ମହୁମାଛିମାନଙ୍କଠାରୁ କୃତିମ ଉପାୟରେ ମହୁ ସଂଗ୍ରହ କାରିବାକୁ ମହୁ ଚାଷ କୁହାଯାଏ ।

ପ୍ରଣାଳୀ

ସମ୍ପାଦନା

ଆବଶ୍ୟକତା ଅନୁଯାୟୀ ମହୁମାଛି କିସମର ଚୟନ, ତାକୁ ସଂଗ୍ରହ ବା କ୍ରୟ କରି ଆଣି ନିର୍ଦ୍ଧିଷ୍ଟ ଓ ନିର୍ଧାରିତ ମାପର କାଠ ବାକ୍ସରେ ରଖିବା,ଉପଯୁକ୍ତ ସ୍ଥାନ ନିରୂପଣ କରି ସେଠାରେ ଆବଶ୍ୟକତ ଅନୁଯାୟୀ ଅନୁକୂଳତମ ଦଳ ସ୍ଥାନିତ କରିବା, ସ୍ଥାନିତ ଦଳଗୁଡିକୁ ବର୍ଷସାରା ଋତୁଅନୁଯାୟୀ ପରିଚାଳିତ କରି ସେଥିରୁ ପ୍ରତକ୍ଷ୍ୟ ଓ ପରୋକ୍ଷ୍ୟଭାବରେ ଲାଭ ଉଠାଇବାର କଳା ଓ ବିଜ୍ଞାନ ଉପରେ ପର୍ଯ୍ୟବେଷିତ ସମସ୍ତ କାର୍ଯ୍ୟର ସମାହାରକୁ ବୈଜ୍ଞାନିକ ପ୍ରଣାଳୀରେ ମହୁମାଛି ପାଳନ କୁହାଯାଏ ମହୁ ହେଉଛି ଏକ ସୁଷମ ତଥା ଉତ୍କୃଷ୍ଟ ଔଷଧ। ଏହା ପଞ୍ଚାମୃତର ଏକ ଅମୃତ। ଉପକାରୀ ଗୁଣ ଯୋଗୁ ଏହା ଆୟୁର୍ବେଦ ବର୍ଣିତ ଜଡିବୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ତଥା ଔଷଧର ଗୁଣମାନକୁ ପରିଗୁଣିତ କରିଥାଏ। ପୂର୍ବକାଳରେ ମୁନୀଋଷିମାନେ ଏହାକୁ ପ୍ରତିଦିନ ଖାଦ୍ୟରେ ଗ୍ରହଣ କରୁଥିବାରୁ ବହୁତ ବର୍ଷ ବଞ୍ଚୁଥିଲେ। ପ୍ରତିଦିନ ମହୁ ଖାଇଲେ ମଣିଷ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିପାଏ ଓ ମଣିଷ ସୁସ୍ଥ ସବଳ ରହେ। ମହୁମାଛି ହେଉଛି ମାନବ ଜାତି ପାଇଁ ପ୍ରକୃତିର ଏକ ଅଭୁତ ଦାନ। ମହୁ ଖାଇବାଦ୍ୱାରା ଜଗତର ସମସ୍ତ ରୋଗ ଉପଶମ ହେବା ନିଶ୍ଚିତ। ସାଧାରଣତଃ ଜଣେ ମଣିଷ ଯେକୈଣସି ସମୟରେ ଏହାକୁ ଖାଇପାରିବ।

ଔଷଧୀୟ ଗୁଣ

ସମ୍ପାଦନା

ମହୁକୁ ଆବାଳ ବୃଦ୍ଧ ବନୀତା, ଗୋଡ ନଖଠାରୁ ମୁଣ୍ଡ କେଶ ପର୍ଯ୍ୟନ୍ତ, ସାଧାରଣ ଥଣ୍ଡା ଜ୍ୱରଠାରୁ ଆରମ୍ଭ କରି ହୃଦ୍‌ଘାତ, ମଧୁମେହ ଓ ରକ୍ତଚାପ ଭଳି ରୋଗ ପାଇଁ ଏକ ମହୋଷଧି ଭାବରେ କାମ କରିଥାଏ। ଏଣୁ ମହୁକୁ ସର୍ବଦା ବ୍ୟବହାର କରିବା ସଙ୍ଗେ ସଙ୍ଗେ କିପରି ଯଥେଷ୍ଟ ଅମଳ କରିପାରିବେ ସେଥିପାଇଁ ଦୃଷ୍ଟିଦେବା ଏକାନ୍ତ ଆବଶ୍ୟକ।

