ମହିଳା ଇତିହାସ ମାସ ଐତିହାସିକ ଓ ସମକାଳୀନ ସାମାଜିକ ଘଟଣା ପ୍ରତି ମହିଳାମାନଙ୍କ ଅବଦାନ ନିମନ୍ତେ ପାଳିତ ହେଉଥିବା ଏକ ଘୋଷିତ ବାର୍ଷିକ ମାସ । ମାର୍ଚ୍ଚ ୮ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ସହ ତାଳ ମିଳାଇ ଏହା ଯୁକ୍ତରାଷ୍ଟ୍ର ଆମେରିକା ଓ ଯୁକ୍ତରାଜ୍ୟ ଓ ଅଷ୍ଟ୍ରେଲିଆରେ ମାର୍ଚ୍ଚ ମାସରେ ପାଳିତ ହୋଇଥାଏ ଏବଂ ଅକ୍ଟୋବରରେ କାନାଡ଼ାରେ ଅକ୍ଟୋବର ୧୮ ପର୍ସନ୍ସ ଡେରେ ପାଳିତ ହୋଇଥାଏ । [୧]

ଇତିହାସ ସମ୍ପାଦନ କରନ୍ତୁ

ଯୁକ୍ତରାଷ୍ଟ୍ର ଆମେରିକାରେ ସମ୍ପାଦନ କରନ୍ତୁ

 
୨୦୧୩ ମାର୍ଚ୍ଚ ୧୮ ହ୍ୱାଇଟ ହାଉସ ଇଷ୍ଟ ରୁମରେ ମହିଳା ଇତିହାସ ମାସ ଆରମ୍ଭ ପାଳନ ।

ଯୁକ୍ତରାଷ୍ଟ୍ର ଆମେରିକାରେ ମହିଳା ଇତିହାସ ମାସ ପାଳନ ପ୍ରଥମେ ୧୯୧୧ ମସିହାରଆନ୍ତର୍ଜାତିକ ମହିଳା ଦିବସ ପାଳନ ବେଳେ ଆରମ୍ଭ ହୋଇଥିଲା ।୧୯୭୮ ମସିହାରେ ସୋନୋମା, କାଲିଫର୍ଣ୍ଣିଆର ସ୍କୁଲ ଡିଷ୍ଟ୍ରିକ୍ଟ ମାର୍ଚ୍ଚ ୮ରେ ଆନ୍ତର୍ଜାତିକ ମହିଳା ଦିବସ ବେଳେ ମହିଳା ଇତିହାସ ସପ୍ତାହ ପାଳନରେ ଭାଗନେଇଥିଲେ । ଐତିହାସିକ ଗର୍ଡ଼ା ଲର୍ଣ୍ଣରଙ୍କ ସଭାପତିତ୍ୱରେ ୧୯୭୯ ଜୁଲାଇ ୧୩ରୁ ୨୯ ତାରିଖ ମଧ୍ୟରେ ମହିଳା ଇତିହାସ ସମ୍ବନ୍ଧରେ ଏକ ପନ୍ଦର ଦିନିଆସମ୍ମିଳନୀ ସରହ ଲରେନ୍ସ କଲେଜରେ ପାଳନ ହୋଇଥିଲା । [୨][୩] ଏହା ସରହ ଲରେନ୍ସ କଲେଜ, ଉଇମେନ୍ସ ଆକ୍ସନ ଆଲାଏନ୍ସ ଓ ସ୍ମିଥୋସୋନିଆନ ଇନଷ୍ଟିଚ୍ୟୁସନଦ୍ୱାରା ସହ-ପରିଚାଳିତ । [୨] ଏଥିରେ ଭାଗନେଇଥିବା ଅଂଶଗ୍ରହଣକାରୀମାନେ ସୋନୋମା କାଉଣ୍ଟିର ମହିଳା ଇତିହାସ ମାସ କଥା ଜାଣିଲା ପରେ ନିଜ ସଙ୍ଗଠନ, ସମୂହ ଓ ସ୍କୁଲ ଜିଲ୍ଲାମାନଙ୍କରେ ଭାଗ ନେବା ବାବଦ୍ଦରେ ସିଦ୍ଧାନ୍ତ ନେଲେ। [୩] ସେମାନେ ଜାତୀୟ ମହିଳା ଇତିହାସ ସପ୍ତାହ ପାଳନରେ ଭାଗନେବା ପାଇଁ ମଧ୍ୟ ସମ୍ମତ ହୋଇଥିଲେ । [୩]

ମହିଳା ଇତିହାସ ସପ୍ତାହ ପାଳନ ବାବଦରେ ରାଷ୍ଟ୍ରପତି ଘୋଷଣା ସମ୍ପାଦନ କରନ୍ତୁ

୧୯୮୦ (ତଳକୁ ଦେଖନ୍ତୁ)
୧୯୮୨
୧୯୮୩
୧୯୮୪
୧୯୮୫
୧୯୮୬

ମହିଳା ଇତିହାସ ସପ୍ତାହ ପାଳନ ବାବଦରେ ରାଷ୍ଟ୍ରପତି ଘୋଷଣା ସମ୍ପାଦନ କରନ୍ତୁ

ଆଧାର ସମ୍ପାଦନ କରନ୍ତୁ

  1. "Women's History Month". Status of Women Canada. Government of Canada. October 3, 2011. Retrieved March 3, 2012.
  2. ୨.୦ ୨.୧ "This Week in History - Pioneering women's history summer institute, July 18, 1979". Jewish Women's Archive. Retrieved 2013-10-17.
  3. ୩.୦ ୩.୧ ୩.୨ MacGregor, Molly Murphy. "History of National Women's History Month". National Women's History Project. Retrieved 2013-10-17.