ମିଶାଣ
ଯୋଗ ଯାହାକି ପ୍ରାୟତଃ ଯୁକ୍ତ ଚିହ୍ନଦ୍ୱାରା ଲେଖାଯାଏ, ଗଣିତର ଚାରୋଟି ମୌଳିକ କ୍ରିୟା ମଧ୍ୟରୁ ଗୋଟିଏ; ଅନ୍ୟଗୁଡ଼ିକ ହେଲା ବିୟୋଗ, ଗୁଣନ ଏବଂ ହରଣ । ଦୁଇଟି ସଂଖ୍ୟାକୁ ମିଶାଇଲେ ତାହାର ମିଶାଣ ଫଳକୁ ହିଁ ଯୋଗ କୁହାଯାଏ । [୧]ଯେପରିକି ଡାହାଣପଟ ଛବିରେ ଦୁଇଟି ଏବଂ ତିନୋଟି ସେଉ ଅଛି, ସବୁ ସେଓକୁ ମିଶାଇଲେ ସମୁଦାୟ ପାଞ୍ଚଟି ସେଉ ହେବ । ଯେପରିକି ଗାଣିତିକ ଭାଷାରେ ୩ + ୨ = ୫
ମିଶାଣ ପ୍ରକ୍ରିୟାର ଗାଣିତିକ ଧର୍ମ
ସମ୍ପାଦନା- ମିଶାଣ ପ୍ରକ୍ରିୟାରେ ଶୁନ ବା ୦ ହେଉଛି ଏପରି ଏକ ସଂଖ୍ୟା ଏହାକୁ ଯୋଗ କରିବାଦ୍ୱାରା ମୂଳ ସଂଖ୍ୟାର ମୂଲ୍ୟରେ ପରିବର୍ତ୍ତନ ହୁଏ ନାହିଁ । ତେଣୂ ଶୁନ (୦)କୁ ଯୋଗାତ୍ମକ ଅଭେଦ ମଧ୍ୟ କୁହାଯାଏ ।
- ପରିମେୟ ସଂଖ୍ୟାରେ ଯୋଗ ସଂବୃତ୍ତି ନିୟମ ପାଳନ କରେ ।
ଅର୍ଥାତ : ଗାଣିତିକ ସଂକେତରେ- କ ଓ ଖ ପରିମେୟ ହେଲେ କ + ଖ ମଧ୍ୟ ପରିମେୟ ହେବ ।
- ପରିମେୟ ସଂଖ୍ୟାରେ ଯୋଗ କ୍ରମ ବିନିମୟୀ ନିୟମ ପାଳନ କରେ ।
ଅର୍ଥାତ : ଗାଣିତିକ ସଂକେତରେ- କ + ଖ = ଖ + କ ହେବ ।
- ପରିମେୟ ସଂଖ୍ୟାରେ ଯୋଗ ସହଯୋଗୀ ନିୟମ ପାଳନ କରେ ।
ଅର୍ଥାତ : ଗାଣିତିକ ସଂକେତରେ- କ + (ଖ+ ଗ ) = (କ + ଖ) + ଗ ହେବ ।
Notes
ସମ୍ପାଦନାFootnotes
ସମ୍ପାଦନା- ↑ ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା (PDF). National Institute of Open Schooling. p. 12.