ମାଣିକପାଟଣା ଗ୍ରାମର ଜଣେ ଦହି ବିକାଳୀ ଯେ ଜଗନ୍ନାଥ ଏବଂ ବଳଭଦ୍ରଙ୍କୁ ସଶରୀରେ ସାକ୍ଷାତ କରିଥିଲା ।

କିମ୍ବଦନ୍ତୀ ସମ୍ପାଦନା

କାଞ୍ଚି ଅଭିଯାନ ଫେରିବା ବେଳେ ରାସ୍ତାରେ ସେତେବେଳେ ମାଣିକ ଗଉଡୁଣୀ ନାମକ ଜଣେ ଗଉଡୁଣୀ ଦହି ବିକୁଥିଲା । ପ୍ରବଳ ଖରା ହେଉଥାଏ କଳାଘୋଡ଼ା, ଧଳାଘୋଡ଼ାରେ ଆସିଥିବା ଦୁଇ ସୈନିକ ମାଣିକ ଗଉଡୁଣୀଠାରୁ ଦହି ପିଇଲେ ଏବଂ ପଇସା ମାଗିବାରୁ ଏମାନଙ୍କ ପାଖରେ ପଇସା ନଥିଲା । ହାତରୁ ମୁଦିଟିଏ କାଢ଼ି ତାକୁ ଦେଇଥିଲେ । ମାତ୍ର ମାଣିକ ଗୌଡୁଣୀ ବୁଝିନଥିଲା । ସେ ମୁଦି ସାମାନ୍ୟ ମୁଦି ନୁହେଁ, ସେ ହେଉଛି ଜଗନ୍ନାଥଙ୍କ ରତ୍ନ ମୁଦି । ସେ ବହୁ କଷ୍ଟରେ ସେ ମୁଦିକୁ ରଖିଥିଲା । ରାଜାଙ୍କୁ ସେ ମୁଦି ଦେଇ ଦହି ପଇସା ଆଦାୟ କରିବ ବୋଲି ଜଗି ବସିଥିଲା । କିଛି ସମୟ ପରେ ସେ ରାସ୍ତାରେ ରାଜା ସୈନ୍ୟ ସମାନ୍ତ ଧରି ଯୁଦ୍ଧରେ ବିଜୟ ଲାଭ କରି ଫେରୁଥିଲେ । ମାଣିକ ଗୌଡୁଣି ସେ ମୁଦି ଦେଖାଇ କହିଥିଲା, ତୁମର ଦୁଇ ଜଣ ସୈନିକ ଦହି ପିଇ ଏହି ମୁଦି ଦେଇ ଯାଇଛନ୍ତି । ଏହାକୁ ନେଇ ଦହି ପଇସା ଦେଇଦିଅ । ରାଜା ସେହି ମୁଦି ଦେଖିଲେ ଏବଂ ଚିହ୍ନିଲେ ସେ ମୁଦିଟି ହେଉଛି ମହାପ୍ରଭୁଙ୍କ ରତ୍ନମୁଦି । ମାଣିକ ଗୌଡୁଣୀକୁ କହିଲେ, ମୁଁ ପ୍ରଥମ ସେବକ ହୋଇ ଜଗନ୍ନାଥ ଓ ବଳଭଦ୍ରଙ୍କୁ ସଶରୀରେ ଦେଖିନଥିଲି । ତୁ ଯାହାକୁ ଦହି ପିଆଇଛୁ ସେ ଖୋଦ ମହାପ୍ରଭୁ ଜଗନ୍ନାଥ ଏବଂ ବଳଭଦ୍ର । ପଇସା ନୁହେଁ ତୋ ନାଁରେ ଏ ଗାଁ କରିଦେଲି । ଉକ୍ତ ଗାଁ ସେହି ଦିନଠାରୁ ରହିଲା ମାଣିକପାଟଣା । [୧][୨]

ଚଲଚ୍ଚିତ୍ରରେ ମାଣିକ ଗୌଡୁଣୀ ସମ୍ପାଦନା

ମାଣିକ ନାମକ ଏକ କଳାଧଳା ଚଲଚ୍ଚିତ୍ରରେ ଏହି ଆଖ୍ୟନ ମୁକ୍ତିଲାଭ କରିଥିଲା ।

ଆଧାର ସମ୍ପାଦନା

  1. ସମୟ, ସାପ୍ତାହିକ (୧୮ / ୮ ୨୦୧୫). ମାଣିକ ଗଉଡୁଣୀ. ଭୁବନେଶ୍ୱର: ଅଶିର୍ବାଦ ପ୍ରକାଶନ. pp. ୩୬ - ୩୭. {{cite book}}: Check date values in: |date= (help)
  2. "Kanchi Abhiyan". Retrieved 18 August 2015. {{cite web}}: |first= missing |last= (help)