ମେଘନା ପନ୍ତ

ଭାରତୀୟ ଲେଖକ, ସାମ୍ବାଦିକ

ମେଘନା ପନ୍ତ ଜଣେ ଭାରତୀୟ ଲେଖକ, ସାମ୍ବାଦିକ ଏବଂ ବକ୍ତା ଅଟନ୍ତି । ସାହିତ୍ୟ, ଲିଙ୍ଗ ପ୍ରସଙ୍ଗ ଏବଂ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ବିଭିନ୍ନ ପୁରସ୍କାର ଜିତିଛନ୍ତି । ୨୦୧୨ରେ, ସେ ତାଙ୍କର ପ୍ରଥମ ଉପନ୍ୟାସ ୱାନ ଆଣ୍ଡ ଏ ହାଫ ୱାଇଫ ପାଇଁ ମ୍ୟୁଜ୍ ଇଣ୍ଡିଆ ଯୁବ ଲେଖକ ପୁରସ୍କାର ପାଇଥିଲେ । ତାଙ୍କର କ୍ଷୁଦ୍ରଗଳ୍ପ, ହାପି ବାର୍ଥଡେ ଏବଂ ଅନ୍ୟାନ୍ୟ କାହାଣୀଗୁଡ଼ିକର ସଂଗ୍ରହ ଫ୍ରାଙ୍କ ଓ’କନୋର ଆନ୍ତର୍ଜାତୀୟ ପୁରସ୍କାର ପାଇଁ ଦୀର୍ଘ ତାଲିକାଭୁକ୍ତ ହୋଇଥିଲା ।[୧]

ମେଘନା ପନ୍ତ
ମୁମ୍ବାଇରେ ତାଙ୍କ ଉପନ୍ୟାସ ୱାନ ଆଣ୍ଡ ଏ ହାଫ ୱାଇଫର ପୁସ୍ତକ ଉନ୍ମୋଚନ ଅବସରରେ ମେଘନା
ମୁମ୍ବାଇରେ ତାଙ୍କ ଉପନ୍ୟାସ ୱାନ ଆଣ୍ଡ ଏ ହାଫ ୱାଇଫର ପୁସ୍ତକ ଉନ୍ମୋଚନ ଅବସରରେ ମେଘନା
ଜନ୍ମ ଓ ଜନ୍ମସ୍ଥାନଶିମଲା, ହିମାଚଳ ପ୍ରଦେଶ
ବୃତ୍ତିଲେଖକ, ସାମ୍ବାଦିକ, ସ୍କ୍ରିନ୍ ରାଇଟର୍
ଭାଷାଇଂରାଜୀ
ଶିକ୍ଷାଏମବିଏ
ଶିକ୍ଷାନୁଷ୍ଠାନସେଣ୍ଟ ଜାଭିୟର୍ସ କଲେଜ (ମୁମ୍ବାଇ), ନାନିଆଙ୍ଗ ବ୍ୟବସାୟ ବିଦ୍ୟାଳୟ (ସିଙ୍ଗାପୁର), ସେଣ୍ଟ ଗାଲେନ ବିଶ୍ୱବିଦ୍ୟାଳୟ (ସ୍ୱିଜରଲ୍ୟାଣ୍ଡ)
ଶୈଳୀଉପନ୍ୟାସ, କ୍ଷୁଦ୍ରଗଳ୍ପ, ସ୍କ୍ରିନ୍ ଚିତ୍ର, ନାରୀବାଦ
ୱେବସାଇଟ
www.meghnapant.com

ବୃତ୍ତି ସମ୍ପାଦନା

ପନ୍ତ ପୂର୍ବରୁ ମୁମ୍ବାଇ ଏବଂ ନ୍ୟୁୟର୍କ ସିଟିରେ ଟାଇମ୍ସ ନ୍ୟୁ, ଏନଡିଟିଭି ଏବଂ ବ୍ଲୁମବର୍ଗ-ୟୁଟିଭି ସହିତ ଏକ ବ୍ୟବସାୟ ସମ୍ବାଦ ଉପସ୍ଥାପକ ଭାବରେ କାର୍ଯ୍ୟ କରିଥିଲେ ।[୨] ୨୦୦୮ ମସିହା ଆର୍ଥିକ ସଙ୍କଟ ସମୟରେ ସେ ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜରୁ ରିପୋର୍ଟ କରିଥିଲେ । ସେ ପୁରା ସମୟ ଲେଖିବା ପାଇଁ ୨୦୧୩ରେ ଭାରତକୁ ଫେରିଥିଲେ।

