ମେକ ଇନ ଓଡ଼ିଶା

ଓଡ଼ିଶା ସରକାରଙ୍କ ଯୋଜନା

ମେକ ଇନ ଓଡ଼ିଶା, ଓଡ଼ିଶା ସରକାରଙ୍କଦ୍ୱାରା ରାଜ୍ୟରେ ଶିଳ୍ପୋନ୍ନତି କରିବାକୁ ପ୍ରାରମ୍ଭ କରାଯାଇଥିବା ଏକ ପ୍ରକଳ୍ପ । [୧] ଓଡ଼ିଶାରେ ଥିବା ମୁଖ୍ୟ ଶିଳ୍ପ ନିବେଶକାରୀଗୁଡ଼ିକ ହେଲା ଏନଟିପିସି, ଏମସିଏଲ, ଏସଏଆଇଏଲ, ଟାଟା ଷ୍ଟିଲ, ଟିସିଏସ, ଅଦାନୀ, ଯେଏସପିଏଲ, ପିପିଏଲ, ଆଇଓସିଏଲ ଏବଂ ଆହୁରି ଅନେକ ।[୨] ୮୦ରୁ ଅଧିକ କମ୍ପାନୀ ଓଡ଼ିଶାରେ ନିବେଶକରି ୨,୦୩,୨୭୦ ଟଙ୍କାର (୩୦ ବିଲିୟନ ଆମେରିକୀୟ ଡଲାର) ନିବେଶ କରିବେ ବୋଲି ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି । ପରବର୍ତ୍ତୀ ମେକ ଇନ ଓଡ଼ିଶା ସମ୍ମିଳନୀ ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଚାଲିବ ।[୩]

ମେକ ଇନ ଓଡ଼ିଶା
CountryIndia
StatusActive
Websitemio.investodisha.gov.in




ଘଟଣାବଳୀ ସମ୍ପାଦନା

ମେକ ଇନ ଓଡ଼ିଶା ସମ୍ମିଳନୀ ୨୦୧୬ ସମ୍ପାଦନା

ପ୍ରଥମ ମେକ ଇନ ଓଡ଼ିଶା[୪] ୩୦ ନଭେମ୍ବରରୁ ୨ ଡିସେମ୍ବର ୨୦୧୬ ପର୍ଯ୍ୟନ୍ତ ଓଡ଼ିଶାଭୁବନେଶ୍ୱରଠାରେ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀର ମୂଳ ଲକ୍ଷ ଓଡ଼ିଶାର ବିନିର୍ମାଣ କୌଶଳକୁ ସର୍ବ ସାମ୍ମୁଖ୍ୟର ଉପସ୍ଥାପନା କରି ରାଜ୍ୟରେ କିଛି ଗଣତି ସେକ୍ଟରରେ ନିବେଶକାରୀଙ୍କୁ ଆକୃଷ୍ଟ କରିବା । କିଛି ଅକୃଷ୍ଟକାରୀ ବିଭାଗ ହେଲା:[୫][୬]

  • ରସାୟନ, ପେଟ୍ରୋକେମିକାଲ ଏବଂ ପ୍ଲାଷ୍ଟିକ
  • ଧାତୁ ବିଭାଗ
  • ଖଦି ଏବଂ ବୟନ ଶିଳ୍ପ
  • ଖାଦ୍ୟ ପ୍ରକ୍ରିୟାକରଣ
  • ଇଲେକ୍ଟ୍ରୋନିକ ବିନିର୍ମାଣ ଏବଂ ଇନଫରମେସନ ଟେକ୍ନୋଲୋଜି ଏବଂ
  • ପର୍ଯ୍ୟଟନ

ଏହି ସମ୍ମିଳନୀରେ ଓଡ଼ିଶା ସରକାର ୨୮ଟି ପ୍ରସ୍ତାବ ସହ ମୋଟ ୧୮,୪୩୪ କୋଟିର ନିବେଶ ଲାଭ କରିପାରିଥିଲେ, ଯେଉଁଥିରେ ୨୭,୫୬୫ଟି ଲୋକଙ୍କୁ କାମ ଯୋଗାଇହେବ ।[୭]

ମେକ ଇନ ଓଡ଼ିଶା ସମ୍ମିଳନୀ ୨୦୧୮ ସମ୍ପାଦନା

ମେକ ଇନ ଓଡ଼ିଶାର ଦ୍ୱିତୀୟ ସମ୍ମିଳନୀ ୨୦୧୮ ମସିହା ୧୧ ନଭେମ୍ବରରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଚାଲୁ ରହିଥିଲା ।[୮] ଛଅଟି ଦେଶ ସହ ଭାରତର ପ୍ରମୁଖ ଶିଳ୍ପପତିମାନେ ମଧ୍ୟ ଏଥିରେ ଯୋଗଦେଇଥିଲେ ।[୯] ଏଥିରେ ୬ ବିଦେଶୀ ରାଷ୍ଟ୍ର ସହ ଭାରତର ୨୩ଟି ରାଜ୍ୟରୁ ଯୋଗଦେଇଥିବା ୮୦୦ରୁ ଊର୍ଦ୍ଧ୍ୱ ପ୍ରତିଷ୍ଠିତ ଶିଳ୍ପପତିଙ୍କ ଆଡୁ ୪ ଲକ୍ଷରୁ ଅଧିକ ନିବେଶ ପ୍ରସ୍ତାବ ସହ ୫ ଲକ୍ଷରୁ ଅଧିକ ନିଯୁକ୍ତି ପ୍ରତିଶ୍ରୁତି ମିଳିଛି । [୩]

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Invest Odisha".
  2. "Make in Odisha receives Rs 2 lakh crore investment intent - Firstpost". 2 December 2016.
  3. ୩.୦ ୩.୧ http://www.samajalive.in/make-in-odisha-conclave-8/48470.html
  4. {{cite news}}: Empty citation (help)
  5. "Make in Odisha Conclave - Make In India". www.makeinindia.com (in ଆମେରିକୀୟ ଇଂରାଜୀ). Archived from the original on 2018-12-03. Retrieved 2018-11-11.
  6. "Make In Odisha Conclave Brochure". {{cite web}}: Cite has empty unknown parameter: |dead-url= (help)
  7. {{cite news}}: Empty citation (help)
  8. "Make In Odisha Conclave 2018". mio.investodisha.gov.in. Retrieved 2018-11-11.
  9. {{cite news}}: Empty citation (help)