ଆମର ଉତ୍ପାଦିତ ୧/୩ୟାଂଶ ଖାଦ୍ୟଶସ୍ୟ ଯେଉଁ ଫସଲରୁ ଅମଳ ହୋଇଥାଏ ସେଗୁଡିକ ଏବଂ ୩/୪ଥାଶଂ କୃଷି, ଉଦ୍ୟାନ ଓ ପରିବେଶ ଉପଯୋଗୀ ଉଭିଦଗୁଡ଼ିକ ପରାଗସଙ୍ଗମ ପାଇଁ ମହୁମାଛି ଉପରେ ନିର୍ଭର କରିଥାନ୍ତି। ଏକ ବୈଜ୍ଞାନିକ ଗବେଶଣାରୁ ଜଣାଯାଇଛି ଯଦି ପୃଥିବୀ ପୃଷ୍ଠରେ ମହୁମାଛିମାନେ ସମ୍ପୁର୍ଣ ରୂପରେ ଲୋପ ପାଇ ଯିବେ ତେବେ ଏହାର ୨ରୁ ୩ ବର୍ଷ ମଧ୍ୟରେ ମାନବ ସଭ୍ୟତା ମଧ୍ୟ ଲୋପପାଇଯିବାର ସମ୍ଭାବନା ରହିଛି। ଉପକାରିତା କାରଣ ଏହା ଆଣ୍ଟିଅକ୍ସିଡାଣ୍ଟ୍ ଭାବରେ କାମ କରିଥାଏ। ଏହା ଶକ୍ତିର ଉସ୍ଚ ଭାବରେ ମଧ୍ୟ କାମକରିଥାଏ। ତେଣୁ ଏହାକୁ କଠିନ ପରିଶ୍ରମ ଯୁକ୍ତ ବ୍ୟାୟାମ କରିବା ପୂର୍ବରୁ ବା ପରେ ଖିଆଯାଇପାରିବ ନିୟମିତ ସେବନଦ୍ୱାରା ଆଲର୍ଜିର ପ୍ରଭାବ ମଧ୍ୟ କମିଯାଏ ମଧୁମେହ ରୋଗୀମାନେ ଏହାକୁ ଚିନି ଯାଗାରେ ବ୍ୟବହାର କରି ପାରିବେ ପ୍ରତିଦିନ ମହୁ ଖାଇବାଦ୍ୱାରା ସ୍ମରଣ ଶକ୍ତି ବଢିଥାଏ। ମଣିଷ ଶରୀରର ଉପଯୁକ୍ତ ଓଜନକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ ରକ୍ତ ସଫା କରିବା ପାଇଁ ଓ ଏହାର ପ୍ରବାହ ଠିକ୍‌ କରିବା ପାଇଁ ପଦ୍ମ ମହୁକୁ ବ୍ୟବହାର କରି ହେବ। ମହୁ ଖାଇଲେ ଥଣ୍ଡା କଫ କାଶ ଆଦି ରୋଗ ଭଲ ହୋଇଯାଏ। ଚକ୍ଷୁର ଯତ୍ନ ପାଇଁ ମଧ୍ୟ ମହୁ ବ୍ୟବହାର କରାଯାଏ। ମହୁଖାଇବାଦ୍ୱାରା ଅନ୍ତନାଡିରେ ଥିବା ଅଲ୍‌ସର୍,ପେଟ ଗ୍ୟାସ୍,ବଦ ହଜମି ଓ କୋଷ୍ଟକାଠିନ୍ୟ ଦୂରହୁଏ। ତରଳ ଝାଡାରେ ମହୁ ପାଣି ପିଲେ ୪-୫ ଘଣ୍ଟା