ତାଙ୍କର ପ୍ରଥମ ଉପନ୍ୟାସ ୱାନ ଆଣ୍ଡ ଏ ହାଫ ୱାଇଫ (ୱେଷ୍ଟଲ୍ୟାଣ୍ଡ, ୨୦୧୨) ଜାତୀୟ ମ୍ୟୁଜ୍ ଇଣ୍ଡିଆ ୟଙ୍ଗ ରାଇଟର୍ ଆୱାର୍ଡ (୨୦୧୪) ଜିତିଥିଲା ଏବଂ ଆମାଜନ ବ୍ରେକରୁ ନୋଭେଲ ପୁରସ୍କାର ପାଇଁ ତାଲିକାଭୁକ୍ତ ହୋଇଥିଲା ।[୩] ୨୦୧୮ ମସିହାରେ ଲିଙ୍ଗଗତ ସମାନତା ଉପରେ ଲେଖିବା ପାଇଁ ତାଙ୍କୁ ଲାଡଲି ମିଡିଆ ପୁରସ୍କାର ପ୍ରଦାନ କରାଯାଇଥିଲା ।[୪]


ଫ୍ରାଙ୍କ ଓ’କନୋର ଆନ୍ତର୍ଜାତୀୟ ପୁରସ୍କାର (୨୦୧୪) ପାଇଁ ପନ୍ତଙ୍କ କ୍ଷୁଦ୍ର ଗଳ୍ପ ହାପି ବାର୍ଥଡେ (ରାଣ୍ଡମ ହାଉସ୍, ୨୦୧୩)ର ତାଲିକାଭୁକ୍ତ ହୋଇଥିଲା ।[୫] ତାଙ୍କର ଦ୍ୱିତୀୟ କ୍ଷୁଦ୍ରଗଳ୍ପ ସଂଗ୍ରହ 'ଦି ଟ୍ରବୁଲ ଉଇଥ୍ ଓମ୍ୟାନ' ୨୦୧୬ ମସିହାରେ ପ୍ରକାଶିତ ହୋଇଥିଲା ।

୨୦୧୫ ମସିହାରେ, ସେ ମୁମ୍ବାଇରେ "ଫେମିନିଷ୍ଟ ରାଣୀ" ନାମକ ଏକ ମାସିକ ପ୍ୟାନେଲ ଆଲୋଚନା ଆରମ୍ଭ କରିଥିଲେ, ଯେଉଁଥିରେ ବିଭିନ୍ନ ଭାରତୀୟ ନାରୀବାଦୀଙ୍କ ସହ ସାକ୍ଷାତକାର ହୋଇଥିଲା ।[୬][୭] ତିନି ବର୍ଷର ଆଲୋଚନା ପରେ, ସେ ୨୦୧୮ ମସିହାରେ ସହ-ଲେଖକ ଶୈଳୀ ଚୋପ୍ରାଙ୍କ ସହ ମିଶି ତାଙ୍କର ପ୍ରଥମ ଅଣ-କାଳ୍ପନିକ ପୁସ୍ତକ ଫେମିନିଷ୍ଟ ରାନୀରେ ସାକ୍ଷାତକାରର ଏକ ସଂଗ୍ରହ ପ୍ରକାଶ କରିଥିଲେ ।[୮] ନାରୀବାଦୀ ରାଣୀଙ୍କୁ କମଳା ଭାସିନ ପ୍ରଶଂସା କରିଥିଲେ ଯେ ଏକ ଶକ୍ତିଶାଳୀ, ସମ୍ବେଦନଶୀଳ ଏବଂ ଚିନ୍ତାଉଦ୍ରେକକାରୀ ପୁସ୍ତକ ଯାହା ମହିଳା ଏବଂ ପୁରୁଷ ସମାନ ବୋଲି ଭାବୁଥିବା ବ୍ୟକ୍ତି ତଥା ସମାନ ବୋଲି ଭାବୁନଥିବା ବ୍ୟକ୍ତିଙ୍କ ପାଇଁ ପଢ଼ିବା ନିହାତି ଆବଶ୍ୟକ[୮]

ପାରିବାରିକ ହିଂସା ଅଙ୍ଗେ ନିଭାଇଥିବା ବ୍ୟକ୍ତି ଭାବରେ ସେ TEDx[୯] ସମେତ ଅନେକ ପ୍ଲାଟଫର୍ମରେ ନିଜର ବ୍ୟକ୍ତିଗତ ଅଭିଜ୍ଞତା ବାବଦରେ କଥା ହୋଇ ମହିଳାମାନଙ୍କୁ ଘରୋଇ ହିଂସା ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଅନୁରୋଧ କରିଥିଲେ ।[୧୦]

