ମାନବ ଅଧିକାରର ସାର୍ବଜନୀନ ଘୋଷଣା

ଜାତିସଂଘ ଜେନେରାଲ ଆସେମ୍ବ୍ଲିର ୧୦ତାରିଖ, ୧୯୪୮ରେ ଗୃହୀତ ଏକ ଐତିହାସିକ ଦଲିଲ ।

ମାନବ ଅଧିକାରର ସାର୍ବଜନୀନ ଘୋଷଣା ବା ୟୁଡିଏଚଆର (ଇଂରାଜୀ ଭାଷାରେ The Universal Declaration of Human Rights (UDHR)) ଏକ ଐତିହାସିକ ଦଲିଲ ଯାହା ଡିସେମ୍ବର ୧୦ତାରିଖ, ୧୯୪୮ରେ ଫ୍ରାନ୍ସର ପ୍ୟାରିସଠାରେ ଜାତିସଂଘ ଜେନେରାଲ ଆସେମ୍ବ୍ଲିର ସଂକଳ୍ପ ଧାରା ୨୧୭ ଅନୁସାରେ ତୃତୀୟ ଅଧିବେଶନରେ ବ‌ହୁମତରେ ଗୃହୀତ ହୋଇଥିଲା । ଜାତିସଂଘର ୫୮ ସଦସ୍ୟଙ୍କ ମଧ୍ୟରୁ ୪୮ ସଦସ୍ୟ ଏହାକୁ ସମର୍ଥନ କରିଥିଲେ, ୮ ସଦସ୍ୟ ଅନୁପସ୍ଥିତ ଥିଲେ ଓ ଦୁଇ ସଦସ୍ୟ ଭୋଟ ଦେବାରୁ ବିରତ ଥିଲେ । [୧]

Universal Declaration of Human Rights
Eleanor Roosevelt UDHR.jpg
ଏଲିନର ରୁଜଭେଲ୍ଟଙ୍କ (
Eleanor Roosevelt) ହାତରେ ମାନବ ଅଧିକାରର ସାର୍ବଜନୀନ ଘୋଷଣା ପତ୍ର ।
Created1948
Ratified10 December 1948
LocationPalais de Chaillot, Paris
Author(s)Draft Committee[a]
PurposeHuman rights
Poster
The universal declaration of human rights 10 December 1948.jpg
ଜାତିସଂଘ ଜେନେରାଲ ଆସେମ୍ବ୍ଲିର ୧୮୩ତମ ସଭାରେ ପ୍ୟାରିସଠାରେ ଅନୁଷ୍ଠିତ ସଭାରେ ୧୯/୧୨/୧୯୪୮ ମସିହାରେ ମାନବ ଅଧିକାର ଗୃହିତ ହୋଇଥିଲା ।

ସେହି ଘୋଷଣା ପତ୍ରର ୩୦ଟି ଧାରାରେ ବ୍ୟକ୍ତିଗତ ଅଧିକାର ସ୍ୱୀକୃତ ହୋଇଥିଲା, ସେତେବେଳେ ବିଧିବଦ୍ଧ ଭାବରେ ବନ୍ଧିତ ନଥିଲେ ମଧ୍ୟ ପରବର୍ତ୍ତୀ କାଳର ଆନ୍ତର୍ଜାତିକ ସନ୍ଧି, ଅର୍ଥନୈତିକ ବଦଳ, କ୍ଷେତ୍ରୀୟ ମାନବ ଅଧିକାର ଇନସ୍ଟ୍ରେମେଣ୍ଟ, ଜାତୀୟ ସଂବିଧାନ ଓ ଅନ୍ୟାନ୍ୟ କାନୁନ ଯୋଗେ ଏହା ଗୃହୀତ ହୋଇଥିଲା । ଆନ୍ତର୍ଜାତୀୟ ମାନବ ଅଧିକାର ବିଲ (International Bill of Human Rights) ତିଆରି କରିବାର ଏହା ପ୍ରଥମ ସୋପାନ ଥିଲା ଯାହା ସନ ୧୯୬୬ରେ ସମ୍ପୁର୍ଣ୍ଣ ହେବାପରେ ସନ ୧୯୭୬ରେ ଅଧିକ ସଂଖ୍ୟକ ଦେଶ ଏହାକୁ ମଞ୍ଜୁର କରିବା ପରେ ବଳବତ୍ତର ହେଲା ।

