ମିର୍ଜା ଗାଲିବ

ଉର୍ଦୁ-ଫାରସୀ କବି

ମିର୍ଜା ଆସାଦୁଲ୍ଲା ବୈଗ ଖାଁ
غاؔلب
ग़ालिब
ମିର୍ଜା ଆସାଦୁଲ୍ଲା ବୈଗ ଖାଁ(circa 1860-1869)
ମିର୍ଜା ଆସାଦୁଲ୍ଲା ବୈଗ ଖାଁ(circa 1860-1869)
ମୂଳନାମ
مرزا اسد اللہ بیگ خان
ଜନ୍ମ ଓ ଜନ୍ମସ୍ଥାନ୨୭ ଡିସେମ୍ବର ୧୭୯୭
କଳା ମହଲ, ଆଗ୍ରା, India
ମୃତ୍ୟୁ୧୫ ଫେବୃଆରୀ ୧୮୬୯ (ବୟସ ୭୧)
ଗଲି କ୍ୱସିମ ଜାନ, ବଲିମରନ ଚାନ୍ଦନି ଚୋକ, ବର୍ତ୍ତମାନର ଗାଲିବ କି ହାୱେଲି, ଦିଲ୍ଲୀ, ଭାରତ
ଛଦ୍ମନାମଗାଲିବ
ବୃତ୍ତିକବି
ଜାତୀୟତାଭାରତ, ବ୍ରିଟିଶ ଭାରତ
ସମୟମୋଗଲ ଯୁଗ, ବ୍ରିଟିଶ ରାଜ
ଶୈଳୀଗଜଲ, କ୍ୱସିଦା, ରୁବାଇ, କ୍ୱତ‌'ଆ
ବିଷୟପ୍ରେମ, ଦର୍ଶନଶାସ୍ତ୍ର, ସୁଫିବାଦ

ପରିଚୟ ସମ୍ପାଦନ କରନ୍ତୁ

ଗାଲିବ ବା ମିର୍ଜା ଆସାଦୁଲ୍ଲା ବୈଗ ଖାଁ ମୋଗଲ ଯୁଗର ଲୋକପ୍ରିୟ ଶାୟର ବା କବି ଥିଲେ | ସେ ବହୁତ ଗଜଲ ଓ ନଜମା ଲେଖିଥିଲେ | ତାଙ୍କ ବ୍ୟକ୍ତିତ୍ୱ ଓ ସାହିତ୍ୟ ଉପରେ ସବୁଠାରୁ ଅଧିକ ସମାଲୋଚନାତ୍ମକ ପୁସ୍ତକମାନ ଲେଖାଯାଇଛି | ମିର୍ଜା ଗାଲିବ ୨୭ ଡିସେମ୍ବର ୧୭୯୭ ମସିହାରେ ଆଗ୍ରାରେ ଜନ୍ମଗ୍ରହଣ କରିଥିଲେ ଓ ୧୫ ଫେବୃଆରୀ ୧୮୬୯ରେ ୭୧ ବର୍ଷ ବୟସରେ ଦିଲ୍ଲୀଠାରେ ତାଙ୍କର ଦେହାନ୍ତ ହୋଇଥିଲା | ସେ ଗଜଲ ଗୁଡ଼ିକରେ ତାଙ୍କ ଉପନାମ (ତଖଲ୍ଲୁସ/pen-name) ଗାଲିବ ଓ ଅସଦ୍ ବ୍ୟବ‌ହାର କରୁଥିଲେ । ସେ ମୋଗଲ ଯୁଗର ଶେଷ ବିଖ୍ୟାତ କବି ଥିଲେ । ସେ ତାଙ୍କ କବିତା ଗୁଡ଼ିକ ଉର୍ଦ୍ଦୁ ଏବଂ ପାର୍ସୀ ଭାଷାରେ ଲେଖିଥିଲେ । ଆଜି ମଧ୍ୟ ସେ କେବଳ ଭାରତରେ ନୁହେଁ ପାକିସ୍ଥାନ ଏବଂ ପ୍ରବାସୀ ଭାରତୀୟଙ୍କ ଲୋକପ୍ରିୟ ଅଟନ୍ତି ।

ପିଲାଦିନ ସମ୍ପାଦନ କରନ୍ତୁ

ମିର୍ଜାଙ୍କ ବାପା ପରିବାର ସହ ସମରକନ୍ଦରୁ ଆଗ୍ରାରୁ ଚାଲି ଆସିଥିଲେ | ବାପାଙ୍କ ମୃତ୍ୟୁ ପରେ ଗାଲିବଙ୍କ ପରିବାର ତାଙ୍କ ଦାଦାଙ୍କ ଦେଖାଶୁଣାରେ ରହିଲେ | ଗାଲିବ ଆଗ୍ରାରେ ପାଠ ପଢିବାକୁ ଲାଗିଲେ | ମାତ୍ର ୧୦ କି ୧୧ ବର୍ଷ ବୟସରୁ ସେ ଶାୟରୀ ରଚନା କରି ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲେ | ସେ ମୁଲ୍ଲାଅବଦୁଲ ସମଦ ଇରାନୀଙ୍କଠାରୁ ପାର୍ଶୀ ମଧ୍ୟ ଶିକ୍ଷା କରିବାକୁ ଲାଗିଲେ | ମାତ୍ର ୧୩ ବର୍ଷ ବୟସରେ ତାଙ୍କର ବିବାହ ହୋଇଯାଇଥିଲା |

