ମାଷ୍ଟର ମିତ୍ରସେନ ଥାପା ମଗର
ମାଷ୍ଟର ମିତ୍ରସେନ (ଜନ୍ମ ୨୯ ଡିସେମ୍ବର ୧୮୯୫ – ୭ ଏପ୍ରିଲ ୧୯୪୬) ଜଣେ ନେପାଳୀ ଲୋକ ଗାୟକ, ଗୀତ ଲେଖକ, ନାଟ୍ୟକାର ଓ ସାମାଜିକ କର୍ମୀ ଥିଲେ ।[୧][୨][୩][୪] ସେ ଆର୍ମି ପରିତ୍ୟାଗ କରି ନେପାଳୀ ସଙ୍ଗୀତ ଓ ସାମାଜିକ ଉନ୍ନତି କଳ୍ପେ କାମ କରିବାକୁ ଲାଗିଲେ ।[୫] ନେପାଳ ସମାଜର ବିଭିନ୍ନ ବିଭାଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା ।
ମାଷ୍ଟର ମିତ୍ରସେନ | |
---|---|
मित्रसेन | |
ଜନ୍ମ | Mitrasen Thapa Magar 29 December 1895 |
ମୃତ୍ୟୁ | 7 April 1946 (aged 50) |
ପ୍ରାକ୍ ଜୀବନ
ସମ୍ପାଦନାଜନ୍ମ ସ୍ଥାନ
ସମ୍ପାଦନାମିତ୍ରସେନ ଭାରତର ଧର୍ମଶାଳାର ଭଗସୁ କାଣ୍ଟନମେଣ୍ଟରେ ୨୯ ଡିସେମ୍ବର ୧୮୯୫ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ମନବିରସେନ ଥାପା ମଗର ଥିଲା ଓ ମାତାଙ୍କ ନାମ ରାଧା ଥାପା ମଗର ଥିଲା । ତାଙ୍କର ଅଜାଙ୍କ ନା ସୁରେନ୍ଦ୍ରସେନ ଥାପା ଥିଲା ଓ ତାଙ୍କର ଦିଗବିଜୟ ସେନ ଥାପା ନାମକ ଏକ ମାତ୍ର ପୁଅ ଥିଲେ । ତାଙ୍କର ପୁର୍ବ ପୁରୁଷଙ୍କ ଘର ନେପାଳର ପର୍ବତ ଜିଲ୍ଲାରେ ଥିବା ରଖୁ ପୁଲ ଗ୍ରାମରେ ଥିଲା ।[୬]
ଶିକ୍ଷା
ସମ୍ପାଦନାଭଗସୁ କାଣ୍ଟନମେଣ୍ଟରେ କୌଣସି ବିଦ୍ୟାଳୟ ନ ଥିବାରୁ ସେ ପ୍ରଥମେ ତାଙ୍କର ପିତାଙ୍କଠାରୁ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ଆଠ ବର୍ଷ ବୟସରେ ସେ ତାଙ୍କ ଘରଠାରୁ ୫ ମାଇଲ ଦୂରରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଗ୍ରେଡ ଛାତ୍ର ଭାବରେ ନାମ ଲେଖାଇଥିଲେ । ତାଙ୍କ ପିତାଙ୍କଠାରୁ ସେ ଭାନୁଭକ୍ତଦ୍ୱାରା ଅନୁବାଦିତ ରାମାୟଣ ଶିକ୍ଷା କରିଥିଲେ । [୭]
ମିଲିଟାରୀ ସେବା
ସମ୍ପାଦନାମାତ୍ର ୧୬ ବର୍ଷ ବୟସ ହୋଇଥିଲା ବେଳେ ସେ ୧/୧ ଗୁର୍ଖା ରାଇଫଲରେ ଯୋଗଦାନ କରିଥିଲେ । ସେହି ୟୁନିଟରେ ତାଙ୍କ ପୂର୍ବ ପୁରୁଷମାନେ ମଧ୍ୟ ସେବା କରିଥିଲେ । ବିଶ୍ୱ ଯୁଦ୍ଧ ୧ ସମୟରେ ସେ ୧୯୧୪ ମସିହାରେ ତାଙ୍କର ୟୁନିଟକୁ ନେଇ ଫ୍ରାନସରେ ଯୁଦ୍ଧ କରିଥିଲେ । ସେ ମିଲିଟାରୀ ସେବ ୧୯୨୦ ମସିହାର ପରିତ୍ୟାଗ କରିଥିଲେ । ସାମାଜିକ କର୍ମୀ ଭାବରେ କାମ କରିବାକୁ ତାଙ୍କର ସ୍ପୃହା ଥିବାରୁ ସେ ତାଙ୍କର ଅବଶିଷ୍ଟ ଜୀବନ ନେପାଳର ସାମାଜିକ ଓ ସଙ୍ଗୀତର ଉନ୍ନତି ନିମନ୍ତେ ଉତ୍ସର୍ଗ କରିଥିଲେ ।[୮]
ସଙ୍ଗୀତ ଅବଦାନ
