ମୁଗା ରେଶମ
ମୁଗା ରେଶମ ଏକ ବଣ୍ୟ ରେଶମ ପ୍ରଜାତିର ଯାହା ଆସାମରେ ସାଧାରଣତଃ ମିଳେ । ଭାରତ ସରକାରଙ୍କ ଅଧିନରେ ଭାରତୀୟ ଭୌଗଳିକ ସଂକେତ ଭାବେ ପଂଜିକୃତ ହୋଇଛି ।[୧] ଏହି ରେଶମ ଏକ ପ୍ରାକୃତିକ ସୁନେଲି ହଳଦିଆ ଚମକଦାର ରଙ୍ଗର ଦେଖାଯାଏ । ବହୁଦିନ ଧରି ବ୍ୟବହାର ଉପଯୋଗୀ ବସ୍ତ୍ର ହୋଇଥିବାରୁ ଜନାଦୃତ ଅଟେ ।[୨] ଏହା ଆଗ କାଳରେ ରାଜକୀୟ କାର୍ଯ୍ୟ /ରଜାମହାରଜାମାନଙ୍କ ପାଇଁ କେବଳ ଉଦ୍ଦିଷ୍ଟ ଥିଲା ।[୩]
ମୁଗା ରେଶମ | |
---|---|
Geographical indication | |
Type | ହସ୍ତକଳା |
Area | ଆସାମ |
Country | ଭାରତ |
Registered | ୨୦୦୭ |
Material | ରେଶମ |
ଆସାମ ରେଶମ ପୋକ (Antheraea assamensis- Assam Silkmoth)ର ଲାର୍ଭା ସ୍ଥାନୀୟ ବ୍ରହ୍ମପୁତ୍ର ଉପତ୍ୟକାରେ ସୁଗନ୍ଧିତ ସୋମ (Machilus bombycina) ଏବଂ ସାଲୁ (Litsaea polyantha) ପତ୍ର ଖାଇ ବଞ୍ଚିଥାନ୍ତି । ମୁଗା ଏହା କମ ସାନ୍ଧ୍ରତା ହେତୁ ଏହାକୁ ବ୍ଲିଚିଂ କିମ୍ବା ରଙ୍ଗଦିଆଯାଏ ନାହିଁ । ଏଣୁ ଏହାର ସୁନେଲି ଚମକ ଏମିତି ରହିଥାଏ ।ଏହି ରେଶମକୁ ହାତରେ ସଫା କରାଯାଇ ପାରେ । ପ୍ରତ୍ୟେକ ସଫା ପରେ ଏହାର ଚମକ ବୃଦ୍ଧି ହୋଇଥାଏ ।[୪] ମୁଗା ରେଶମ ଅନ୍ୟ ଆସାମୀୟ ରେଶମ ଭଳି ଶାଢ଼ୀ, ମେଖେଲା ଚାଦରଆଦି ଉତ୍ପାଦ ତିଆରିରେ ବ୍ୟବହୃତ ହୁଏ । [୨]
ଇତିହାସ
ସମ୍ପାଦନାଆଦ୍ୟ ସମୟ ଜଣାନଥିଲେ ବି କୋଷ-କୃମି ପାଳନ ଅଥବା ରେଶମ କୀଟ ପାଳନ ଆସାମରେ ବହୁପୁରାତନ ଅଟେ । ସେତେବେଳେ ଅହମ ରାଜବଂଶ (୧୨୨୮-୧୮୨୬)ର ମୁଗା ପାଳନ ଉତ୍ପାଦନରେ ପ୍ରମୁଖ ଭୂମିକା ନେଇଥିଲା । ଯାହାଙ୍କ ରାଜତ୍ୱ କାଳରେ ଏହି ଚାଷ ଆସାମୀୟଙ୍କ ସମାଜିକ ଏବଂ ଆର୍ଥିକ ସ୍ଥିତିରେ ଅନୁକୁଳ ପ୍ରଭାବ ପକାଇଥିଲା । ରାଜକୀୟ ଏବଂ ପୁରୁଖା ମାଣ୍ଡାରିନମାନଙ୍କୁ ରେଶମ ତିଆରି ବସ୍ତ୍ର ପରିଧାନ କରିବାକୁ ପରାମର୍ଶ ଦିଆଯାଉଥିଲା । ଅହମ ରାଜବାଟିକୁ ବୁଲି ଆସୁଥିବା ପରିଦର୍ଶକଙ୍କ ପାଇଁ ମୁଲ୍ୟବାନ ରେଶମ ବସ୍ତ୍ର ସେଟ ରାଜକୀୟ କୋଠିରେ ପ୍ରଦର୍ଶିତ ହେଉଥିଲା । ରାଣୀମାନେ ମଧ୍ୟ ବୁଣାକାରୀମାନଙ୍କୁ ବ୍ୟକ୍ତିଗତ ତାଲିମ ଦେବାପାଇଁ ନିୟୋଜିତ ହେଉଥିଲେ । ଏହି ବସ୍ତ୍ର ଅହମ ରାଜବଂଶର ମୁଖ୍ୟ ରପ୍ତାନୀ ଦ୍ରବ୍ୟ ଥିଲା ।[୫]
ବ୍ୟବସାୟ