ପରବର୍ତ୍ତୀ ଜୀବନ ସମ୍ପାଦନ କରନ୍ତୁ

୧୮୧୦ରେ ଦିଲ୍ଲୀରେ ସ୍ଥାୟୀ ଭାବେ ବସବାସ କରିବାକୁ ଲାଗିଲେ | ସେଠାରେ ସେ ଶହଶହ ଶାୟରୀ ରଚନା କରିଥିଲେ | ଅର୍ଥାଭାବରୁ ସେ ରୁଣକରି ଚଳୁଥିଲେ | ଆର୍ଥିକ ସଙ୍କଟ ଏବଂ ରୁଗ୍ମ ସ୍ୱାସ୍ଥାବସ୍ଥା ଯୋଗୁଁ ୧୮୬୮ରେ ତାଙ୍କ ମହାପ୍ରାୟାଣ ଘଟିଥିଲା | ଗାଲିବଙ୍କ ଅଧିକାଂଶ ଶାୟରୀ କଳ୍ପନାଯୁକ୍ତ ହେବାସହ ନୂତନ ବିଚାରଧାରା ସମ୍ପର୍ଣ ଥିଲା | ନୂଆ ଉପମା ଆଦିର ବ୍ୟବହାର ତାଙ୍କ ରଚନା ଗୁଡିକୁ ଏକ ନୂତନ ପରିଚୟ ଦେଇଥିଲା | ତେବେ ତାଙ୍କ ମୃତ୍ୟୁର ୩୦ ବର୍ଷପରେ ତାଙ୍କ ଲେଖା ଗୁଡିକୁ ପ୍ରକୃତ ସମ୍ମାନ ମିଳିଲା |

କବ୍ର ବା ମଜାର ସମ୍ପାଦନ କରନ୍ତୁ

ଗାଲିବଙ୍କ କବ୍ର ଦିଲ୍ଲୀର ହଜରତ ନିଜାମୁଦ୍ଦିନଠାରେ ଥିବା ଗୁମ୍ବଦ ବା ମକବାର ନିଜାମୁଦ୍ଦିନ ଆଉଲିଆ ପାଖରେ ଅବସ୍ଥିତ । ଏଠାରେ ଥିବା ଚିତ୍ରରେ ତାହା ଦେଖାଯାଉଛି । ଏବଂ ଏବି କବ୍ରରେ ଲେଖାହୋଇଛି

 
Side view of Mazar-e-Ghalib

<ଗୀତ>”

ମଜେ ଜାହାଁ କେ ଆପନି ନ‌ଜର ମେ ଖାକ ନାହିଁ

ସିୱା-ଏ-ଖୁନ-ଏ-ଜିଗର, ସୋ ଜିଗର ମେ ଖାକ ନାହିଁ"

ଏହାର ଇଂରାଜୀ ଅନୁବାଦ ହେଲା ।

(The happiness of the world is nothing for me

for my heart is left with no feeling besides blood.)

ଶେର ସମ୍ପାଦନ କରନ୍ତୁ

ତାଙ୍କର ପ୍ରସିଦ୍ଧ ପଙ୍କତି ଗୁଡ଼ିକ ହେଲା:

(୧) ଥା ଜୀନ୍ଦଗୀ ମେଁ ଖଟକା ଲଗା ହୁଆ

ଉଡବସେ ପେସ୍ତାରଭି ମେରା ରଙ୍ଗ ଜବ ଦିଆ |


(୨) କୈଦ-ଏ-ହୟାତ-ଓ-ବନ୍ଦ-ଏ-ଗମ, ଅସଲ ମେ ଦୋନୋ ଏକ ହେ

ମୋତ ସେ ପ‌ହଲେ ଆଦମୀ ଗମ ସେ ନିଜାତ ପାଏ କ୍ୟୁଁ ।

ଆଧାର ସମ୍ପାଦନ କରନ୍ତୁ

https://www.britannica.com/biography/Mirza-Asadullah-Khan-Ghalib

http://timesofindia.indiatimes.com/bombay-times/remembering-1857-in-2007/articleshow/2035354.cms

http://www.news18.com/news/india/no-memorial-for-ghalib-at-his-birthplace-agra-658448.html

http://www.tribuneindia.com/2010/20100324/ttlife1.htm