ସମ୍ପାଦନାଭାରତ ଓ ନେପାଳରେ ବାସ କରୁଥିବା ନେପାଳୀ ଲୋକମାନଙ୍କ ପାଖକୁ ତାଙ୍କର ହାରମୋନିଅମ ବାଦ୍ୟ ଧରି ପରିଭ୍ରମଣରେ ଯାଇଥିଲେ । ନେପାଳୀ ଲୋକମାନଙ୍କ ମଧ୍ୟରେ ତାଙ୍କର ଲୋକ ସଙ୍ଗୀତ ଅତି ଲୋକପ୍ରିୟ ହୋଇଥିଲା । ତାଙ୍କର କେତେକ ଲୋକପ୍ରିୟ ଗୀତର ନାମ "ଲହୁରେ କୋ ରେଲିମାଇ ଫଶିନାଇ ରାମରୋ", "ଧନ କୋ ବାଲା ଝୁଲ୍ୟୋ ହଜୁର ଦାଶଇନ ରମାଇଲୋ" ଓ "ମଲାଇ ଖୁତ୍ରୁକାଇ ପର୍ୟୋ ଜେଥନ ତିମରୋ ବହିନି" ଇତ୍ୟାଦି । ସେ ନେପାଳୀ ସଙ୍ଗୀତରେ ୯୭ଟି ଗୀତ ଗାଇ ୨୪ଟି ଡିସ୍କ ରେକର୍ଡ଼ ପ୍ରସ୍ତୁତ କରିଥିଲେ ।[୯] ସେ କେବଳ ଗାୟକ ନଥିଲେ, ତାହା ସହିତ ନାଟକ, କାହାଣୀ, ଉପନ୍ୟାସ, ରଚନା ଓ ଗୀତ ରଚନା ମଧ୍ୟ କରିଥିଲେ । ତାଙ୍କର ନେପାଳୀ ସମାଜକୁ ସାମାଜିକ ଓ ସଙ୍ଗୀତର ଅନବଦ୍ୟ ଅବଦାନ ନିମନ୍ତେ ତାଙ୍କ ଛବି ଥିବା ଡାକ ଟିକେଟ ଉଭୟ ଭାରତ ଓ ନେପାଳରେ ଛପା ହୋଇଥିଲା । [୧୦] ନେପାଳୀ ସଙ୍ଗୀର ଓ ସମାଜକୁ ଆଗକୁ ନେବାପାଇଁ ଓ ତାଙ୍କୁ ସ୍ମରଣ ରଖିବା ପାଇଁ ଏକ ମିତ୍ରସେନ ଏକାଡେମୀ ଖୋଲିଥିଲେ । ତାଙ୍କର ଅବଦାନ ହିଁ ତାଙ୍କୁ "ମାଷ୍ଟର" କରିଦେଲା ଓ ସେ ଅମର ହୋଇଗଲେ ।
ଆଧାର
ସମ୍ପାଦନା- ↑ "Master Mitrasen Thapa Magar". www.saavn.com. Retrieved 30 July 2017.
- ↑ "Khutrukai Paryo Jethan (Adhunik) by Master Mitrasen Thapa Magar on Apple Music". iTunes. Retrieved 30 July 2017.
- ↑ Manch, Nepal Magar Sangh Gulmi-kathmandu Samparka (28 March 2013). "नेपाल मगर सघं-गुल्मी काठमान्डौ सम्पर्क समिती : Brief History of Magars in Nepal (with 1st Boxer of Nepal Dal Bdr Rana from Arkhale, Gulmi)". नेपाल मगर सघं-गुल्मी काठमान्डौ सम्पर्क समिती. Retrieved 30 July 2017.
- ↑ Administrator. "'मलाई खुत्रुक्कै पार्यो जेठान तिम्रो बैनीले'- नेपाली लोकगीत संगितका अमर स्रस्टा मास्टर मित्रसेनको ११८ औं जन्मोत्सब | literature". www.usnepalonline.com (in ବ୍ରିଟିଶ୍ ଇଂରାଜୀ). Archived from the original on 19 November 2018. Retrieved 30 July 2017.
- ↑ "TRIBUTE: Master Mitrasen Thapa (1895 -1946)". वीर गोरखा. Archived from the original on 31 July 2017. Retrieved 30 July 2017.
- ↑ Harsha Bahadur Budha Magar, p.7.
- ↑ Harsha Bahadur Budha Magar, p. 11.
- ↑ Harsha Bahadur Budha Magar, pp. 13–14.
- ↑ Harsha Bahadur Budha Magar, p. 42.
- ↑ Himal Khabarpatrika. Kathmandu, Nepal. 1–16 September 2010. p.62.