ମାଳଭାନୀ କୋଙ୍କଣି, କୋଙ୍କଣୀ ଭାଷାର ଏକ ଉପଭାଷା । ଏଥିରେ ମାରାଠି ଭାଷାର ବହୁଳ ପ୍ରଭାବ ଓ କିଛି ଶବ୍ଦ ରହିଛି ।[୧] ମଳଭାନୀ ଭାଷା ଏକ କଥିତ ଭାଷା ଓ ଏହାର ନିଜସ୍ୱ ଲିପି ନାହି । ଏହା ଏହି ଅଞ୍ଚଳର ଯେଉଁ ସ୍ଥାନ ମାନଙ୍କରେ ବ୍ଯବହ୍ରୁତ ହେଇଥାଏ ସେହି ଅଞ୍ଚଳର ନିଜସ୍ୱ ଭାଷାର ଲିପିରେ ଲେଖାଯାଇଥାଏ । ଅନେକ ସ୍ଥଳରେ ଦେବନାଗରୀ ଲିପି ବ୍ୟବହାର ହେବାର ଦେଖା ଯାଇଥାଏ । ସମ୍ବାଦ ପତ୍ରର  ସନ୍ଦର୍ଭ ଓ ଡ୍ରାମାରେ ଏହାର ବହୁଳ ବ୍ୟବହାର ହେଇଥାଏ । ଯଦିଓ ମରାଠାର ଭାତମାନେ ମାରାଠି ଭାଷା ଗ୍ରହଣ କରି ଏହାକୁ ବର୍ଜନ କଲେଣି ତଥାପି ଏହା ଅବଲୁପ୍ତ ହେବାର ଭୟ ନାହି । ତଳ ସ୍ତରର ଲୋକମାନେ ଏହାକୁ ପୂର୍ଣ ଭାବରେ ବ୍ୟବହାର କରୁଛନ୍ତି ଓ ଏହା କୁଦଳି ଭାଷା ନାମରେ ମଧ୍ୟ ପରିଚିତ । 

ମାଳଭାନୀ କୋଙ୍କଣି
मालवणी
ଉଚ୍ଚାରଣmalvaɳi (standard)
malvani (popular)
Native toIndia
ଅଞ୍ଚଳKonkan, Malvan, Maharashtra, Goa
ମାତୃଭାଷୀ
870,000[ଆଧାର ଲୋଡ଼ା]
Devanagari
ଭାଷା କୋଡ୍
ISO ୬୩୯-୩
gom-kud

ମାରାଠି ସହ ଏଥିରେ ଅନେକ ସ୍ୱାତନ୍ତ୍ରତା ମଧ୍ୟ ରହିଥାଏ । ଏଥିରେ " ଲା "କୁ "କା" ବୋଲି କୁହାଯାଇଥାଏ । " ହଁ" , "କେଉଁଠାରେ " " ଏଠାରେ " ପରି ଶବ୍ଦ ଏଥିରେ ଭିନ୍ନ ଭାବରେ ଥାଏ । 

ଭୌଗୋଳିକ ବଣ୍ଟନ  ସମ୍ପାଦନା

କୋଙ୍କଣ ବିଭାଗର ଦକ୍ଷିଣ ଅଞ୍ଚଳରେ ଏହା ବହୁଳ ବ୍ୟବହାର ହେଇଥାଏ । [୨]. ରତନଗିରି , ସିନ୍ଧୁଦୁର୍ଗ ଜିଲ୍ଲାରେ ଏହା ମୁଖ୍ୟ କଥିତ ଭାଷା । ଜନଗଣନା ଅନୁସାରେ 46851 ମଳଭାନୀ ଭାଷା କହୁଥିବା ଲୋକ ରହିଥିଲେ । କୋଙ୍କଣୀ ଭାଷାରେ 25 ଲକ୍ଷ୍ ଲୋକ ରହିଛନ୍ତି । ସମର୍ଥିତ ସୂତ୍ରରୁ ମାଳଭାନୀ ଭାଷା କହୁଥିବା ଲୋକ ସଂଖ୍ୟା 868,825 । 

ଆଧାର  ସମ୍ପାଦନା

  1. Gangaram Gavankar (27 February 2008). "आमची मालवणी" [Aamchi Malvani]. Maharashtra Times (in Malvani). Retrieved 29 June 2015.{{cite news}}: CS1 maint: unrecognized language (link)
  2. Sushila Marathe (27 September 2009). "मराठी भाषा" [Marathi Bhasha] (in Marathi). Sampadak Mandal. Retrieved 29 June 2015.{{cite web}}: CS1 maint: unrecognized language (link)

ପୁନଶ୍ଚ ଦେଖଣା  ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା