ମହିଳାଙ୍କ ଆତ୍ମରକ୍ଷା ଲାଗି ମୋବାଇଲ ଆପ
ଦିଲ୍ଲୀରେ ପ୍ରଚଳିତ ଆପ- ହିମ୍ମତ ସମ୍ପାଦନ କରନ୍ତୁ
‘ହିମ୍ମତ’ ଦିଲ୍ଲୀ ପୋଲିସଙ୍କଦ୍ୱାରା ଏକ ମୋବାଇଲ ଆପ୍ଲିକେସନ ଯାହା ମହିଳାମାନଙ୍କୁ ସେମାନଙ୍କ ଜରୁରୀ ପରିସ୍ଥିତି ସମୟରେ ପୋଲିସ ନିୟନ୍ତ୍ରଣ କକ୍ଷ ଏବଂ ତାଙ୍କର ସମ୍ପର୍କୀୟଙ୍କୁ ସୂଚିତ କରିଥାଏ । ଏହା ଦିଲ୍ଲୀଠାରେ ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କଦ୍ୱାରା ୨୦୧୫ ଜାନୁଆରୀ ୧ ତାରିଖରେ ଉନ୍ମୋଚନ ହୋଇଯାଇଛି ।ଏହି ଆପ ସାଧାରଣତଃ କର୍ମଜୀବୀ ମହିଳାମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯେଉଁମାନଙ୍କର ସ୍ମାର୍ଟଫୋନ ଅଛି ଏବଂ ବିଳମ୍ବିତ ରାତ୍ରୀରେ ପ୍ରାୟ ଏକାକୀ ଯାତ୍ରାକରନ୍ତି ।[୧]
ଏହି ଆପକୁ ଡାଉନଲୋଡ କରିବା ପରେ ଜଣେ ନୂଆ ବ୍ୟବାହାରକାରୀଙ୍କୁ ଦିଲ୍ଲୀ ପୋଲିସ ବେବସାଇଟରେ ସେମାନଙ୍କ ନାମ, ମୋବାଇଲ, ନମ୍ବର, ଏବଂ ଅନୁନ୍ୟ ଦୁଇ ଜଣ ସମ୍ପର୍କୀୟ/ସାଙ୍ଗଙ୍କ ବିବରଣୀ ସହ ପଂଜୀକୃତ ହେବାକୁ ପଡ଼ିଥାଏ । ବ୍ୟବାହାରକାରୀ ପଂଜୀକୃତ ହେଲା ପରେ ବ୍ୟବହାରକାରୀ ଏକ ଏସଏମଏସ ସହ ଏକ ଡାଉନଲୋଡ ଲିଙ୍କ ଏବଂ ପଂଜୀକରଣ କି(ଚାବି) ପଂଜୀକୃତ ମୋବାଇଲରେ ପାଇବେ । ବ୍ୟବାହାରକାରୀଙ୍କୁ ଏହି କି ଆପ୍ଲିକେସନରେ ଥିବା ପଂଜୀକରଣ ବିଣ୍ଡୋରେ ପ୍ରବେଶକରାଇବାକୁ ହୋଇଥାଏ । ଏହା ମାତ୍ର ଏକଥରକିଆ କାମ ଅଟେ ।
କାର୍ଯ୍ୟକାରିତା ସମ୍ପାଦନ କରନ୍ତୁ
କୌଣସି ଜରୁରୀ ପରିସ୍ଥିତିରେ ବ୍ୟବାହାରକାରୀଙ୍କୁ ଫୋନର ପାବର ବଟନ/ ସଫ୍ଟ ବଟନ ଚିପି ରଖି ଫୋନକୁ ହଲାଇବାଦ୍ୱାରା ଏକ ସୂଚନା ପଠାଇ ପାରିବେ । ଯେତେ ଜଲ୍ଦୀ ଏହି ବିପତ୍ତି ସହାୟତା ଲୋଡା କଲ ଗ୍ରହଣ କରାଯାଏ, ଫୋନରେ ଏହାର ୩୦ ସେକେଣ୍ଡିଆ ଅଡ଼ିଓ ଏବଂ ଭିଡ଼ିଓ ରେକଡିଂ ଆରମ୍ଭ ହୋଇଯାଏ ଯାହା ପୋଲୋସ ନିୟନ୍ତ୍ରଣ କକ୍ଷକୁ ସିଧାପ୍ରସାରିତ ହୋଇଥାଏ, ଏବଂ ସଂଗେସଂଗେ ପିଡ଼ିତା ପିସିଆରଙ୍କଠାରୁ ଏକ ଉତ୍ତର କଲ ପାଆନ୍ତି । ବ୍ୟବାହାରକାରୀଙ୍କ ବନ୍ଧୁ ଏବଂ ପରିଜନ ଏକ ଏସଏମଏସ ସୂଚନା ପାଆନ୍ତି ତତସହିତ ବ୍ୟବାହାରକାରୀଙ୍କ ଆପକୁ ଯୋଡାହୋଇଥିବା ଟୁଇଟର ଏବଂ ଫେସବୁକ ଟାଇମଲାଇନରେ ଏକ ସ୍ଥିତି ପୋଷ୍ଟ ହୋଇଥାଏ । ଆପଟି ସ୍ଥାନ ସୂଚନା ସହ ପୀଡ଼ିତାର ସମସ୍ତ ତଥ୍ୟ ଏକାଥରରେ ପୋଲିସ ସହାୟତା କକ୍ଷ, ସେହି ଅଂଚଳରେ ପାଟ୍ରୋଲିଂ କରୁଥିବା କାର ଏବଂ ଦିଲ୍ଲୀ ପୋଲୋସ ସାଇବର ହାଇବେ ଜରିଆରେ ସ୍ଥାନୀୟ ଷ୍ଟେସନ ହାଉସ ଅଫିସର (SHO)ଙ୍କୁ ପଠେଇଥାଏ ।
ଏହି ଆପର ଅସଦବ୍ୟବହାର ନକରିବା ପାଇଁ ପୋଲିସ ଜନସାଧାରଣଙ୍କୁ ସାବଧାନ କରାଇଛନ୍ତି । ହିମତ ଆପ୍ଲିକେସନ ଏବଂ ସେବାଗୁଡ଼ିକ ସେତେବେଳେ ବ୍ୟବହାର କରାଯିବାକୁ ନିର୍ଦ୍ଦେଶ ରହିଛି ଯେତେବେଳେ ଜୀବନ ଏବଂ ଶରୀର ପ୍ରତି ବିପଦ ଥିବ । ମିଥ୍ୟା ଏସଓଏସ (SOS) ସୂଚନା/ ଆଲରାମ, ଉଦ୍ଦେଶ୍ୟ ପୂର୍ଣ୍ଣ /ଅଣଉଦ୍ଦେଶ୍ୟ ପୂର୍ଣ୍ଣ (ଏହିପରି ୩ଟି ମିଥ୍ୟା SOS ସୂଚନା) ଘଟଣା ଘଟିଲେ ପଂଜୀକରଣକ ରଦ୍ଦ କରାଯାଏ । ପରେ ବ୍ୟବାହାରକାରୀ ସହାୟତା ନମ୍ବରରେ ଫୋନ କିମ୍ବା କର୍ତୃପକ୍ଷଙ୍କୁ ଇମେଲ ଆବେଦନ କଲେ ପୁନଃ ପଂଜୀକରଣ କରି ତାଙ୍କ ସୁବିଧାକୁ ସଚଳ କରିପାରିବେ । ଏଥିପାଇଁ ସହାୟତା ନମ୍ବର ହେଉଛି : ୦୧୧-୨୩୪୯୦୩୭୮ । ଏହି ଆପଟି ଏବେ ଆଣ୍ଡରଏଡ ପ୍ଲାଟଫର୍ମରେ ଉପଲବ୍ଧ । ଏକ ସର୍ବେକ୍ଷଣରୁ ଜଣାପଡିଛି ଅଧିକାଂଶ ମହିଳା କର୍ମଜୀବୀ ଆଣ୍ଡରଏଡ ସୁବିଧା ଥିବା ଫୋନ ବ୍ୟବହାର କରୁଛନ୍ତି । କିଛି ଦିନ ମଧ୍ୟରେ ଏହା ଅନ୍ୟ ଅପରେଟିଂ ସିଷ୍ଟମ (ଯଥା ଆଇଫୋନ, ବିଣ୍ଡୋ ଇତ୍ୟାଦି)ରେ ଉପଲବ୍ଧ ହେବାକୁ ଅଛି ।
କେମିତି ପାଇବେ ସମ୍ପାଦନ କରନ୍ତୁ
