ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା ଅଧିନିୟମ, ୨୦୧୭

ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା ଅଧିନିୟମ, ୨୦୧୭ ଭାରତରେ ୭ ଏପ୍ରିଲ ୨୦୧୭ରେ ପାର୍ଲିଆମେଣ୍ଟରେ ପାରିତ ହୋଇ ୭ ଜୁଲାଇ ୨୦୧୮ରୁ କାର୍ଯ୍ୟକାରୀ ହେଲା ।[୧] ଏହି ଅଧିନିୟମ ମୁଖ୍ୟତଃ ମାନସିକ ରୋଗୀଙ୍କ ସ୍ୱାସ୍ଥ୍ୟ ତଥା ଶିକ୍ଷାର ଯତ୍ନ ନେବା ସହ ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରଦାନ ନିମିତ୍ତ ବିହିତ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଲାଗୁ କରାଯାଇଛି । [୨] ଏହି ଅଧିନିୟମ ଏହାର ପୂର୍ବବର୍ତ୍ତୀ ଅଧିନିୟମ ମାନସିକ ସ୍ୱାସ୍ଥ୍ୟ ଅଧିନିୟମ ,୧୯୮୭, ଯାହାକି ୨୨ ମଇ ୧୯୮୭ରେ ଅଧିନିୟମିତ ହୋଇଥିଲା, ତାହାର ବିକଳ୍ପ ଭାବେ କାର୍ଯ୍ୟକାରୀ କରାଗଲା ।

ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା ଅଧିନିୟମ, ୨୦୧୭
Parliament of India
An Act to provide for mental healthcare and services for persons with mental illness and to protect, promote and fulfil the rights of such persons during delivery of mental healthcare and services and for matters connected therewith or incidental thereto.
ଆଧାରAct No. 10 of 2017
Territorial extentIndia
ନିୟମାକାରକRajya Sabha
Date passed30 March 2017
Enacted byLok Sabha
Date passed27 March 2017
Date assented to7 April 2017
Date commenced7 July 2018
ପରିଚାଳିକା ଇତିହାସ
Bill introduced in the Rajya SabhaThe Mental Health Care Bill, 2013
ବିଲ ଟୀକାBill No. LIV of 2013
Bill published on19 August 2013
Introduced byGhulam Nabi Azad
Committee reportStanding Committee Report
Date passed by conference committee20 November 2013
Repealing legislation
The Mental Health Act, 1987
Status: In force

ଅଧିନିୟମ ବିଷୟରେ ସମ୍ପାଦନା

ଏହି ଅଧିନିୟମର ଆଧାର ହେଉଛି ଆନ୍ତର୍ଜାତିକ ସ୍ତରରେ ଗୃହୀତ ହୋଇଥିବା ଚିକିତ୍ସା ମାନକ (ଯାହାକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ମାନକ ଭାବେ ଗୃହୀତ) ବା ସରକାରଙ୍କଦ୍ୱାରା ଅଧିସୂଚୀତ, ଯାହା ସାହାଯ୍ୟରେ ମାନସିକ ରୋଗର ମାନ ନିର୍ଦ୍ଧାରଣ କରାଯିବ । କେବଳ ସେତିକି ନୁହେଁ, ଅଧିନିୟମର ପ୍ରାବଧାନ ପ୍ରକାରେ ସଂପୃକ୍ତ ବ୍ୟକ୍ତି (ରୋଗୀ)ର ମାନସିକ ରୋଗର ଚିକିତ୍ସା ସହ ପ୍ରତ୍ୟକ୍ଷ ଭାବେ ସଂଶ୍ଳିଷ୍ଟ ନ ଥିବା ବ୍ୟକ୍ତିବିଶେଷ ବା ଚିକିତ୍ସକ ରୋଗୀର ରୋଗର ମାନକ ନିର୍ଦ୍ଧାରଣ କରିପାରିବେ ନାହିଁ ।

