ମୁସେଓ ସୋମାୟା  ମେକ୍ସିକୋ ସହରରେ ଥିବା ଏକ ବ୍ୟକ୍ତିଗତ ସଂଗ୍ରହାଳୟ । ଏହା ଏକ ଅଣଲାଭକାରୀ ସାଂସ୍କୃତିକ ଅନୁଷ୍ଠାନ ଓ ମେକ୍ସିକୋ ସହରରେ ଏହାର ଦୁଇଟି ସଂଗ୍ରହାଳୟ ରହିଛି - ପ୍ଲାଜା କାରସୋ ଏବଂ ପ୍ଲାଜା ଲରେଟୋ । ଏଥିରେ ୩୦ ଶତାବ୍ଦୀର ୬୬,୦୦୦ରୁ ଅଧିକ ଚିତ୍ର କାମ ରହିଛି । ଏଥି ମଧ୍ୟରେ  ପୂର୍ବ-ହିସପାନିକ ମେସୋଆମେରିକା, ୧୯ଶ-୨୦ଶ ଶତକର  ମେକ୍ସିକୀୟ ଚିତ୍ର ଏବଂ ଅନେକ ଇଉରୋପୀୟ ଆଧୁନିକ ଚିତ୍ରକଳାର ପୁରାତନ ବିଖ୍ୟାତ ଚିତ୍ରକରଗଣ  ଯଥା  ଅଗଷ୍ଟେ ରୋଡିନ, ସାଲଭାଡର ଡାଲି,  ବାର୍ଟୋଲୋମ ଏଷ୍ଟେବାନ ମୁରିଲୋ ଏବଂ  ଟିଣ୍ଟୋରେଟୋଙ୍କ ଚିତ୍ରକଳା ପ୍ରଦର୍ଶିତ । ଏହା ଏହି ଧରଣର ସଂଗ୍ରହାଳୟ ଭିତରୁ ଶ୍ରେଷ୍ଠ ଭାବେ ବିବେଚିତ ।[୧][୨] ସଂଗ୍ରହାଳୟଟି ୧୯୯୯ରେ ପରଲୋକଗାମୀ ସୌମାୟା ଡୋମିଟଙ୍କ ନାମାନୁସାରେ ନାମିତ । ଡୋମିଟ ସଂଗ୍ରହାଳୟର ପ୍ରତିଷ୍ଠାତା କାର୍ଲୋସ ସ୍ଲିମଙ୍କ ଧର୍ମପତ୍ନୀ ।[୩] ପ୍ଲାଜାକାରସୋର  ପ୍ରତିଷ୍ଠା ବର୍ଷ ୨୦୧୧ ମସିହାରେ ସଂଗ୍ରହାଳୟଟିରେ  ୮୩୩,୧୯୬ ଜଣ ପରିଦର୍ଶକ ଯୋଗଦେଇଥିଲେ ।[୪] ୨୦୧୨ ମସିହାରେ ୧ ମିଲିଅନ [୫] ଓ ୨୦୧୩[୬]  ମସିହାରେ ମଧ୍ୟ ସମାନ ସଂଖ୍ୟକ ଦର୍ଶକ ଯୋଗଦେଇଥିଲେ । ଏହା ମେକ୍ସିକୋର ସର୍ବାଧିକ ପରିଦର୍ଶକ ଆସୁଥିବା ଚିତ୍ରକଳା ସଂଗ୍ରହାଳୟ ଏବଂ ବିଶ୍ୱର ସର୍ବାଧିକ ପରିଦର୍ଶକ ଆସୁଥିବା ସଂଗ୍ରହାଳୟମାନଙ୍କ  ମଧ୍ୟରେ ୫୬ତମ ସ୍ଥାନରେ ରହିଛି ।

ସଂଗ୍ରହ ସମ୍ପାଦନା

 
ପ୍ଲାଜା କାରସୋ ସୌଧରେ ଥିବା ଜୁଲିଆନ ଓ ଲିଣ୍ଡା ସ୍ଲିମ ଗ୍ୟାଲେରି । ଏଠାରେ ସତ୍ୱାଧିକ ରୋଡିନ ଓ ଡାଲିଙ୍କ କଳାକୃତି ପ୍ରର୍ଦର୍ଶିତ ।

ଆଧାର ସମ୍ପାଦନା

  1. Excélsior (1 April 2011). "Museo Soumaya gratis y entre los mejores (Museo Soumaya free and among the best)" (in Spanish). Retrieved 28 September 2014.{{cite web}}: CS1 maint: unrecognized language (link)
  2. Miselem, Sofía (1 April 2011). "Magnate mexicano-libanés Slim reúne en México obras de arte de renombre mundial" (in Spanish). AFP. Archived from the original on 4 March 2016. Retrieved 17 July 2015.{{cite web}}: CS1 maint: unrecognized language (link)
  3. "Carlos Slim: At home with the world's richest man". The Telegraph. 21 February 2011.
  4. Javier Pes and Emily Sharpe (March 28, 2013)Attendance survey 2012: Tour de force show puts Tokyo on top The Art Newspaper
  5. "Museo Soumaya supera un millón de visitantes" (in Spanish). Contenido. 31 July 2012.{{cite web}}: CS1 maint: unrecognized language (link)
  6. Top 100 Art Museum Attendance, The Art Newspaper, 2014. Retrieved on 9 July 2014.

ଅଧିକ ପଠନ ସମ୍ପାଦନା