟ ଛାତ୍ର ଡିପାର୍ଟମେଣ୍ଟର ମୂଖ୍ୟ ଭାବରେ କାମ କରିଛନ୍ତି ।[୬]
ବୃତ୍ତି
ସମ୍ପାଦନାମେଥିଲ ଦେବିକା ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମୋହିନୋୟଟ୍ଟମ ଶାଖାର ଜଣେ ଶିକ୍ଷାବିତ୍, ପଣ୍ଡିତ ଓ ସମର୍ଥକ ଥିଲେ ।[୭][୮] ଯୁକ୍ତରାଷ୍ଟର ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ, ସିଙ୍ଗାପୁରର ଏସପ୍ଲାନେଡ ଥିଏଟର, କେରଳର ସୂକ୍ଷ୍ମ କଳା ସୋସାଇଟି[୯] ଓ ଉସ୍ତାଦ୍ ବିସମିଲ୍ଲାହ ଖାନ ଯୁବ ପୁରସ୍କାର ଉତ୍ସବମାନଙ୍କରେ[୧୦] ତାଙ୍କୁ ବହୁତ ପ୍ରଶଂସା ମିଳିଥିଲା ଓ କାରଣ ସ୍ୱରୂପ ସେ ମୋହିନୀୟଟ୍ଟମ ନୃତ୍ୟରେ ଜାଗତିକ ମାନବିକ ଭାବନା ସଂଯୁକ୍ତ କରି ତାହାକୁ ନୂଆ ପରିଭାଷା ଦେଇଥିଲେ । ଭାରତର ଓ ଭାରତ ବାହାରେ ଥିବା ଅନେକ ସ୍କୁଲ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଦେବିକା ବକ୍ତୃତା ଓ ପେପର ପ୍ରେଜେଣ୍ଟେସନ ଦେଇ ମୋହିନୀୟଟ୍ଟମ, ମଲୟାଲମ ସାହିତ୍ୟ, ସଙ୍ଗୀତ ଓ କବିତାମାନଙ୍କୁ ନିଜସ୍ୱ କଳାରେ ଉପସ୍ଥାପନ ଓ ପ୍ରଚାର କରି ପ୍ରଶଂସିତ ହୋଇଥିଲେ ।[୪] ସେ ଅନେକ ଉତ୍ସବର ଆୟୋଜକ ଥିଲେ ଯେପରିକି ତିରୁବନନ୍ତପୁରମର ପାଞ୍ଚ ଦିନିଆ ଚିଲଙ୍କା ନୃତ୍ୟ ଉତ୍ସବ ।[୧୧]
ବ୍ୟକ୍ତିଗତ ଜୀବନ
ସମ୍ପାଦନାଦେବିକା ସନ ୨୦୦୨ରେ ରାଜୀବ ନାୟାରଙ୍କୁ ବିବାହ କରି ବାଙ୍ଗାଲୋରରେ ସ୍ଥାୟୀ ବାବରେ ବସବାସ କରିବାକୁ ଲାଗିଲେ ।[୧] ତାଙ୍କର ଗୋଟେ ପୁଅ ଦେବାଙ୍ଗ ଜାତ ହୋଇଥିଲା ।[୧୨] ଦେବାଙ୍ଗ ଜନ୍ମ ପରେ ସେ ଛାଡ଼ପତ୍ର ଦେଇ ପଲକ୍କଡ଼କୁ ଫେରିଗଲେ ଓ ରାମନାଥପୁରମରେ 'ଶ୍ରୀପଦ ନାଟ୍ୟ କଲରି'[୧] ନାମକ ଏକ ନୃତ୍ୟ ବିଦ୍ୟାଳୟ ସ୍ଥାପନ କରିଥିଲେ ।
ଏହା ପରେ ଅକ୍ଟୋବର ୨୪ ତାରିକ ୨୦୧୩ ଦିନ ସେ ମଲୟାଲମ ଅଭିନେତା ମୁକେଶଙ୍କୁ ବିବାହ କରିଥିଲେ ।[୫] ଏହା ତାଙ୍କର ଦ୍ୱତୀୟ ବିବାହ ଥିଲା ।[୧୩]
ପୁରସ୍କାର
ସମ୍ପାଦନାମୋହିନିୟଟ୍ଟମ ନୃତ୍ୟ ନିମନ୍ତେ ସେ କେରଳ ପ୍ରଦେଶ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପାଇଥିଲେ[୧୪] ସନ ୨୦୧୦ ନିମନ୍ତେ ଓ ସନ ୨୦୦୭ରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ଉସ୍ତାଦ୍ ବିସମିଲ୍ଲାହ ଖାନ ଯୁବ ପୁରସ୍କାର ପାଇଥିଲେ ।[୧୫][୧୬] ସନ ୨୦୧୦ରେ ଓଡ଼ିଶା ସରକାରଙ୍କଠାରୁ ସେ ଦେବଦାସୀ ଜାତୀୟ ପୁରସ୍କାର ପାଇଥିଲେ ।[୧୭] ତାଙ୍କର ନୃତ୍ୟ ପ୍ରବୀଣତା ନିମନ୍ତେ ପଶ୍ଚିମ ବଙ୍ଗର ବରନ ପୁରସ୍କାର ପାଇଥିଲେ ।[୬] ଦୂରଦର୍ଶନରେ ଦେବିକା ଜଣେ ଏ ଗ୍ରେଡ଼ କଳାକାର ଥିଲେ ଓ ଦିଲ୍ଲୀସ୍ଥିତ ଏସପିଆଇସିର ପ୍ୟାନେଲ ସଭ୍ୟ ଥିଲେ ।[୧୪] ଦିଲ୍ଲୀର ଭାରତୀୟ ସାଂସ୍କୃତିକ ସମ୍ପର୍କ କାଉନସିଲର ସେ ଫେଲୋ ଥିଲେ । ସନ ୨୧୦୬ରେ ମଧ୍ୟ ବାର୍ଷିକ ଉତ୍ସବରେ ସେ ମାଡ୍ରାସ ସଙ୍ଗୀତ ଏକାଡେମୀର ଶ୍ରେଷ୍ଠ ନର୍ତ୍ତକୀ ପୁରସ୍କାର ପାଇଥିଲେ ।[୧୮]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ Paul, G. S (12 August 2011). "Dance scholar and performer". The Hindu (in Indian English). ISSN 0971-751X. Retrieved 10 July 2018.
- ↑ "Dancing to the tunes of life". Deccan Chronicle (in ଇଂରାଜୀ). 16 February 2017. Retrieved 12 July 2018.
- ↑ Yiyyvadi, Sreevalsan (2 October 2017). "MBA and the Maestro". Outlook india. Retrieved 10 July 2018.
- ↑ ୪.୦ ୪.୧ Rupera, Prashant (19 April 2013). "Methil Devika interacts with students in the city". The Times of India. Retrieved 12 July 2018.
- ↑ ୫.୦ ୫.୧ "Malayalam actor Mukesh marries dancer Methil Devika". India TV (in ଆମେରିକୀୟ ଇଂରାଜୀ). 25 October 2013. Retrieved 10 July 2018.
- ↑ ୬.୦ ୬.୧ Chakra, Shyamhari (8 October 2010). "Dance divine". The Hindu (in Indian English). ISSN 0971-751X. Retrieved 12 July 2018.
- ↑ "So much divine energy in Khajuraho: Methil Devika". INDIA New England News (in ଆମେରିକୀୟ ଇଂରାଜୀ). 7 March 2016. Archived from the original on 10 July 2018. Retrieved 10 July 2018.
- ↑ Panchamakesan, C. S (24 November 2016). "Masterly Mohiniyattam". The Hindu (in Indian English). ISSN 0971-751X. Retrieved 10 July 2018.
- ↑ Bal, Harish (19 January 2017). "Evenings of ragas and rhythm". The Hindu (in Indian English). ISSN 0971-751X. Retrieved 12 July 2018.
- ↑ "Your music - Recurrent Note". India Today (in ଇଂରାଜୀ). 2 May 2008. Retrieved 12 July 2018.
- ↑ Nampoothiri, Hareesh N. (24 February 2017). "Steps of talent and skill". The Hindu (in Indian English). ISSN 0971-751X. Retrieved 12 July 2018.
- ↑ Khan, Shiba (11 April 2014). "Mukesh and wife Devika make their first public appearance - Times of India". The Times of India. Retrieved 12 July 2018.
- ↑ Pillai, Radhila C (9 November 2013). "My marriage with Mukesh is an arranged one: Methil Devika - Times of India". The Times of India. Retrieved 10 July 2018.
- ↑ ୧୪.୦ ୧୪.୧ M, Athira (22 June 2012). "Art in motion". The Hindu (in Indian English). ISSN 0971-751X. Retrieved 10 July 2018.
- ↑ "Kavalam - guru non-pareil". The Hindu (in Indian English). 30 June 2013. ISSN 0971-751X. Retrieved 12 July 2018.
- ↑ "Bismillah Khan award for Methil Devika". The Hindu (in Indian English). 5 March 2008. ISSN 0971-751X. Retrieved 10 July 2018.
- ↑ Chakra, Shyamhari (8 October 2010). "Dance divine". The Hindu (in Indian English). ISSN 0971-751X. Retrieved 14 October 2018.
- ↑ M., Athira (29 December 2016). "Exploring new idioms". The Hindu (in Indian English). ISSN 0971-751X. Retrieved 14 October 2018.