ମେଡୁଲାରୀ ସ୍ପଞ୍ଜ ବୃକ୍‌କ

ମେଡୁଲାରୀ ସ୍ପଞ୍ଜ ବୃକ୍‌କ ହେଉଛି ଏକ ଆଜନ୍ମ ତୃଟି ଯାହା ବୃକ୍‌କ ଭିତର ଅଂଶରେ ଛୋଟ ସିଷ୍ଟ ରହିଥାଏ ।[] ଲକ୍ଷଣ ସାଧାରଣତଃ ବିଳମ୍ବିତ ପିଲାଦିନ କିମ୍ବା ପ୍ରାଥମିକ ବୟସ୍କ ହେବା ପର୍ଯ୍ୟନ୍ତ ଆରମ୍ଭ ହୁଏ ନାହିଁ ।[] ଏହାର ଲକ୍ଷଣ ମୂତ୍ରାଶୟ ସଂକ୍ରମଣ (UTI), ପରିସ୍ରା କଲା ବେଳେ ଜ୍ୱାଳା କିମ୍ବା ବୃକ୍‌କ ପଥର ରୋଗ ଯୋଗୁ ଅଣ୍ଟା ଯନ୍ତ୍ରଣା ଏବଂ ପରିସ୍ରାରେ ରକ୍ତ ପଡ଼ିପାରେ | [] ବୃକ୍‌କ ବିଫଳତା ବିରଳ ଅଟେ ।[]

Medullary sponge kidney
Cacchi–Ricci disease, precalyceal canalicular ectasia[]
Medullary sponge as seen on an intravenous pyelogram
ବିଭାଗUrology
ଲକ୍ଷଣBurning with urination, blood in the urine, flank pain[]
ଆକ୍ରାନ୍ତ ସମୟPresent at birth[]
କାରଣUnclear[]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging[]
ଚିକିତ୍ସାManaging UTIs and kidney stones[]
ପୁନଃପୌନିକ1 in 5,000 people[]

ଏହାର କାରଣ ଅସ୍ପଷ୍ଟ ରହିଛି। ।[] ଅଧିକାଂଶ ମାମଲା ପିତାମାତାଙ୍କଠାରୁ ଉତ୍ତରାଧିକାର ସୁତ୍ରରେ ଆଣିଥିବା ପରି ଦେଖାଯାଏ ନାହିଁ ।[] ଅନ୍ତର୍ନିହିତ ପ୍ରଣାଳୀରେ ବୃକ୍‌କ ପିରାମିଡରେ ସଂଗ୍ରହକାରୀ ନଳୀ ଏବଂ ଟୁବ୍ୟୁଲଗୁଡ଼ିକର ବିସ୍ତାର ହୋଇଥାଏ ।[] ଗୋଟିଏ କିମ୍ବା ଉଭୟ କିଡନୀ ଜଡ଼ିତ ହୋଇପାରେ।[] ଡାକ୍ତରୀ ଇମେଜିଙ୍ଗଦ୍ୱାରା ରୋଗ ନିର୍ଣ୍ଣୟ ସମର୍ଥିତ ହୋଇପାର।| []

ଏହି ରୋଗର କୌଣସି ଉପଶମ ନାହିଁ। ।[] ଚିକିତ୍ସାରେ ମୂତ୍ରାଶୟ ସଂକ୍ରମଣ ଏବଂ ବୃକ୍‌କ ପଥରର ଯଥା ମାନ୍ୟ ଚିକିତ୍ସା କରାଯାଏ ।[] ସଂକ୍ରମଣକୁ ରୋକିବା ପାଇଁ ଦୀର୍ଘକାଳୀନ ଆଣ୍ଟିବାୟୋଟିକ୍ ବ୍ୟବହାର କରାଯାଇପାରେ ।[] ପୋଟାସିୟମ୍ ସାଇଟ୍ରେଟ୍ କିମ୍ବା ହାଇଡ୍ରୋକ୍ଲୋରୋଥିଆଜାଇଡ ଦେଇ ବୃକ୍‌କ ପଥର ବାରମ୍ବାର ହେବା ହ୍ରାସ ହୋଇପାରେ ।[] ପ୍ରଚୁର ତରଳ ପଦାର୍ଥ ପିଇବାଦ୍ୱାରା ମଧ୍ୟ ସାହାଯ୍ୟ ହୋଇପାରେ ।[]

ପ୍ରାୟ ୫,୦୦୦ ଲୋକରେ ଜଣେ ଏହି ରୋଗରେ ପ୍ରଭାବିତ ହେଉଛନ୍ତି। ।[] କ୍ୟାଲସିୟମ ଆଧାରିତ ବୃକ୍‌କ ପଥର ବିକଶିତ କରୁଥିବା ୨୦% ଲୋକଙ୍କର ଏହି ରୋଗ ଅବସ୍ଥା ହେବା ସମ୍ଭାବନା ଅଛି ।[] ମହିଳାମାନେ ସାଧାରଣତଃ ପୁରୁଷଙ୍କ ଅପେକ୍ଷା ଅଧିକ ଗୁରୁତର ଭାବରେ ପ୍ରଭାବିତ ହୁଅନ୍ତି ।[] ଏହାକୁ ପ୍ରଥମେ ୧୯୦୮ ମସିହାରେ ବେଟିଜକେ ବର୍ଣ୍ଣନା କରିଥିଲେ। ।[]

  1. ୧.୦ ୧.୧ Wein, Alan J.; Kavoussi, Louis R.; Novick, Andrew C.; Partin, Alan W.; Peters, Craig A. (2011). Campbell-Walsh Urology (in ଇଂରାଜୀ). Elsevier Health Sciences. p. 34. ISBN 978-1-4557-2298-3. Archived from the original on 2021-05-17. Retrieved 2021-01-24.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ ୨.୨୦ ୨.୨୧ "Medullary Sponge Kidney | NIDDK". National Institute of Diabetes and Digestive and Kidney Diseases. Archived from the original on 9 January 2021. Retrieved 24 January 2021.
  3. Gardner, K. D.; Bernstein, J. (2012). The Cystic Kidney (in ଇଂରାଜୀ). Springer Science & Business Media. p. 378. ISBN 978-94-009-0457-6. Archived from the original on 2021-05-17. Retrieved 2021-01-24.