ମାୟା ଘୋଷ
ବାଂଲାଦେଶୀ ଅଭିନେତ୍ରୀ
ମାୟା ଘୋଷ (୩୧ ଡିସେମ୍ବର ୧୯୪୯ – ୧୯ ମଇ ୨୦୧୯) ଜଣେ ବାଂଲାଦେଶୀ ଅଭିନେତ୍ରୀ ଥିଲେ । ସେ ମୁଖ୍ୟତଃ କଥାଚିତ୍ର, ମଞ୍ଚ ଓ ଦୂରଦର୍ଶନରେ କାମ କରୁଥିଲେ ।[୧] ସେ ୨୦୦ରୁ ଅଧିକ କଥାଚିତ୍ରରେ କାମ କରିଛନ୍ତି ।[୨][୩] ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ।[୪]
ମାୟା ଘୋଷ | |
---|---|
মায়া ঘোষ | |
ଜନ୍ମ | ଜେସ୍ସୋରେ, ପୂର୍ବ ବେଙ୍ଗଲ, ପାକିସ୍ତାନ ଅଧିରାଜ୍ୟ | ୩୧ ଡିସେମ୍ବର ୧୯୪୯
ମୃତ୍ୟୁ | ୧୯ ମଇ ୨୦୧୯ ଜେସ୍ସୋରେ, ବାଂଲାଦେଶ | (ବୟସ ୬୯)
ଜାତୀୟତା | ବାଂଲାଦେଶୀ |
ବୃତ୍ତି | ଅଭିନେତ୍ରୀ |
ଜୀବନୀ
ସମ୍ପାଦନା୩୧ ଡିସେମ୍ବର ୧୯୪୯ରେ, ସେ ପାକିସ୍ତାନ ଅଧିରାଜ୍ୟର ଜେସ୍ସୋର ଠାରେ ଜନ୍ମଗ୍ରହଣ କରିଥିଲେ ।[୧][୪] ସେ ବାଂଲାଦେଶର ମୁକ୍ତି ସଂଗ୍ରାମରେ ଭାଗ ନେଇଥିଲେ । ସେ କଲିକତାର ଶରଣାର୍ଥୀ ଶିବିରରେ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ରୋଷେଇ କରୁଥିଲେ ।[୫]
୧୯୮୧ ମସିହାରେ, ସେ ରୂପେଲି ପରଦାରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୨][୩][୬] ସେ ଦୂରଦର୍ଶନ ଓ ମଞ୍ଚରେ ମଧ୍ୟ ଅଭିନୟ କରିଥିଲେ । ତାଙ୍କୁ ଶେଷ ଥର ପାଇଁ ୨୦୧୬ରେ ଡିବିରେ ଦେଖିବାକୁ ମିଳିଥିଲା ଯାହାକି ଏଟିଏନ ବଙ୍ଗଳାର ଏକ ଧାରାବାହିକ ଥିଲା ।[୪]
ସେ ଦିଲ୍ଲୀପ ଘୋଷକୁ ବିବାହ କରିଥିଲେ ।[୬] ୨୦୦୨ ମସିହାରେ, ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା ।[୧] ସେମାନଙ୍କର ତିନିଜଣ ସନ୍ତାନ ଅଛନ୍ତି ।[୭]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ অভিনেত্রী মায়া ঘোষ মারা গেছেন. Prothom Alo (in Bengali). 19 May 2019. Retrieved 30 October 2019.
- ↑ ୨.୦ ୨.୧ ୨.୨ "Veteran actor Maya Ghosh no more". Dhaka Tribune. 19 May 2019. Retrieved 30 October 2019.
- ↑ ୩.୦ ୩.୧ ୩.୨ "Veteran Actor Maya Ghosh Passes Away". The Daily Star. 20 May 2019. Retrieved 30 October 2019.
- ↑ ୪.୦ ୪.୧ ୪.୨ অভিনেত্রী মায়া ঘোষের মৃত্যু. Bangladesh Pratidin (in Bengali). 19 May 2019. Retrieved 30 October 2019.
- ↑ অভিনেত্রী মায়া ঘোষ আর নেই. NTV (in Bengali). 19 May 2019. Retrieved 30 October 2019.
- ↑ ୬.୦ ୬.୧ ୬.୨ "Actress Maya Ghosh passes away". The Independent. 20 May 2019. Retrieved 30 October 2019.
- ↑ "Actress Maya Ghosh dead". Daily Observer. 20 May 2019. Retrieved 30 October 2019.[permanent dead link]