ହିମ୍ମତ ଆପ ଦିଲ୍ଲୀ ପୋଲିସଙ୍କ ବେବସାଇଟ www.delhipolice.nic.inରୁ ଏବଂ ମଧ୍ୟ ଗୁଗୁଲ ପ୍ଲେ ଷ୍ଟୋରରୁ ମାଗଣାରେ ଡାଉନଲୋଡ କରିହେବ ।
ଆପ ଦେଇ ଅନ୍ୟାନ୍ୟ ସୁବିଧା ସମ୍ପାଦନ କରନ୍ତୁ
ଏହି ଆପର ସହାୟତା ବିଭାଗଟିଏ ମଧ୍ୟ ଅଛି । ଯେଉଁଥିରେ ଆପର ପ୍ରତ୍ୟେକ ବିଭାଗ ବ୍ୟବହାରର ବିସ୍ତୃତ ବର୍ଣ୍ଣନା ହୋଇଛି । ଏଥିରେ ମଧ୍ୟ ‘’ସୁରକ୍ଷିତ ରହିବାର ଉପାୟ ବିଭାଗ’’ ଅଛି ଯାହା ବିପତ୍ତି ସମୟରେ ଆଶୁ ଚିକିତ୍ସା ପରାମର୍ଶ ଦେଇଥାଏ । ଏହି ଆପର ଅନେକ ହେଲ୍ପ ଲାଇନ ନମ୍ବର ଅଛି । ଯଥା : ଜରୁରୀ ପରିସ୍ଥିତି- ୧୦୦, ମହିଳା ହେଲ୍ପ ଲାଇନ– ୧୦୯୧, ଟ୍ରାଫିକ ହେଲ୍ପ ଲାଇନ- ୧୦୯୫, ଜରୁରୀ ଫୋନ ନମ୍ବରଗୁଡ଼ିକ, ନିଜର ପୋଲିସ ଷ୍ଟେସନ ଜାଣନ୍ତୁ, ଟ୍ରାଫିକ, ବୟସ୍କଙ୍କ ସେବା ସହାୟତା , ମହିଳା ସୁରକ୍ଷା କକ୍ଷ, ଇମେଲ, ସୋସିଅଲ ମିଡ଼ିଆ ଏବଂ ଫର୍ମ ଡାଉନଲୋଡ କରିବାର ସୁବିଧା ଅଛି ।
କେରଳରେ ପ୍ରଚଳିତ ଆପ- ଆଇସେଫ ସମ୍ପାଦନ କରନ୍ତୁ
ଆଇ-ସେଫ ହେଉଛି ୟୁଏସଟି ଗ୍ଲୋବାଲ(କେରଳର ସୂଚନାପ୍ରଯୁକ୍ତି ବୃତ୍ତିଗତଙ୍କ ପାଇଁ ବୃହତ ନିଯୁକ୍ତିଦାତା)ଙ୍କଦ୍ୱାରା ପ୍ରସ୍ତୁତ ମହିଳାଙ୍କ ପାଇଁ ସୁରକ୍ଷା ପାଇଁ ଏକ ମୋବାଇଲ ଭିତ୍ତିକ ଆପ । ୨୦୧୫ ମାର୍ଚ୍ଚ ୮ରେ କେରଳ ଗୃହ ମନ୍ତ୍ରୀ ରମେଶ ଚେନିଥାଲା ବିଶିଷ୍ଟ ପୋଲିସ ଅଧିକାରୀଙ୍କ ସମେତ ଉନ୍ମୋଚିତ କରିଥିଲେ ।
ଏହି ଆପ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିରୁଅନନ୍ତପୁରମରେ କାର୍ଯ୍ୟକାରୀ ହୋଇଛି ଯାହା ଅନ୍ୟାନ୍ୟ ସହରମାନଙ୍କରେ ଶୀଘ୍ର ଉପଲବ୍ଧ ହେବାକୁ ଯାଉଛି । ଏହି ଆପଟି ଏବେ ଆଣ୍ଡରଏଡ ପ୍ଲାଟଫର୍ମରେ ଉପଲବ୍ଧ । କିଛିଦିନ ମଧ୍ୟରେ ଏହା ଅନ୍ୟ ଅପରେଟିଂ ସିଷ୍ଟମ (ଯଥା ଆଇଫୋନ, ବିଣ୍ଡୋ ଇତ୍ୟାଦି)ରେ ଉପଲବ୍ଧ ହେବାକୁ ଅଛି ।[୨]
