ମୁସ୍ତାକ କାକ

ଭାରତୀୟ ଅଭିନେତା

ମୁସ୍ତାକ କାକ (ଡୋଗ୍ରି/କାଶ୍ମୀରୀ: मुश्ताक़ काक (ଦେବନାଗରୀ), مُشكا کاک (ନାସ୍ତାଲୀକ); ଜନ୍ମ: ୧୯୬୧; ଜନ୍ମସ୍ଥାନ: ଜାମ୍ମୁ କାଶ୍ମୀର, ଭାରତ) ଜଣେ ଭାରତୀୟ ଅଭିନେତା ତଥା ନିର୍ଦ୍ଦେଶକ ।[୧] ସେ ୧୦୦ରୁ ଅଧିକ ମଞ୍ଚ ନାଟକର ନିର୍ଦ୍ଦେଶନା ଦେବା ସହିତ ଅନେକ ହିନ୍ଦୀ ଓ ଇଂରାଜୀ ଭାଷାର କଥାଚିତ୍ରରେ ଅଭିନୟ କରିଛନ୍ତି । ଜାମ୍ମୁ ଫିଲ୍ମ ଫେଷ୍ଟିଭାଲର ଜଣେ ଜୁରୀ ଭାବରେ ସେ କାମ କରିଛନ୍ତି ।[୨][୩]

ମୁସ୍ତାକ କାକ
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତା
ମଞ୍ଚ ନିର୍ଦ୍ଦେଶକ
ସକ୍ରିୟ ବର୍ଷ୧୯୯୯ – ଏବେଯାଏଁ

ବ୍ୟକ୍ତିଗତ ଜୀବନ ସମ୍ପାଦନା

କାକ ୧୯୬୧ ମସିହାରେ ଜାମ୍ମୁ କାଶ୍ମୀରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତା ଜାମ୍ମୁ-କାଶ୍ମୀରର ଅଧିବାସୀ, ତାଙ୍କ ପିତା କାଶ୍ମୀର କାକ ଜାତିର ହୋଇଥିବାବେଳେ ତାଙ୍କ ମାଆ ଡୋଗ୍ରା ସମ୍ପ୍ରଦାୟର ।[୪]

ଅଭିନୟ ଜୀବନ ସମ୍ପାଦନା

ଆରମ୍ଭ ସମୟରେ ସେ ନୂଆ ଦିଲ୍ଲୀର ଶ୍ରୀ ରାମ ସେଣ୍ଟର ସହିତ ଜଣେ କଳାତ୍ମକ ନିର୍ଦ୍ଦେଶକ ଭାବରେ ଜଡ଼ିତ ଥିଲେ । ସେ ଅନ୍ଧା ୟୁଗ, ମାଲିକ ଏବଂ ପ୍ରତିବିମ୍ବ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମଧ୍ୟ ପାଇଛନ୍ତି । ତାଙ୍କର ନାଟକ ମଧ୍ୟରୁ ମହା ବ୍ରାହ୍ମଣ ଏବଂ ଆଲ୍ଲାବାଦ ଯଥାକ୍ରମେ ୧୯୯୯ ଏବଂ ୨୦୦୦ ମସିହା ପାଇଁ ସର୍ବୋତ୍ତମ ନାଟକ ଭାବରେ ବିବେଚିତ ହୋଇଥିଲା । କାର୍ତ୍ତିକ ଚୌଧୁରୀଙ୍କ ସହ ତାଙ୍କର ପ୍ରଯୋଜିତ ନାଟକ ଅଣ୍ଡୋରା ଏକ ବଡ଼ ହିଟ୍ ହୋଇଥିଲା । ସେ ବିଭିନ୍ନ ଲେଖକଙ୍କ କାହାଣୀକୁ ନେଇ ୧୦୦ରୁ ଅଧିକ ନାଟକର ନିର୍ଦ୍ଦେଶନା ଦେଇଥିଲେ । ସେଥିମଧ୍ୟରୁ ସାଦତ ହାସନ ମଣ୍ଟୋସ, ଆଣ୍ଟୋନ ଚେକୋଭଙ୍କ ଚେରି କା ବାଗିଚା, ବିଜୟ ତେନ୍ଦୁଲକରଙ୍କ ଘନସୀ ରାମ କୋଟୱାଲ, କ୍ରିଷ୍ଣା ଚାନ୍ଦଙ୍କ ଗଧେ କି ୱାପସି, ଶରଦ ଯୋଶୀଙ୍କ ଆଲ୍ଲାବାଦ ଆଦି ଅନ୍ୟତମ ।[୫]

