ମିଲନ (୧୯୬୭ର ହିନ୍ଦୀ କଥାଚିତ୍ର)
ମିଲନ , ଏକ ୧୯୬୭ରେ ନିର୍ମିତ ହିନ୍ଦୀ ଫିଲ୍ମ ଯାହା ପ୍ରକୃତରେ ମୂଳ ତେଲୁଗୁ ଫିଲ୍ମ ' ମୁଗା ମନସୁଲୁ "ର ଭାଷାନ୍ତରିକରଣ ନିର୍ମାଣ ଥିଲା । ଏହି ଫିଲ୍ମ ସୁବା ରାଓଙ୍କ ନିର୍ଦ୍ଦେଶନା ଓ ଏଲ॰ ଭି ॰ ପ୍ରସାଦଙ୍କ ପ୍ରଯୋଜନାରେ ହେଇଥ୍ଯିଲା । ଜନପ୍ରିୟ ଓ ପୁରସ୍କୃତ ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପ୍ୟାରେଲାଲଙ୍କ ଚମତ୍କାର ଭାବେ ଆକର୍ଷକ ସଙ୍ଗୀତ ଥିବା ଏହି ଫିଲ୍ମର ମୁଖ୍ୟ ଭୂମିକା ସବୁରେ ସୁନୀଲ ଦତ୍ତ , ନୂତନ , ପ୍ରାଣ ଓ ଦେବେନ ବର୍ମା ଅଭିନୟ କରିଥିଲେ । ଏହି ଫିଲ୍ମର ଔ ଏକ ନୂତନତ୍ୱ ହେଲା ଯେ ଏହା ହିନ୍ଦୁ ମାନଙ୍କଦ୍ୱାରା ବିଶ୍ୱାସ କରାଯାଉଥିବା ପୁନର୍ଜନ୍ମ ତତ୍ତ୍ୱକୁ ନେଇ ଆଧାରିତ କାହାଣୀ ଉପରେ ନିର୍ମିତ ହେଇଥିଲା ।
କାହାଣୀର ସାରାଂଶ
ସମ୍ପାଦନାମୁଖ୍ୟ ଭୂମିକାରେ
ସମ୍ପାଦନା'ଗୋପୀ' ଭୂମିକାରେ ସୁନୀଲ ଦତ୍ତ
'ରାଧା' ଭୂମିକିଆରେ ନୂତନ
'ଗୌଡ଼ିୟ ' ଭୂମିକାରେ ଯମୁନା
'ରାଧାଙ୍କ ମାମୁଁ' ଭୂମିକାରେ ପ୍ରାଣ
'ରାଧାଙ୍କ ସ୍ୱାମୀ' ଭୂମିକାରେ ଦେବେନ ବର୍ମା
ଗୀତ ଓ ସଂଗୀତ
ସମ୍ପାଦନାମିଲନ ଫିଲ୍ମର ବହୁଳ ଜନପ୍ରିୟତାର ଅନ୍ୟତମ ମୁଖ୍ୟ କାରଣ ତାହାର ବହୁତ ମଧୁର ସଂଗୀତା ଓ ଭାବମୟ ଭାଷାରେ ଲିଖିତ ଗୀତ ସବୁ । ଆନନ୍ଦ ବକ୍ସି ଲେଖିଥିବା ଗୀତ ସବୁ ଏତେ ସୁନ୍ଦର ଥିଲା ଯେ ଆଜିଯାଏ ତାହା ଲୋକପ୍ରିୟ ରହିଛି ଓ ଏବେ ଭି ଲୋକେ ଶୁଣୁଛନ୍ତି ।ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପ୍ୟାରେଳାଲଙ୍କ ସଙ୍ଗୀତ ଅତି ଉତ୍ଛ କୋଠିର ଥିଲା । ମୁକେଶ ଓ ଲତା ମଙ୍ଗେସ୍ଜ୍କରଙ୍କ କଣ୍ଠଦାନ ଭି ଏହି ଫିଲ୍ମରେ ଖୁବ ସୁନ୍ଦର ଥିଲା । ଫିଲ୍ମରେ ଥିବା ସମସ୍ତ ୧୧ଟି ଜକ ଗୀତ ସେ ସମୟରେ ବହୁଳ ଆଦୃତ ହେଇଥିଲା ।
# | Title | Singer(s) |
---|---|---|
1 | "Sawan Ka Mahina" | Mukesh, Lata Mangeshkar |
2 | "Hum Tum Yug Yug Se (Part 1)" | Mukesh, Lata Mangeshkar |
3 | "Bol Gori Bol Tera Kaun Piya" | Mukesh, Lata Mangeshkar |
4 | "Aaj Dil Pe Koi" | Lata Mangeshkar |
5 | "Hum Tum Yug Yug Se (Part 2)" | Mukesh, Lata Mangeshkar |
6 | "Main To Diwana" | Mukesh |
7 | "Ram Kare Aisa Ho Jaye" | Mukesh |
8 | "Ye Geet Milan Ke" | Mukesh, Lata Mangeshkar |
9 | "Bol Gori Bol Tera Kaun Piya" | Mukesh, Lata Mangeshkar |
10 | "Aaj Dil Pe Koi Zor Chalta Nahin" | Lata Mangeshkar |
11 | "Tohe Sanwariya" | Lata Mangeshkar |
ପୁରସ୍କାର ସମୂହ
ସମ୍ପାଦନା- ଫିଲ୍ମଟି ପାଇଁ ନୂତନ ଶ୍ରେଷ୍ଠ ଅଭିନେତ୍ରୀ , ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ଶ୍ରେଷ୍ଠ ସଂଗୀତା ନିର୍ଦ୍ଦେଶକ , ଯମୁନା ଶ୍ରେଷ୍ଠ ସହ ଅଭିନେତ୍ରୀ ହିସାବରେ ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲେ ।
ଆଧାର ସବୁ
ସମ୍ପାଦନାବାହାର ଲିଙ୍କ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ Milan Internet Movie Database