ମାର୍ଥା ଫେରେଲ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ଥିଲେ । ତାଙ୍କର କାମ ଯୋଗୁଁ ସେ ଖାଲି ଭାରତରେ ନୁହେଁ ବିଦେଶରେ ମଧ୍ୟ ପ୍ରସିଦ୍ଧ ଥିଲେ । ସେ ଭାରତରେ ମହିଳାଙ୍କ ଅଧିକାର, ଲିଙ୍ଗ ସମାନତା ଏବଂ ପୌଢ ଶିକ୍ଷା ପାଇଁ ବ‌ହୁତ କାମ କରିଥିଲେ । ୧୩ ମଇ ୨୦୧୫ରେ ଆଫଗାନିସ୍ତାନର କାବୁଲରେ ଗୋଟିଏ ଗେଷ୍ଟ ହାଉସରେ ହୋଇଥିବା ଆତଙ୍କବାଦୀ ଅକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ସେହି ସମୟରେ କାବୁଲରେ ଆଗା ଖାନ ଫାଉଣ୍ତେସନରେ ଗୋଟିଏ ଲିଙ୍ଗ ପ୍ରସିକ୍ଷଣ କାର୍ଯ୍ୟକ୍ରମର ନେତୃତ୍ୱ କରୁଥିଲେ ।

ମାର୍ଥା ଫେରେଲ
ଜନ୍ମ୫ ଜୁନ ୧୯୫୯
ମୃତ୍ୟୁ୧୩ ମଇ ୨୦୧୫ (ବୟସ ୫୫)
ଜାତୀୟତାଭାରତୀୟ
ଜାତୀୟତାଭାରତ
ଶିକ୍ଷାବି.ଏ, ସାମାଜିକ କାର୍ଯ୍ୟ ସ୍ନାତୋକତ୍ତର, ପିଏଚଡ଼ି
ଶିକ୍ଷାନୁଷ୍ଠାନ
ଦିଲ୍ଲୀ ବିଶ୍ୱବିଦ୍ୟାଳୟ (କଳା ସ୍ନାତକ
ବୃତ୍ତିନିର୍ଦ୍ଦେଶକ ପ୍ରିୟା PRIA
ବୈବାହିକ-ସାଥୀରାଜେଶ ଟଣ୍ତନ
ସନ୍ତାନସୁହେଇଲ ଫାରେଲ ଟଣ୍ତନ, ତରିକା ଫାରେଲ ଟଣ୍ତନ

ପ୍ରାରମ୍ଭ ଜୀବନ ଓ ଶିକ୍ଷା ସମ୍ପାଦନା

ମାର୍ଥା ଫେରେଲଙ୍କ ଜନ୍ମ ୫ ଜୁନ ୧୯୫୯ରେ ଲୋନା ଏବଂ ନୋଏଲ ଫେରେଲଙ୍କ ଘରେ, ଦିଲ୍ଲୀରେ ହୋଇଥିଲା । ସିଏ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଇଂରାଜୀ ସାହିତ୍ୟରେ ପାଠ ପଢ଼ିଥିଲେ ଏବଂ ଦିଲ୍ଲୀ ସ୍କୁଲ ଅଫ ସୋସିୟାଲ ୱାର୍କରୁ ସାମାଜିକ କାର୍ଯ୍ୟରେ ମାଷ୍ଟର କରିଥିଲେ । ସିଏ ଜାମିଆ ମିଲ୍ଲିୟା ଇସ୍ଲାମିଆରୁ ୨୦୧୩ରେ ପିଏଚଡ଼ି ପୂରା କରିଥିଲେ । ତାଙ୍କ ପିଏଚଡ଼ିର ବିଷୟ ଥିଲା ଲିଙ୍ଗିୟ ସମାନତା ଏବଂ ଯୌନ ଉତ୍ପିଡ଼ନ ।

କେରିୟର ସମ୍ପାଦନା

ସିଏ ଦିଲ୍ଲୀରେ ମହିଳା ସାକ୍ଷରତା ଏବଂ ସଶକ୍ତିକରଣ ପାଇଁ କାମ କରୁଥିବା ଗୋଟିଏ ଏନ‌ଜିଓ ଅଙ୍କୁରରେ ସାକ୍ଷରତା କାର୍ଯ୍ୟକତା ଭାବେ ୧୯୮୧ରୁ ନିଜ କେରିୟର ଆରମ୍ଭ କରିଥିଲେ । ସିଏ ବୟସ୍କ ଶିକ୍ଷା ପ୍ରତି ତାଙ୍କ ଧ୍ୟାନ କେନ୍ଦ୍ରିତ କରି, ଯେଉଁଠି ସିଏ ସ‌ହଭାଗୀ ଶିକ୍ଷଣ ପଦ୍ଧତିର ଅଭ୍ୟାସ ଆରମ୍ଭ କରିଥିଲେ । ତାଙ୍କ ଅନୁସାରେ ସ‌ହଭାଗୀ ଶିକ୍ଷଣ ଗୋଟିଏ ମୁଖ୍ୟ ଅଂଶ, ଏବଂ ସମସ୍ତଙ୍କୁ ନିଜ ଜୀବନରେ ଆପଣେଇବା ଦରକାର । ୧୯୯୧ରେ ମାର୍ଥା କ୍ରିଏଟିବ ଲରନିଙ୍ଗ ଫର ଚେଞ୍ଜ ନାମରେ ଗୋଟିଏ ସଂସ୍ଥା ଆରମ୍ଭ କରିଥିଲେ । ଏଥିରେ ମୁଖ୍ୟତଃ ସେ ଛାତ୍ର, ଶିକ୍ଷକମାନଙ୍କ ପାଇଁ ଶିକ୍ଷଣୀୟ ସାମଗ୍ରୀ ଉପଲବଧ୍ କରାଯାଉଥିଲା, ଯାହାଦ୍ୱାରା ଶିକ୍ଷା ଗୋଟିଏ ରଚନାତ୍ମକ ଭାବେ ପଢ଼ାଯାଇପାରିବ ।

[୧]

ବ‌ହି ସମ୍ପାଦନା

୨୦୧୪ ମସିହାରେ ତାଙ୍କର ପ୍ରଥମ ବ‌ହି ଏନ‌ଜେଣ୍ତରିଙ୍କ ଦ୍ ୱର୍କପ୍ଲେସ ଛପା ହୋଇଥିଲା, ଯାହାକି ଲିଙ୍ଗ ଭେଦଭାବ ଏବଂ ସଂଗଠନ ମାନଙ୍କରେ ଯୌନ ଉତ୍‌ପୀଡ଼ନ ରୋକଥାମ ବିଷୟରେ ଥିଲା । ତାଙ୍କର ଲିଖିତ ଅନ୍ୟ ବ‌ହିଗୁଡ଼ିକ ଯୌନ ଶିକ୍ଷା, ବ୍ୟବସାୟିକ ସ୍ୱାସ୍ଥ୍ୟ ଓ ସୁରକ୍ଷା, ଲିଙ୍ଗ ମୁଖ୍ୟଧାରା ଓ ମହିଳା ଶସକ୍ତିକରଣ ।[୨]

ଆଧାର ସମ୍ପାଦନା

  1. "The Foundation Overview". MFF. Archived from the original on 2017-08-01. Retrieved 2016-12-01.
  2. "Engendering the Workplace: A study of Gender Discrimination and Sexual Harassment in Civil Society Organisations" (PDF). Jamia Millia. Retrieved 2016-11-29.