ବିଶେଷ ପ୍ରାବଧାନ ସମ୍ପାଦନା

  1. ମାନସିକ ରୋଗୀଟିଏ ଆତ୍ମହତ୍ୟା ପାଇଁ ଉଦ୍ୟମ କରିବା ସ୍ଥଳେ, ତାକୁ ଆତ୍ମହତ୍ୟା ଭଳି ଦଣ୍ଡନୀୟ ଅପରାଧର କର୍ତ୍ତା ଭାବି ବିଚାରର ସମ୍ମୁଖୀନ ହେବାପାଇଁ ବାଧ୍ୟ କରିବା ପରିବର୍ତ୍ତେ, ତାହାର ପୁନର୍ବାସ ବା ଥଇଥାନର ବ୍ୟବସ୍ଥା ୨୦୧୭ର ଏହି ଅଧିନିୟମରେ ରହିଛି, ଯାହାକି ନିରସ୍ତ ହୋଇଥିବା ପୁରୁଣା ଅଧିନିୟମରେ ନ ଥିଲା ।[୩]
  2. ଭାରତ "ଭିନ୍ନକ୍ଷମଙ୍କ ଅଧିକାର ସମ୍ପର୍କିତ ଆନ୍ତର୍ଜାତିକ ସମ୍ମେଳନ"ରେ ମିଳିତ ଭାବେ କରିଥିବା ପ୍ରତିଶୃତିର ପାଳନ ପାଇଁ ଏହି ନୂତନ ଅଧିନିୟମ କାର୍ଯ୍ୟକାରୀ କରାଯାଇଛି ।
  3. ଏହି ନୂତନ ଅଧିନିୟମର ପ୍ରାବଧାନ ପ୍ରକାରେ ମାନସିକ ରୋଗୀର ବିହିତ ଚିକିତ୍ସା ସହିତ ଚିକିତ୍ସା ପରବର୍ତ୍ତୀ ଅବସ୍ଥାରେ ତାହାର ସଶକ୍ତିକରଣର ବ୍ୟବସ୍ଥା ରହିଛି ଯାହାକି ବିଲୀନ ହୋଇଥିବା ପୁରୁଣା ଅଧିନିୟମରେ ନ ଥିଲା ।
  4. ମାନସିକ ରୋଗୀଟିଏ ଏହାର ଅଧିକାର ଆଧାରରେ ସାଧାରଣ ରୋଗୀଭଳି ଚିକିତ୍ସାର ସୁବିଧା ପାଇପାରିବ ଏବଂ ବୀମା କମ୍ପାନୀମାନେ ମଧ୍ୟ ମାନସିକ ରୋଗୀଟିଏ ସାଧାରଣ ରୋଗୀଙ୍କ ଭଳି ବୀମାର ସୁବିଧାରୁ ଯେମିତି ବଞ୍ଚିତ ନ ହେବେ, ସେହି ବ୍ୟବସ୍ଥା କରିବା ପାଇଁ ଏହି ନୂତନ ଅଧିନିୟମରେ ଆଇନର ବ୍ୟବସ୍ଥା ରହିଛି ।
  5. ଅଧିନିୟମରେ ମାନସିକ ଚିକିତ୍ସା କରୁଥିବା ଚିକିତ୍ସାଳୟ ଗୁଡିକର ପଞ୍ଜିକରଣର ବ୍ୟବସ୍ଥା ରହିଛି । ଏହା ବାଦ ଏହି ଅଧିନିୟମର ପ୍ରାବଧାନ ଅନୁସାରେ ସମସ୍ତ ମାନସିକ ରୋଗୀ ଯେପରି ଉପଯୁକ୍ତ ଚିକିତ୍ସା ପାଇବେ ସେଥିନିମିତ୍ତ ଅଧିକରୁ ଅଧିକ ମାନସିକ ଚିକିତ୍ସାଳୟ ପ୍ରତିଷ୍ଠା କରାଇବା ସରକାରଙ୍କ ଦାୟିତ୍ୱ ଅଟେ ଏବଂ ଏହି ଉଦ୍ଦେଶ୍ୟରେ ଗଠିତ ଏକ ଅନୁଷ୍ଠାନ/କମିଟି ଏହା ସୁନିଶ୍ଚିତ କରିବ ।[୪]
  6. ଅଧିନିୟମରେ ମାନସିକ ରୋଗୀକ୍ଷେତ୍ରରେ ECT (Electroconvulsive therapy) ଚିକିତ୍ସାର, ଯାହାକି ରୋଗୀପାଇଁ କଷ୍ଟଦାୟକ, ନାବାଳକ/ନାବାଳିକା କ୍ଷେତ୍ରରେ ସଂପୂର୍ଣ୍ନ ନିଷେଧ ସହ ଅନ୍ୟ କ୍ଷେତ୍ରରେ ଏହାର ପ୍ରୟୋଗକୁ ସୀମୀତ କରାଯାଇ କେବଳ ଅତ୍ୟାବଶ୍ୟକ ସ୍ଥଳରେ ବ୍ୟବହାର କରିବା ପାଇଁ ବ୍ୟବସ୍ଥା କରାଯାଇଛି ।
  7. ନୂତନ ଅଧିନିୟମରେ ପୋଲିସ ତଥା ମାନସିକ ରୋଗୀଙ୍କ ସେବାରେ ସଂପୃକ୍ତ ସମସ୍ତ ଅନୁଷ୍ଠାନର ଦାୟିତ୍ୱ ବିଷୟରେ ସ୍ପଷ୍ଟ ଉଲ୍ଲଖ ରହିଛି ।
  8. ଅଧିକନ୍ତୁ, ୨୦୧୭ର ଏହି ଅଧିନିୟମରେ ମାନସିକ ରୋଗୀ ସାମାଜିକ ଘୃଣା ତଥା ଭେଦଭାବର ଶୀକାର ନ ହେବା ପାଇଁ ବିହିତ ବ୍ୟବସ୍ଥାର ପ୍ରାବଧାନ ରହିଛି ।

ଆଧାର ସମ୍ପାଦନା

  1. "MHA Notification" (PDF). {{cite web}}: Cite has empty unknown parameter: |dead-url= (help)
  2. "Mental Health Act, 1987" (PDF). {{cite web}}: Cite has empty unknown parameter: |dead-url= (help)
  3. "Mental Healthcare Act notified, attempting suicide no longer a crime in India". www.daijiworld.com. Retrieved 6 August 2018.
  4. S.kulkarni, Vani; Gaiha, Raghav (11 April 2017). "Mind the treatment gap". The Hindu (in Indian English). Retrieved 6 August 2018.

ଆହୁରି ପଢନ୍ତୁ ସମ୍ପାଦନା