କେତେକ ବିଧି ପଣ୍ଡିତଙ୍କ ମତରେ ଅନେକ ଦେ ନିୟମିତ ଭାଗରେ ୫୦ ବର୍ଷ ଧରି ଏହାକୁ ପ୍ରୟୋଗ କରିବାରୁ ଏହା କଷ୍ଟମାରି ଇଣ୍ଟରନ୍ୟାସନାକ ନିୟମର (customary international law) ଏକ ଅଂଶ ଭାବରେ ବାଧ୍ୟତା ମୂଳକ ହୋଇଗଲା ।[୨][୩] କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାର ସୁପ୍ରିମ କୋର୍ଟ ନିଷ୍କର୍ଷ ଅନୁସାରେ ଏହି ଘୋଷଣା ସ୍ୱତଃ କର୍ତ୍ତବ୍ୟ ଭାବରେ ଆନ୍ତର୍ଜାତୀୟ ନିୟମରେ ଲାଗୁହେବନି । [୪] ଏହି ଘୋଷଣା ଘରୋଇ କାନୁନର ଅଂଶ ନଥିବା କଥା ଅନ୍ୟାନ୍ୟ ଦେଶର କୋର୍ଟଗୁଡ଼ିକ ମଧ୍ୟ ଦର୍ଶାଇଛନ୍ତି । [୫]

ଗଠନ ଓ ବିଷୟବସ୍ତୁସମ୍ପାଦନ କରନ୍ତୁ

ସାର୍ବଜନୀନ ଘୋଷଣାର ଦ୍ୱିତୀୟ ଚିଠା ବା ଡ୍ରାଫ୍ଟକୁ ରେନେ କାସିନ (René Cassin) ଉପସ୍ଥାପନା କରିଥିଲେ । ଜନ ପିଟର ହମ୍ଫ୍ରେ ତିଆରି କରିଥିବା ପ୍ରଥମ ଚିଠାରୁ କାସିନ ମଧ୍ୟ କାମ କରୁଥିଲେ । ଏହାର ପ୍ରିଆମ୍ବଲ୍ ବା ପ୍ରସ୍ଥାବ ଓ ପ୍ରାରମ୍ଭିକ ସାଧାରଣ ନୀତିଗୁଡ଼ିକ ନେପୋଲିଅନ କୋଡ଼ଦ୍ୱାରା (Code Napoléon) ପ୍ରଭାବିତ ହୋଇଥିଲା ।</ref> ଗ୍ରୀକ ମନ୍ଦିରର ପୋର୍ଟିକୋ ସ‌ହିତ ଘୋଷଣାକୁ ତୁଳନା କରିଥିଲେ ଯେଉଁଥିରେ ମୂଳଦୁଆ, ସୋପାନ, ଚାରି ସ୍ତମ୍ଭ ଓ ଏକ ପେଡିମେଣ୍ଟ ଥାଏ (pediment) ।

ଘୋଷଣାର ପ୍ରସ୍ତାବ ଓ ୩୦ଟି ଧାରା:

  • ଐତିହାସିକ ଓ ସାମାଜିକ କାରଣ ତ‌ଥା ତାହାର ଆବଶ୍ୟକତାର ପ୍ରସ୍ତାବ ଦେଇ ଚିଠା ଘୋଷଣା ପ୍ରତିଷ୍ଠା କରିଥିଲେ ।
  • ଧାରା ୧-୨: ଗୌରବ, ସ୍ୱାଧୀନତା ଓ ସମତାର ମୌଳିକ ଧାରଣା ଉପସ୍ଥାପନ କରିଥିଲେ ।
  • ଧାରା ୩-୫: ଜୀବନର ଅଧିକାର ଓ କ୍ରିତଦାସ ତ‌ଥା ଯାତନା ନିଷେଧ ଭଳି ବ୍ୟକ୍ତିଗତ ଅଧିକାରମାନଙ୍କୁ ପ୍ରତିଷ୍ଠା କରିଥିଲେ ।
  • ଧାରା ୬-୧୧: ମାନବିକ ଅଧିକାରର ମୌଳିକ କାନୁନ ଓ ତାହାର ଉଲଂଘନ କରିଥିବା ପ୍ରତିରକ୍ଷା ବିରୁଦ୍ଧରେ ନିର୍ଦ୍ଦିଷ୍ଟ ପ୍ରତିକାର ।
  • ଧାରା ୧୨-୧୭ ଗୋଷ୍ଠିରେ ବ୍ୟକ୍ତିର ମୌଳିକ ଅଧିକାର ସାବ୍ୟସ୍ତ ।
  • ଧାରା ୧୮-୨୧: ସାମ୍ବିଧାନିକ ସ୍ୱତନ୍ତ୍ରତା ଓ ଆଧ୍ୟାତ୍ମିକ, ଜନତା ଓ ରାଜନୈତିକ ସ୍ୱାଧୀନତା ଯେପରିକି ବିଚାର, ମତ, ଧର୍ମ ଓ ବିବେକ, ଶବ୍ଦ ଓ ବ୍ୟକ୍ତିଗତ ଶାନ୍ତିପୁର୍ଣ୍ଣ ସ‌ହାବସ୍ଥାନ (peaceful association) ।
  • ଧାରା ୨୨-୨୭: ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧିକାର ସ‌ହିତ ସ୍ୱାସ୍ଥ୍ୟ‌ ଯତ୍ନ (healthcare) ଅଧିକାର । ଧାରା ୨୫ରେ ପ୍ରତ୍ୟେକ ବ୍ୟକ୍ତିର ନିଜର ଓ ପରିବାରର ସ୍ୱାସ୍ଥ୍ୟ ସ‌ହିତ ଖାଦ୍ୟ, ପୋଷାକ, ଗୃହ ଓ ଡାକ୍ତରୀ ସେବା ଓ ଆବଶ୍ୟକୀୟ ସାମାଜିକ ସେବାର ମାନ‌କ ଅଧିକାର ଅଛି । ଶାରୀରିକ ଅକ୍ଷମତା ଓ ଅସୁସ୍ଥତା ବିଶେଷତଃ ମାଆ ଓ ଶିଶୁ ଯତ୍ନ ଉପରେ ଅଧିକ ସୁରକ୍ଷାକୁ ଅଗ୍ରାଧକାର ଦିଆଯାଇଛି ।[୬]
  • ଧାରା ୨୮-୩୦: ଏହି ଅଧିକାରର ବ୍ୟବ‌ହାର, କେଉଁ ଅଧିକାର କ୍ଷେତ୍ରରେ ବ୍ୟବ‌ହାର ଅଗ୍ରହଣୀୟ ଓ ବ୍ୟକ୍ତି ବିରୁଦ୍ଧରେ କାମ କରିହେବନି ।

ଏହି ଧାରାମାନଙ୍କରେ ସମାଜ ପ୍ରତି ବ୍ୟକ୍ତିର କର୍ତ୍ତବ୍ୟ ଓ ଜାତିସଂଘର ଲକ୍ଷ ବିପକ୍ଷରେ ଅଧିକାରର ନିଷେଧ ବିଷୟ ଲେଖାଯାଇଛି । [୭]}}