ସେ ହିଜାକ୍, ସିକନ୍ଦର, ଶୀକାରା, ବିଶ୍ୱରୂପମ୍, ବିଶ୍ୱରୂପମ୍ ୨, ରୋମିଓ ଆକବର ୱଲ୍ଟର, କେଶରୀ, ଢିସୁମ୍ ଭଳି ହିନ୍ଦୀ କଥାଚିତ୍ର ସହିତ ହଲିଉଡ଼ କଥାଚିତ୍ର ଅମାଲରେ ଅଭିନୟ କରିଛନ୍ତି । ଏହା ସହି ଦି ଫ୍ୟାମିଲି ମ୍ୟାନ୍ ଭଳି ୱେବ୍ ସିରିଜ୍‌ରେ ମଧ୍ୟ କାମ କରିଛନ୍ତି ।[୬]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ମନ୍ତ୍ୟବ
୨୦୦୭ ଅମାଲ ଡାକ୍ତର ଇଂରାଜୀ କଥାଚିତ୍ର
୨୦୦୮ ହାଇଜାକ୍ ମୁସ୍ତାକ୍ ମୁଖ୍ୟ ଖଳନାୟକ
୨୦୦୯ ସିକନ୍ଦର ମୌଲବୀ ଅହ୍ଲା ବକ୍ସ
୨୦୧୨ ଶାହିଦ୍
୨୦୧୩ ବିଶ୍ୱରୂପମ୍ ମନାୱର
୨୦୧୬ ଏମ୍ ଏସ୍ ଧୋନି: ଦି ଅନ୍‌ଟୋଲ୍ଡ ଷ୍ଟୋରୀ ଦୋକାନୀ
ଢିସୁମ୍ ଦୋକାନୀ
୨୦୧୮ ବିଶ୍ୱରୂପମ୍ ୨ ମନାୱର
୨୦୧୯ ରୋମିଓ ଆକବର ୱଲ୍ଟର ଜୋକର୍
ଦି ଫ୍ୟାମିଲି ମ୍ୟାନ୍ ଜେନେରାଲ୍ ଖୁରସିଦ୍ ଓଟିଟି ସିରିଜ୍
କେଶରୀ ଅମୀର [୭]
୨୦୨୦ ଶିକାରା ମାସୁଦ ଅହିବ
ଆଇ ଏମ୍ ମେଘା ଦୋକାନୀ
୨୦୨୩ ଗଦର୍ ୨

ଆଧାର ସମ୍ପାଦନା

  1. Tea with The Tribune: ‘Arts, culture in wrong hands’ at the India Tribune
  2. "Third edition of Jammu film festival to begin from April 8". The Economic Times. 2023-04-08. ISSN 0013-0389. Retrieved 2023-10-15.
  3. Excelsior, Daily (2023-02-20). "Intl Theatre Festival by National School of Drama at JU from today | DailyExcelsior" (in ଆମେରିକୀୟ ଇଂରାଜୀ). Retrieved 2023-10-15.
  4. Arts, culture in wrong hands. Chandigarh: The Tribune. Retrieved 2007-03-25. In a tete-a-tete with The Tribune team, Mushtaq Kak, theatre director and actor, shares his thoughts on various issues Born to a Dogra mother and a Kashmiri Muslim father, Mushtaq Kak has carved a niche for himself in the film industry.
  5. "Mushtaq Kak". Moviefone (in ଇଂରାଜୀ). Retrieved 2023-10-15.
  6. "Mushtaq Kak Complete Movies List from 2023 to 2019". www.bollywoodmdb.com. Retrieved 2023-10-15.[permanent dead link]
  7. "Exclusive! Kesari actor Mushtaq Kak roped in for Gadar 2". Tellychakkar.com (in ଇଂରାଜୀ). Retrieved 2023-10-15.

ବାହାର ଆଧାର ସମ୍ପାଦନା