ମେଘାଳି ମାଳବିକା ସ୍ୱାଇଁ
ମେଘାଳି ମାଳବିକା ସ୍ୱାଇଁ ଗୁଗୁଲ ଗାର୍ଲ ଭାବେ ପରିଚିତ ଓଡ଼ିଶାର ଜଣେ ଶିଶୁ ପ୍ରତିଭା ଅଟନ୍ତି । ଅସାଧାରଣ ସ୍ମୃତିଶକ୍ତିଧାରିଣୀ ମେଘାଳି ୨୦୧୭ ମସିହାରେ ଇଣ୍ଡିଆ ବୁକ ଅଫ ରେକର୍ଡ଼ସରେ ସ୍ଥାନ ପାଇଥିଲେ ।[୧]
ମେଘାଳି ମାଳବିକା ସ୍ୱାଇଁ ବିଶ୍ୱ ଆଟଲାସ ଉପରେ ନଜର ପକାଇବା ମାତ୍ରେ ଦେଶର ନାମ, ତାର ରାଜଧାନୀ, ପାହାଡ଼ ଏବଂ ସମୁଦ୍ରର ନାମ ଅନାୟସରେ କହିପାରନ୍ତି । ସବୁ ଦେଶର ପ୍ରଚଳିତ ମୁଦ୍ରା ଓ ଅର୍ଥନୀତି ବିଷୟରେ ନିର୍ଭୁଲ ଭାବରେ କହି ୨୦୧୭ ମସିହା ଜାନୁଆରୀରେ ଇଣ୍ଡିଆ ବୁକ ଅଫ ରେକର୍ଡ଼ସରେ ନିଜ ନାମ ସ୍ଥାନିତ କରାଇବାର ଗୌରବ ହାସଲ କରିଥିଲେ ।
ବାଲ୍ୟ ଜୀବନ, ଶିକ୍ଷା ଓ ପ୍ରତିଭା ପରିଚୟ
ସମ୍ପାଦନାମେଘାଳି ଭୁବନେଶ୍ୱରର ନୟାପଲ୍ଲୀଠାରେ ରହନ୍ତି । ସେ ସ୍ଥାନୀୟ ଡିଏଭି ସ୍କୁଲରେ ଷ୍ଟାଣ୍ଡାର୍ଡ ୧ରେ ପଢ଼ନ୍ତି । ତାଙ୍କ ବାପା ପ୍ରଫୁଲ୍ଲ କୁମାର ସ୍ୱାଇଁ ଗଞ୍ଜାମ ଛତ୍ରପୁରରେ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟକରନ୍ତି । ମେଘାଳୀଙ୍କୁ ଯେତେବେଳେ ଅଢ଼େଇ ବର୍ଷ ବୟସ ସେତେବେଳେ ତାଙ୍କ ବାପା ଘରକୁ ଏକ ମାନଚିତ୍ର ନେଇ ଆସିଥିଲେ । ମେଘାଳି ମାନଚିତ୍ରକୁ କିଛି ସମୟ ନିରେଖି ରହିବା ପରେ ସେଥିରେ ଦର୍ଶା ଯାଇଥିବା ସମସ୍ତ ସ୍ଥାନର ନାମ ନିର୍ଭୁଲ ଭାବେ ଉଚ୍ଚାରଣ କରିବା ଦେଖି ପିତାମାତା ଆଶ୍ଚର୍ୟ୍ୟ ହୋଇଥିଲେ । ଡୋରେମନ, ଛୋଟାଭୀମ ଆଉ କ୍ରିଷ୍ଣା କମିକ୍ସର ପ୍ରେତ୍ୟକ ଧାଡି ଉଚ୍ଚାରଣ କରୁଥିବା ଦେଖି ମେଘାଳିଙ୍କ ମନେ ରଖିବା ଶକ୍ତି ବିଷୟରେ ସୂଚନା ପାଇଥିଲେ ।[୨]