ନ୍ୟୁଜ୍ ପୋର୍ଟାଲ୍ ଫର୍ଷ୍ଟପୋଷ୍ଟ ପାଇଁ ସେ ବିଭିନ୍ନ ମହିଳା-କେନ୍ଦ୍ରିକ ଶୋ’କୁ ମଧ୍ୟ ଆଙ୍କର୍ କରିଥିଲେ ।[୧୧][୧୨] ୨୦୧୯ ମସିହାରେ, ପନ୍ତ ଅମିତାଭ ବଚ୍ଚନଙ୍କ ସହ ସୋ କୌନ ବାନେଗା କରୋଡପତୀରେ ବିଶେଷଜ୍ଞ ଭାବରେ ଦେଖାଦେଇଥିଲେ ।[୧୩]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ସୋସାଇଟି ଆଚିଭର୍ସ ପୁରସ୍କାର (୨୦୨୨) - ବିଜେତା [୧୪]
  • ଅକ୍ସଫୋର୍ଡ ବୁକ୍ ଷ୍ଟୋର ବୁକ୍ କଭର ପୁରସ୍କାର (୨୦୨୨) - ଲଙ୍ଗଲିଷ୍ଟ [୧୫]
  • FICCI ୟଙ୍ଗ ଆଚିଭର ପୁରସ୍କାର (୨୦୧୯) - ବିଜେତା [୧୬]
  • ଲାଡଲି ମିଡିଆ ପୁରସ୍କାର (୨୦୧୮) - ବିଜେତା
  • ଭାରତ ନିର୍ମାଣ ପୁରସ୍କାର (୨୦୧୭) - ବିଜେତା [୧୭]
  • FON (ଫେଲୋ ଅଫ ନେଚର) ଦକ୍ଷିଣ ଏସିଆ କ୍ଷୁଦ୍ରଗଳ୍ପ ପୁରସ୍କାର (୨୦୧୬) - ବିଜେତା [୧୮]
  • ମ୍ୟୁଜ୍ ଇଣ୍ଡିଆ ଯୁବ ଲେଖକ ପୁରସ୍କାର (୨୦୧୩) - ବିଜେତା [୧୯][୨୦]
  • କମନୱେଲଥ କ୍ଷୁଦ୍ରଗଳ୍ପ ପୁରସ୍କାର (୨୦୧୮) - ଲଙ୍ଗଲିଷ୍ଟ [୨୧]
  • ଫ୍ରାଙ୍କ ଓ’କନୋର ଆନ୍ତର୍ଜାତୀୟ କ୍ଷୁଦ୍ରଗଳ୍ପ ପୁରସ୍କାର (୨୦୧୪) - ଲଙ୍ଗଲିଷ୍ଟ [୨୨][୨୩]

ଗ୍ରନ୍ଥସମୂହ ସମ୍ପାଦନା

ନୋଭେଲ

  • ବଏଜ୍ ଡୋଣ୍ଟ କ୍ରାୟେ (୨୦୨୨). ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍ ISBN 978-0143455097.
  • ଦି ଟେରିବୁଲ, ହରିବୁଲ, ଭେରୀବ୍ୟାଡ ଗୁଡ ନ୍ୟୁଜ୍ (୨୦୨୧) . ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍ ISBN 978-0143453543.
  • ୱାନ୍ ଆଣ୍ଡ ଏ ହାଫ୍ ୱାଇଫ (୨୦୧୨). ନୂଆଦିଲ୍ଲୀ: ୱେଷ୍ଟଲ୍ୟାଣ୍ଡ ISBN 978-9381626481.

ସଂକ୍ଷିପ୍ତ କାହାଣୀ

  • ହାପୀ ବାର୍ଥ ଡେ! (୨୦୧୩). ଲଣ୍ଡନ: ରାଣ୍ଡମ ହାଉସ୍ ISBN 978-8184004038.
  • ଦି ଟ୍ରବୁଲ ଉଇଥ୍ ଓମ୍ୟାନ (୨୦୧୬)

ଅଣ-କାଳ୍ପନିକ

  • ଫେମିନିଷ୍ଟ ରାଣୀ (୨୦୧୮) ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍ ISBN 978-0143442875.
  • ହାଓ ଟୁ ଗେଟ ପବ୍ଲିଷ ଇନ ଇଣ୍ଡିଆ (୨୦୧୯). ବ୍ଲୁମ୍ସବେରୀ ISBN 978-9388271066.

