ମହୁମାଛି

ଉଡ଼ନ୍ତା ପୋକ

ମହୁମାଛି (ଇଂରାଜୀ ଭାଷାରେ Bee/ Anthophila) ଏକ ପ୍ରକାର ଉଡ଼ନ୍ତି ପୋକ (insect) ଯାହାର ବିରୁଡ଼ି (wasp) ଓ ପିମ୍ପୁଡ଼ିମାନଙ୍କ ସାଥିରେ ସାମଞ୍ଜସ୍ୟ ଅଛି ଯେଉଁମାନେ ପରାଗ ସଙ୍ଗମ (pollination), ମହୁ ଓ ମହୁମାଛି ମହମ (beeswax) ତିଆରରେ ଭାଗ ନିଅନ୍ତି । ଏମାନେ ସୁପରଫ୍ୟାମିଲି ଆପଏଡିଆ (Apoidea) ଲାଇନର ଜୀବ ଓ କ୍ଲେଡ (clade) ଦଳରେ ଆଛି ଓ ଆନ୍ଥୋଫିଲା (Anthophila) ନାମ ଦିଆଯାଇଛି । ଦୁନିଆରେ ୭ଟି ପରିବାରରେ ପ୍ରାୟ ୧୬,୦୦୦ ଜଣାଶୁଣା ମହୁମାଛି ସ୍ପେସି ଥିବାର ଜଣାଯାଏ । [][] ଏଥି ଯୋଗୁ ଫୁଲ ଫୁଟୁଥିବା ଗଛର ଆଡାପ୍ଟିଭ ରାଡିଏସନ (adaptive radiation) ହୁଏ ଓ ସେହି ଅନୁସାରେ ମହୁମାଛିଙ୍କର ପରିବର୍ତ୍ତନ ହୁଏ ।[] ଆଣ୍ଟାର୍କଟିକା ବ୍ୟତୀତ ଅନ୍ୟ ସବୁ ମହାଦେଶରେ ଏମାନଙ୍କୁ ଦେଖିବାକୁ ମିଳେ ଯେଉଁଠି ଫୁଲମାନଙ୍କର ପରାଗ ସଙ୍ଗମ ହୁଏ ।

colspan=2 style="text-align: center; background-color: transparent; text-align:center; border: 1px solid red;" | ମହୁମାଛି
ଜୀବାଶ୍ମ କାଳ: Early Cretaceous – Present, 100–0 Ma
The sugarbag bee, Tetragonula carbonaria
colspan=2 style="min-width:15em; text-align: center; background-color: transparent; text-align:center; border: 1px solid red;" | ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
colspan=2 style="text-align: center; background-color: transparent; text-align:center; border: 1px solid red;" | Families
colspan=2 style="text-align: center; background-color: transparent; text-align:center; border: 1px solid red;" | Synonyms

Apiformes (from Latin 'apis')

ତିନି ପ୍ରକାର ମହୁମାଛି ଯଥା:- ହନି ବି, ବମ୍ବଲ୍‌ବି ଓ ସ୍ଟିଙ୍ଗଲେସ ବି ମହୁମାଛି କଲୋନି କରି ସାମାଜିକ ଭାବରେ ରହନ୍ତି । ଏମାନେ ଶକ୍ତି ପାଇବା ନିମନ୍ତେ ଫୁଲମହୁ ଓ ପ୍ରୋଟିନ ତ‌ଥା ଅନ୍ୟାନ୍ୟ ପୋଷକ ପାଇବା ନିମନ୍ତେ ପରାଗ ରେଣୁ ଖାଆନ୍ତି । ଅଧିକାଂଶ ପରାଗ ରେଣୁ ଲାର୍ଭା ନିମନ୍ତେ ବ୍ୟବ‌ହୃତ ହୁଏ । ପରିବେଶ ଓ ବ୍ୟବସାୟ ଦୃଷ୍ଟିରୁ ପରାଗ ସଙ୍ଗମ ଅତି ଆବଶ୍ୟକ । ବଣୁଆ ମହୁମାଛି ସଂଖ୍ୟା କମିଯିବା ହେତୁ ବ୍ୟବସାୟୀକ ମହୁଫେଣାର ପରାଗ ସଙ୍ଗମ ମୂଲ୍ୟ ଅଧିକ ହେଉଛି ।

ମହୁମାଛିର ଆକାରରେ ପ୍ରଜାତି ଅନୁସାରେ କମ୍ ବେଶୀ ହୁଏ । ନାହୁଡ଼ ନଥିବା ମହୁମାଛି ଶ୍ରେଣୀରେ ଶ୍ରମିକ ମହୁମାଛିର ଲମ୍ବ ୨ ମି:ମି:ରୁ (୦.୦୮ ଇଞ୍ଚ) କମ୍ । ସବୁଠାରୁ ବଡ଼ ମହୁମାଛି ମେଗାଚାଇଲ ପ୍ଲୁଟୋ (leafcutter bee) ଶ୍ରେଣୀର ମାଈ ମହୁମାଛି ଲମ୍ବ ପ୍ରାୟ ୩୯ ମି:ମି: (୧.୫୪ ଇଞ୍ଚ) । ଉତ୍ତର ଗୋଲାର୍ଦ୍ଧର ସାଧାରଣ ମହୁମାଛିର ନାମ ହାଲିକ୍ଟିଡି (Halictidae) ବା ମିଠା ମହୁମାଛି । ଏଗୁଡ଼ିକ ଭୁଲକ୍ରମେ ବିରୁଡ଼ି ବା ମାଛି ବୋଲି ଭାବନ୍ତି । ବି-ଖାଦକ (bee-eater) ମେରୁଦଣ୍ଡି ପକ୍ଷୀ, ବିଉଲ୍ଫ (beewolves) ଓ ଡ୍ରାଗନ‌ଫ୍ଲାଇ (dragonflies) ପୋକ ଏହି ମହୁମାଛିଙ୍କୁ ଖାଆନ୍ତି ।

ହଜାର ହଜାର ବର୍ଷ ଧରି ଅତି କମ୍‌ରେ ପୁରାତନ ମିଶର ଓ ଗ୍ରୀସ ସମୟରୁ ମହୁମାଛି ପାଳିବା (beekeeping) ବା ଏପିକଲଚର ଚାଲିଆସିଛି । ମହୁ ଓ ପରାଗ ସଙ୍ଗମ ବ୍ୟତୀତ ମହୁମାଛିମାନେ ମହମ, ରୟଲ ଜେଲି (royal jelly) ଓ ପ୍ରୋପୋଲିସ (propolis) ତିଆର କରନ୍ତି । ପୁରାକାଳରୁ ଆଧୁନିକ କାଳ ପର୍ଯ୍ୟନ୍ତ ପୁରାଣ ଓ ଲୋକ କଥାର କଳା ଓ ସାହିତ୍ୟରେ ମହୁମାଛିମାନଙ୍କ କଥା ଉଲ୍ଲେଖ ଥାଏ ବିଶେଷତଃ ଉତ୍ତର ଗୋଲାର୍ଦ୍ଧରେ ।

ସନ ୧୯୮୦-୨୦୧୩ ମଧ୍ୟରେ ପ୍ରାୟ ୩୫୩ ବଣୁଆ ମହୁମାଛି ଓ ହୋଭର ଫ୍ଲାଇ ପ୍ରଜାତିର ଅନୁଶୀଳନରେ ଜଣାଯାଏ ଯେ ୧୯୮୦ ମସିହାରେ ଥିବା ମହୁମାଛି ସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ କମିଯାଇଛନ୍ତି ।[]

ଜୀବନ ଚକ୍ର

ସମ୍ପାଦନା

ମହୁମାଛିର ଜୀବନ ଚକ୍ରରେ ଅଣ୍ଡା, ଲାର୍ଭା (larva) ବିକାଶ, ପିଉପା (pupa) ଓ ଅବଶେଷରେ ମେଟାମର୍ଫୋସିସ ହୋଇ ପୂର୍ଣ୍ଣାଙ୍ଗ ମହୁମାଛି ସୃଷ୍ଟି ହୁଏ । ଅଣ୍ଡିରା ମହୁମାଛି ପ୍ରଥମେ ବାହାରି ମାଈ ମହୁମାଛିକୁ ପ୍ରଜନନ ନିମନ୍ତେ ଖୋଜେ । ଯୌନ‌କ୍ରିୟା ପରେ ମାଈ ମହୁମାଛି ଶୁକ୍ରାଣୁ ଷ୍ଟୋର କରେ ଓ ଉକ୍ତ ସମୟରେ ଯୋନୀର ଆବଶ୍ୟକତା ନିରୁପଣ କରେ । ଫର୍ଟିଲାଇଜ୍ଡ ଅଣ୍ଡାରୁ ମାଈ ଓ ଅଣଫର୍ଟିଲାଇଜ୍ଡ ଅଣ୍ଡାରୁ ଅଣ୍ଡିରା ମହୁମାଛି ବାହାରେ । ଉଷ୍ମକଟିବନ୍ଧ ଇଲାକାରେ ମହୁମାଛି ଏକ ବର୍ଷରେ ଅନେକ ଥର ଜୀବନ ଚକ୍ରରେ ନୂଆ ମହୁମାଛି ସୃଷ୍ଟି କରନ୍ତି । [][][][]

  1. Danforth, B. N.; Sipes, S.; Fang, J.; Brady, S. G. (October 2006). "The history of early bee diversification based on five genes plus morphology". PNAS. 103 (41): 15118–15123. doi:10.1073/pnas.0604033103. PMC 1586180. PMID 17015826.
  2. Michener, Charles D. (2000). The Bees of the World. Johns Hopkins University Press. pp. 19–25. ISBN 0-8018--6133-0.
  3. Buchmann, Stephen L.; Nabhan, Gary Paul (2012). The Forgotten Pollinators. Island Press. pp. 41–42. ISBN 978-1-59726-908-7. Archived from the original on 27 ମଇ 2016.
  4. "Widespread losses of pollinating insects revealed across Britain". The Guardian. 26 March 2019.
  5. Roubik, David W. (1992). Ecology and Natural History of Tropical Bees. Cambridge University Press. p. 15. ISBN 978-0-521-42909-2. Archived from the original on 17 ଜୁନ 2016.
  6. "The bumblebee lifecycle". Bumblebee Conservation Trust. Archived from the original on 29 ଜୁନ 2015. Retrieved 1 ଜୁଲାଇ 2015.
  7. "Learning About Honey Bees". The South Carolina Mid-State Beekeepers Association. Archived from the original on 1 ଜୁଲାଇ 2015. Retrieved 1 ଜୁଲାଇ 2015.
  8. "Solitary Bees". National Bee Unit. Archived from the original on 1 ଜୁଲାଇ 2015. Retrieved 1 ଜୁଲାଇ 2015.