ଇତିହାସସମ୍ପାଦନ କରନ୍ତୁ

ପୃଷ୍ଠଭୂମିସମ୍ପାଦନ କରନ୍ତୁ

ବିଶ୍ୱ ଯୁଦ୍ଧ ୨ର (World War II) ସ‌ହ‌ଯୋଗୀ ଦଳମାନେ ଚାରୋଟି ସ୍ୱାଧୀନତା ଅଙ୍ଗୀକାର କରିଥିଲେ: ବାକ୍ ସ୍ୱାଧୀନତା, ଧର୍ମ ସ୍ୱାଧୀନତା, ଭୟ ମୁକ୍ତି ସ୍ୱାଧୀନତା ଓ ଅଭାବରୁ ସ୍ୱାଧୀନତା ଯାହାକୁ ମୌଳିକ ଯୁଦ୍ଧ ଲକ୍ଷ କୁହାଯାଉଥିଲା । [୮][୯] ମାନବ ଅଧିକାର , ଗୌରବ ଓ ବ୍ୟକ୍ତଗତ ମୂଲ୍ୟକୁ ମିଳିତ ଜାତିସଂଘ ଚାର୍ଟର ପୁନର୍ବାର ଦୃଢ଼ତା ପୂର୍ବକ ସ୍ୱୀକାର କଲେ ଓ ସମସ୍ତ ସଭ୍ୟ ଦେଶମାନଙ୍କୁ ଜାତି, ଲିଙ୍ଗ, ଭାଷା ବା ଧର୍ମର ଅନ୍ତର ନ ଦେଖି ସଭିଙ୍କ ପାଇଁ ମୌଳିକ ମାନବ ଅଧିକାର (fundamental human rights) ଲାଗୁ କରିବାକୁ ପ୍ରତ୍ସାହିତ କଲେ । [୧୦]

ବିଶ୍ୱ ଯୁଦ୍ଧ ସମୟରେ ନାଜି ସରକାରର ଅତ୍ୟାଚାର ସ୍ପଷ୍ଟ ହେବାପରେ ବିଶ୍ୱ କମିଟିର ହୃଦ୍‌ବୋଧ ହେଲେ ଯେ ଅଧିକାର ବିଷୟର ସଂଜ୍ଞା ମିଳିତ ଜାତିସଂଘଦ୍ୱାରା ସଠିକ ଭାବରେ ନିରୂପଣ ହୋଇନାହିଁ । [୧୧][୧୨] ସେଥି ନିମନ୍ତେ କ ସାର୍ବଜନୀନ ଘୋଷଣାରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଗତ ମାନବ ଅଧିକାରକୁ ପ୍ରଭାବିତ କରିବା ଆବଶ୍ୟକ ହେଲା । [୧୩]

Notesସମ୍ପାଦନ କରନ୍ତୁ

  1. Included John Peters Humphrey (Canada), René Cassin (France), P. C. Chang (Republic of China), Charles Malik (Lebanon), Hansa Mehta (India) and Eleanor Roosevelt (United States); see Creation and drafting section above.

ଆଧାରସମ୍ପାଦନ କରନ୍ତୁ

  1. "A/RES/217(III)". UNBISNET. Retrieved 24 May 2015.
  2. Henry J Steiner and Philip Alston, International Human Rights in Context: Law, Politics, Morals, (2nd ed), Oxford University Press, Oxford, 2000.
  3. Hurst Hannum, The universal declaration of human rights in National and International Law, p.145
  4. Sosa v. Alvarez-Machain, 542 U.S. 692, 734 (2004).
  5. Posner, Eric (2014-12-04). "The case against human rights | Eric Posner". The Guardian (in ଇଂରାଜୀ). ISSN 0261-3077. Retrieved 2020-01-22.
  6. Universal Declaration of Human Rights, United Nations, 1948
  7. Glendon 2002, Chapter 10.
  8. "FDR, "The Four Freedoms," Speech Text |". Voicesofdemocracy.umd.edu. January 6, 1941. Retrieved April 25, 2018.
  9. Bodnar, John, The "Good War" in American Memory. (Maryland: Johns Hopkins University Press, 2010) 11
  10. "United Nations Charter, preamble and article 55". United Nations. Retrieved 2013-04-20.
  11. Cataclysm and World Response in Drafting and Adoption : The Universal Declaration of Human Rights, udhr.org.
  12. "UDHR50: Didn't Nazi tyranny end all hope for protecting human rights in the modern world?". Udhr.org. 1998-08-28. Archived from the original on 2012-05-25. Retrieved 2012-07-07.
  13. "UDHR – History of human rights". Universalrights.net. Retrieved 2012-07-07.