ସମ୍ପାଦନାମୁଗା ରେଶମ ଭାରତୀୟ ଭୌଗଳିକ ସଂକେତ ଭାବେ ୨୦୦୭ ମସିହାରେ ପଂଜିକୃତ ହୋଇଛି । ବିପଣନ ପାଇଁ ଏହାର ଟ୍ରେଡ଼ମାର୍କ ଲୋଗୋ ଆସାମ ବିଜ୍ଞାନ ପ୍ରଯୁକ୍ତି ଏବଂ ପରିବେଶ ପରିଷଦ ଅଧିନରେ ୨୦୧୪ରେ ପଂଜିକୃତ ହୋଇଛି । ଭାରତୀୟ କେନ୍ଦ୍ରୀୟ ରେଶମ ବୋର୍ଡ଼ ମୁଗା ରେଶମ ବସ୍ତ୍ରର ନିରୀକ୍ଷଣ କରି GI ଲୋଗୋ ଦେଇ ବିକ୍ରୟ ସହ ଉତ୍ପାଦକଙ୍କୁ ସୁଦ୍ଧତାର ସାର୍ଟିଫିକେଟ ପ୍ରଦାନ କରାଯିବାର ବ୍ୟବସ୍ଥା କରିବାକୁ କର୍ତ୍ତୁପକ୍ଷଙ୍କୁ ଅନୁମୋଦନ ଦେଇଛନ୍ତି ।[୬] ଯୋରହାଟରେ ଥିବା Central Muga Eri Research & Training Institute (CMER&TI) ମାଧ୍ୟମରେ ଏହି ବୋର୍ଡ ମୁଗା ରେଶମ ସହ ଆସାମୀୟ ରେଶମ ପାଇଁ ଗ୍ରାମ୍ୟ ଉନ୍ନୟନ ଭିତ୍ତିଭୂମି ବିକାଶରେ କାର୍ଯ୍ୟ କରୁଛି ।[୪]
୨୦୧୪-୧୫ ଆର୍ଥିକ ବର୍ଷରେ ଭାରତ ୧୫୮ ଟନ ମୁଗା ରେଶମ ଉତ୍ପାଦନ କରିଥିଲା ଯେଉଁଥିରୁ ୧୩୬ ଟନ କେବଳ ଆସାମରୁ ଉତ୍ପାଦିତ ହୋଇଥିଲା । ଭାରତର ସମୁଦାୟ ରେଶମ ଆଦାୟ ସେହି ସମୟରେ ୨୮,୭୦୮ ଟନ ଥିଲା ।[୭]
References
ସମ୍ପାଦନା- ↑ "GI Registry India". Statewise Registration Details of GI Applications. Intellectual property India. Retrieved 27 January 2016.
- ↑ ୨.୦ ୨.୧ "Muga Silk". Central Silk Board, Ministry of Textiles, Government of India. 3 July 2014. Archived from the original on 5 December 2015. Retrieved 27 January 2016.
- ↑ "Non-wood products from organisms associated with temperate broad-leaved trees". Food and Agriculture Organization. Retrieved 27 January 2016.
- ↑ ୪.୦ ୪.୧ "CMER&TI". CMER&TI. Archived from the original on 12 December 2015. Retrieved 31 January 2016.
- ↑ Phukan, Raju (2012). "Muga Silk Industry of Assam in Historical Perspectives" (PDF). Global Journal of Human-Social Science. 12 (9): 5–8.
- ↑ "Finally, muga gets GI logo". The Telegraph, Calcutta. 28 April 2014. Retrieved 29 January 2016.
- ↑ "CSB Annual Report 14-15" (PDF). Annual Report 2014–15. Central Silk Board, India. November 2015. pp. 5, 123. Archived from the original (PDF) on 9 August 2017. Retrieved 29 January 2016.