ମାଢି ପ୍ରଦାହ ବା ଜିଞ୍ଜିଭାଇଟିସ (ଇଂରାଜୀ ଭାଷାରେ Gingivitis) ରୋଗରେ ମାଢିର କୌଣସି ତନ୍ତୁ ନଷ୍ଟ ହୁଏନି ।[୧] [୪] ଏହାର ଲକ୍ଷଣରେ ମାଢି ଲାଲ୍ ଦେଖାଯାଏ, ଫୁଲିଯା‌‌ଏ ଓ ସହଜରେ ସେଥିରୁ ରକ୍ତସ୍ରାବ ହୁଏ ।[୧] ସାଧାରଣତଃ ଏଥିରେ କୌଣସି ଯନ୍ତ୍ରଣା ହୁଏ ନାହିଁ ।[୧] ରୋଗ ଜଟିଳ ହେଲେ ମଧ୍ୟରେ ପେରିଓଡୋଣ୍ଟାଇଟିସ୍ ଏବଂ ଦାନ୍ତ କ୍ଷୟ ହୋଇ ନଷ୍ଟ ହୋଇଯାଇପାରେ। [୧]

Gingivitis
A severe case of gingivitis
ବିଭାଗDentistry
ଲକ୍ଷଣRed swollen gums which bleed easily[୧]
କାରଣBacterial film, lack of vitamin C, pregnancy, certain medications[୧]
ବିପଦ କାରକSmoking, dry mouth, genetics[୧]
ରୋଗ ନିର୍ଣ୍ଣୟ ପଦ୍ଧତିDental exam[୨]
ଚିକିତ୍ସାOral hygiene, professional teeth cleaning[୩]
PrognosisGood with treatment[୧]
ପୁନଃପୌନିକCommon[୧]

ଏହାର ସବୁଠାରୁ ସାଧାରଣ କାରଣ ହେଉଛି ଦାନ୍ତରେ ଲାଗିଥିବା ଜୀବାଣୁ ଝିଲ୍ଲି ବା ପ୍ଲେକ ।[୧] ଅନ୍ୟାନ୍ୟ କାରଣ ମଧ୍ୟରେ ଭିଟାମିନ୍ 'ସି'ର ଅଭାବ, ଗର୍ଭଧାରଣ ଏବଂ କେତେକ ଔଷଧ ଯେପରିକି ଫେନିଟଏନ ଏବଂ କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର ଅନ୍ତର୍ଭୁକ୍ତ ଥାଏ ।[୧] ଅନ୍ୟାନ୍ୟ ବିପଦ କାରଣଗୁଡ଼ିକ ହେଉଛି ଧୂମପାନ ଏବଂ ଶୁଖିଲା ପାଟି[୧] ରୋଗ ନିର୍ଣ୍ଣୟ ସାଧାରଣତଃ ଦାନ୍ତ ପରୀକ୍ଷାଦ୍ୱାରା ହୋଇଥାଏ ।[୨] ଏହା ପେରିଓଡୋଣ୍ଟାଲ ରୋଗର ଏକ ମୃଦୁ ରୂପ ।[୨]

ଏହି ରୋଗର ଚିକିତ୍ସାରେ ପାଟି ସ୍ୱଚ୍ଛ ରଖିବା ଏବଂ ଭଲ ଭାବରେ ଦାନ୍ତ ସଫା କରିବାକୁ ହୁଏ ।[୩] ଗୁରୁତର ପରିସ୍ଥିତିରେ ଆଣ୍ଟିବାୟୋଟିକ୍ କିମ୍ବା ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ। [୫] ଉପ‌ଯୁକ୍ତ ଚିକିତ୍ସାରେ ଫଳାଫଳ ସାଧାରଣତଃ ଭଲ ହୁଏ ।[୧]

ମାଢି ପ୍ରଦାହ ବା ଜିଞ୍ଜିଭାଇଟିସ ହେଉଛି ପେରିଓଡୋଣ୍ଟାଲ ରୋଗର ସବୁଠାରୁ ସାଧାରଣ ପ୍ରକାର ରୋଗ ।[୧] ଏହି ରୋଗରେ ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୧] ଉଭୟ ଶିଶୁ ଏବଂ ବୟସ୍କମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି । [୧] ଅନ୍ତତଃ ପକ୍ଷେ ଖ୍ରୀଷ୍ଟପୂର୍ବ ୪୦୦ରୁ ହିପୋକ୍ରାଟସ୍ ଏହି ରୋଗର ବର୍ଣ୍ଣନା କରିଥିଲେ ।[୬]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ Rathee, M; Jain, P (January 2021). "Gingivitis". PMID 32491354. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ "Gingivitis - Mouth and Dental Disorders". Merck Manuals Consumer Version (in କାନାଡିୟ ଇଂରାଜୀ). Archived from the original on 27 February 2021. Retrieved 8 July 2021.
  3. ୩.୦ ୩.୧ "Periodontal Disease". www.cdc.gov (in ଆମେରିକୀୟ ଇଂରାଜୀ). 14 December 2018. Archived from the original on 17 July 2021. Retrieved 8 July 2021.
  4. Limeback, Hardy (11 April 2012). Comprehensive Preventive Dentistry (in ଇଂରାଜୀ). John Wiley & Sons. p. 58. ISBN 978-1-118-28020-1. Archived from the original on 28 August 2021. Retrieved 8 July 2021.
  5. "Gingivitis - Dental Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 28 August 2021. Retrieved 8 July 2021.
  6. Newman, Michael G.; Takei, Henry; Klokkevold, Perry R.; Carranza, Fermin A. (14 February 2011). Carranza's Clinical Periodontology (in ଇଂରାଜୀ). Elsevier Health Sciences. p. 2. ISBN 978-1-4557-0638-9. Archived from the original on 28 August 2021. Retrieved 8 July 2021.