ବ୍ୟକ୍ତିଗତ ଜୀବନ ସମ୍ପାଦନା

ସୁଜାତା ଏବଂ ଦୀପ ଚନ୍ଦ୍ର ପନ୍ତଙ୍କ କନ୍ୟା ମେଘନା ଶିମଲାରେ ଜନ୍ମଗ୍ରହଣ କରିଥିଲ । ମେଘନାଙ୍କ ପିତା, ମାତା ଉଭୟ ଭାରତୀୟ ରାଜସ୍ୱ ସେବାରେ କାର୍ଯ୍ୟ କରିଥିଲେ ଏବଂ ୨୦୧୨ରେ ଯଥାକ୍ରମେ ମୁମ୍ବାଇ ଏବଂ କୋଲକାତାର ମୁଖ୍ୟ ଆୟକର କମିଶନର ଭାବରେ ଅବସର ନେଇଥିଲେ ।[୨୪] ମେଘନା ସ୍ୱାମୀ ଏବଂ ଦୁଇ ଝିଅଙ୍କ ସହ ମୁମ୍ବାଇରେ ରୁହନ୍ତି ।[୨୫]

ଆଧାର ସମ୍ପାଦନା

  1. "Author Meghna Pant's new book deals with women, violence and feminism". Hindustan Times. 1 September 2016.
  2. Divyamody (12 September 2017). "25 witty, sharp and fearless women to follow on Twitter". SheThePeople.TV. Retrieved 26 July 2021.
  3. "Meghna Pant". Penguin Random House India. Retrieved 24 July 2020.
  4. Bureau, BW Online. "Meghna Pant Wins Laadli Media Award". BW Businessworld.
  5. Interview – Meghna Pant 1 October 2016, Openroadreview.com
  6. Roy, Lachmi Deb (18 September 2018). "Gender Is Not In Your Genitals But In Your Mind: Meghna Pant". Outlook. Retrieved 26 July 2021.
  7. "Green and bear it". Mumbai Mirror.
  8. ୮.୦ ୮.୧ "Penguin releases Shaili Chopra and Meghna Pant's Feminist Rani". Deccan Chronicle. 30 August 2018.
  9. [୧] Stop The Violence, Stop The Silence | Meghna Pant | TEDxXLRI
  10. HT Correspondent (4 March 2017). "Five gutsy women make powerful personal statements". Hindustan Times. Retrieved 26 July 2021.
  11. [୨] Deepa Malik on First Lady.
  12. [୩] Nimrat Kaur on First Lady.
  13. "Kaun Banega Crorepati 11, Day 17 Written Update: Amitabh Bachchan Guides Another Contestant To Significant Victory". NDTV.com.
  14. https://filmycharcha.com/entertainment/events/the-society-achievers-awards-2022-hosted-in-maharashtra-was-a-huge-success/. {{cite web}}: Missing or empty |title= (help)
  15. https://scroll.in/article/1040188/the-oxford-bookstore-book-cover-prize-reveals-its-2023-longlist-of-21-books. {{cite web}}: Missing or empty |title= (help)
  16. https://ifp.world/creator/meghna-pant/. {{cite web}}: Missing or empty |title= (help)
  17. "Author Meghna Pant wins Bharat Nirman Award". 28 April 2017.
  18. Jha, B. K. "Kumaon Literary Festival revives Nature Writing". ruralmarketing.in. Archived from the original on 2020-07-24. Retrieved 2023-02-13.
  19. "Muse India Awards for Pant, Sinha". The Hindu. 4 January 2013. Retrieved 2013-06-14.
  20. "Muse India awards announced". The Times of India. Archived from the original on 20 August 2014. Retrieved 2013-06-14.
  21. "Storizen Magazine". 20 June 2018.
  22. www.frankoconnor-shortstory-award.net https://web.archive.org/web/20151218021848/http://www.frankoconnor-shortstory-award.net/site/?page_id=334. Archived from the original on 18 December 2015. Retrieved 25 June 2014. {{cite web}}: Missing or empty |title= (help)ଛାଞ୍ଚ:SemiBareRefNeedsTitle
  23. Staff writer (10 June 2014). [୪]. KITAAB. Retrieved 10 June 2014
  24. https://www.meghnapant.com/bio. {{cite web}}: Missing or empty |title= (help)
  25. https://arcus-www.amazon.in/Boys-Dont-Cry-Meghna-Pant/dp/0143455095. {{cite web}}: Missing or empty |title= (help)