ମାଧବାନନ୍ଦ ମଠ ହେଉଛି ମାଧବାନନ୍ଦ ଦାସ ଗୋସ୍ୱାମୀଙ୍କ ସମାଧି ପୀଠ ।


ଅତୀତରେ ମାଧବାନନ୍ଦ ମଠର ୬୦ବାଟି ସମ୍ପତ୍ତି ରହିଥିଲା । ପ୍ରାୟ ୩୬ ପାଟଳ ମଧ୍ୟରୁ ୭୫୨ ମଠ ଉପରେ ଶ୍ରେଷ୍ଠ ଗୁରୁଗାଦୀ ମଠ ରୂପେ ଏହା ପ୍ରସିଦ୍ଧି ଅର୍ଜନ କରିଥିଲା ।

ଅବସ୍ଥିତି ସମ୍ପାଦନା

କଟକଠାରୁ ଜଗତପୁର ଦେଇ କଟକ-ଚାନ୍ଦବାଲି ରାସ୍ତାର ପାଗା ବଜାର ପଡ଼େ । ଏଠାରୁ ଗୋପୀନାଥପୁରକୁ ମାତ୍ର ୩କି.ମି ଗଲାପରେ ମାଧବାନନ୍ଦଙ୍କର ପୀଠ ପଡିଥାଏ ।

ପୀଠର ବିଶେଷତ୍ତ୍ୱ ସମ୍ପାଦନା

ବହୁ ବର୍ଷ ତଳେ ଗାଈଗୋରୁଙ୍କୁ ରୋଗହେଲେ ବାବା ମାଧବାନନ୍ଦ ମହାପୁରୁଷଙ୍କ ପାଖରେ ଲୋକମାନେ ମାନସିକ ରଖୁଥିଲେ । ପରେ ଆପେ ଆପେ ଗୋରୁ ରୋଗରୁ ମୁକ୍ତି ପାଉଥିଲେ । ସେତେବେଳେ ସାଲେପୁରର ମାଧବାନନ୍ଦ ମହାପୁରୁଷ ପାଲଟି ଯାଉଥିଲେ ଗୋରୁଙ୍କ ପ୍ରାଣରକ୍ଷାକାରୀ ଡାକ୍ତର । ସାଲେପୁର ବ୍ଲକ ନିକଟସ୍ଥ ଗୋପୀନାଥପୁର ଗ୍ରାମରେ ଥିବା ମାଧବାନନ୍ଦ ମହାପୁରୁଷଙ୍କ ପୀଠରେ ଗୋରୁଙ୍କ ଆଶୁ ଆରୋଗ୍ୟ କାମନାକରି ଶହଶହ ଭକ୍ତ ପ୍ରତିଦିନ ମାଧବାନନ୍ଦ ମହାପୁରୁଷଙ୍କ ପୀଠକୁ ଆସିଥାନ୍ତି ।

ଶ୍ରୀ ଚୈତନ୍ୟ ମହାପ୍ରଭୁ ଓଡ଼ିଶା ଆଗମନ ସମୟରେ ଗୋପିନାଥପୁରସ୍ଥିତ ମାଧବାନନ୍ଦ ମଠକୁ ଯାଇଥିଲେ ।

ମଠ ମହନ୍ତ ସମ୍ପାଦନା

ବଂଶାନୁକ୍ରମେ ପ୍ରଥମେ ଗୋପୀନାଥ ଦାସ ଗୋସ୍ୱାମୀ ଓ ପରେ ତାଙ୍କ ପାଳିତ ପୁତ୍ର ମାଧବାନନ୍ଦ ଦାସ ଗୋସ୍ୱାମୀ ସମାଧିସ୍ଥ ହେବାପରେ ପର୍ଯ୍ୟାୟକ୍ରମେ ୧୩ଜଣ ଗୋସ୍ୱାମୀ ଏହି ମଠର ଦାୟିତ୍ୱରେ ରହିଆସିଥିଲେ । ଏବେ ବିବେକାନନ୍ଦ ଦାସ ଗାସ୍ୱାମୀ ଏହି ମାଧବାନନ୍ଦ ମହାପୁରୁଷଙ୍କ ମଠର ଦାୟିତ୍ୱରେ ଅଛନ୍ତି ।

ପର୍ବପର୍ବାଣି ସମ୍ପାଦନା

ଏଠାରେ ମାଧବାନନ୍ଦଙ୍କର ଦଧିଖେଳ ଯାତ୍ରା ପ୍ରସିଦ୍ଧ । [୧]

ଆଧାର ସମ୍ପାଦନା

  1. ଜାନୁଆରୀ ୧୧ ରବିବାର ସମାଜ, ଦୃଷ୍ଟି ଆଢୁଆଳେ ମାଧବାନନ୍ଦ ମଠ (ଅକ୍ଷୟ କୁମାର ଦାଶ)