ମଧ୍ୟରେ ଏହା ନିୟନ୍ତ୍ରଣକୁ ଆସିଥାଏ। ରକ୍ତ ହୀନତାରେ ପୀଡ଼ିତ ବ୍ୟକ୍ତି ପାଇଁ ମହୁ ଅଶେଷ ଉପକାରୀ। ପ୍ରତିଦିନ ୧ ଚାମଚ୍ ମହୁ ଖାଇବାଦ୍ୱାରା ଶରୀରରେ ଉତ୍ପନ୍ନ୍ ହେଉଥିବା ଚର୍ବି କମିବା ସହିତ ସ୍ନାୟୁଗତ ଦୁର୍ବଳତା ହ୍ରାସହୁଏ ଏବଂ ଇନ୍‌ସୁଲିନ୍ କ୍ଷରଣ ହେବାର ସମ୍ଭାବନ ବୃଦ୍ଧି ପାଏ। ମହୁ ବ୍ୟବହାର କଲେ ଚର୍ମର ସବୁ ରୋଗ ଏପରିକି ଏଗ୍‌ଜିମା,ରିଙ୍ଗ୍‌ୱାରମ୍,ସୋରିଆସିସ୍,ସୁଷ୍କତା ବା ଫାଟିବା ଦୂରହୁଏ ଦୃଷ୍ଟି ଶକ୍ତି ବଢେ,ମୁଣ୍ଡ ବ୍ୟଥା କମେ, ଜନନ ଇନ୍ଦ୍ରିୟର କ୍ଷମତା ବୃଦ୍ଧି ପାଏ। ଏକ ଚାମଚ ମହୁ ସହିତ ୫ କପ ଗରମ ପାଣି ମିଶାଇ କେଶକୁ ଭଲଭାବରେ ଧୋଇ ଥରେ ଦେଖନ୍ତୁ,ବିଶ୍ୱାସ କରି ହେବନି ନୁଜକୁ। ମହୁର ଜୀବାଣୁନାଶକ ଗୁଣ ଯୋଗୁ,ଏହାକୁ ଖଣ୍ଡିଆ,ଗଳାକ୍ଷତ ଆଦି ଉପସମ ପାଇଁ ବ୍ୟବହାର କରାଯାଏ। ଗରମ ପାଣି ବା ଚା ସହ ମହୁ ଖାଇଲେ ଗଳାର ସମସ୍ତ ଅସୁବିଧା ଦୂର ହୁଏ ଓ ଗଳା ସଫା ମଧ୍ୟ ରହିଥାଏ। ନିଦ୍ରା ହୀନତା ଦୂର କରିବା ପାଇଁ ମଧ୍ୟ ମହୁର ଘରୋଇ ବ୍ୟବହାର ଦେଖାଯାଇଥାଏ। ଶୁଷ୍କ ମହୁଫେଣା ଓ ତୈଳକୁ ଏକତ୍ର କରି ମୁଣ୍ଡରେ ଲଗାଇଲେ କେଶ ଘନ କଳା ହେବା ସହ ଝଡିବା ବନ୍ଦ ହୁଏ ଓ ନୂତନ କେଶ ଜନ୍ମ ନେଇଥାଏ। ଦିଗ୍‌ଦର୍ଶନରେ ଏମାନେ ଫୁଲରୁ ମକରନ୍ଦ ଖାଦ୍ୟ ପାଇଁ ସଂଗ୍ରହ କରନ୍ତି ଓ ମହୁଫେଣା ତିଆରି କରି ସେଥିରେ ରଖିଥାନ୍ତି। କାରଣ ଏମାନଙ୍କ ବିନା ମହୁ ଭଳି ଏକ ଦୁର୍ଲଭ ପଦାର୍ଥ ପାଇବା ଅସାଧ୍ୟ ଅଟେ।[]

[] []

  1. [୧]
  2. [୨]