କାର୍ଯ୍ୟକାରିତା ସମ୍ପାଦନ କରନ୍ତୁ
ଏହି ଆପ ମାଧ୍ୟମରେ ମହିଳାମାନେ ପୋଲିସ ନିୟନ୍ତ୍ରଣ କକ୍ଷକୁ ନିଜ ଫୋନର ପାନିକ ବଟନକି ଚିପି କିମ୍ବା ଲମ୍ବା ସମୟପାଇଁ ଭଲ୍ୟୁମ ରକର ଡାଉନ କି (ତଳ କୁଂଜୀ) ଦାବି ସୂଚନା ପଠେଇପାରିବେ । ପୋଲିସ ନିୟନ୍ତ୍ରଣ କକ୍ଷରେ ଏହି ସୂଚନା ସହ ଘଟଣା ସ୍ଥାନ, ପୀଡ଼ିତାଙ୍କର ମୋବାଇଲର ସବସ୍କ୍ରାଇବର ଆଇଡି ଏବଂ ଆଇଏମଇଆଇ (IMEI) ନମ୍ବର ପହଂଚି ଥାଏ । ସଂଗେସଂଗେ ପୋଲିସ ତା’ର ନିକଟତମ ସ୍ଥାନରୁ କଣ୍ଟ୍ରୋଲ ରୁମ ଭେହିକିଲ(CRV) ଜରିଆରେ ଘଟଣା ସ୍ଥଳରେ ସହାୟତା ପହଂଚାଇଥାଏ । ଆଇସେଫ ଥରେ ସୂଚନା ପ୍ରେରିତ କରିବା ପରଠୁ ଏହାର ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଘଟଣାର ସ୍ଥାନ ଟ୍ରାକ ହେଉଥାଏ ଏହି ସ୍ଥାନର ସୂଚନା ପୋଲିସ ନିୟନ୍ତ୍ରଣ କକ୍ଷ ସମେତ ପୋଲିସ ଫୋର୍ସ କ୍ୟାରିଅରଙ୍କ ନଜରରେ ଥାଏ ।
ଉତ୍ତରପ୍ରଦେଶରେ ପ୍ରଚଳିତ ଆପ- ନିର୍ଭୟା (ଏକ ମୋବାଇଲ ଆପ) ସମ୍ପାଦନ କରନ୍ତୁ
ଖୁବ ଶୀଘ୍ର ଉତ୍ତରପ୍ରଦେଶର ନଇଡା ପୋଲିସ ନଇଡାବାସୀଙ୍କ ଏକ ଆପ ଯୋଜନା କରୁଛନ୍ତି ଯାହାର ନାମ ‘’ନିର୍ଭୟା’’ ।
ଓଡ଼ିଶାରେ ପ୍ରଚଳିତ ଆପ - ମୋ ସାଥୀ ସମ୍ପାଦନ କରନ୍ତୁ
ଦିଲ୍ଲୀର ‘’ହିମ୍ମତ’’ ପରି ଓଡ଼ିଶା ପୋଲିସ ଭୁବନେଶ୍ୱର ଏବଂ କଟକ ମହାନଗର ପାଇଁ ୨୦୧୫ ମଇ ୧୫ରେ ଉଦ୍ଘାଟିତ 'ମୋ ସାଥୀ' ଏକ ଆପ ପ୍ରଚଳନ କରାଯାଇଛି । ଏହାର ଗଠନ ଓ ଉପଯୋଗ ପ୍ରଣାଳୀ ହିମ୍ମତ ପରି ସମାନ ଅଟେ ।
ରେଳରେ ପ୍ରଚଳିତ ଆପ- ଏମ-ଇଣ୍ଡିକେଟର ସମ୍ପାଦନ କରନ୍ତୁ
ମୁମ୍ବଈର ସବୁରବାନ ଟ୍ରେନଗୁଡ଼ିକରେ(ଯେଉଁଥିରେ ଦୈନିକ ପ୍ରାୟ ୭୫ ଲକ୍ଷ ମହିଳା ଯାତ୍ରୀ ଯା ଆସ କରନ୍ତି) ରେଲଯାତ୍ରା ସମୟରେ ମହିଳାଙ୍କ ଲାଗି ସୁରକ୍ଷା ବ୍ୟବସ୍ଥାକୁ ଉନ୍ନତ ଏବଂ ଶକ୍ତିଶାଳୀ କରିବାକୁ ଯାଇ ରେଳମନ୍ତ୍ରୀ ସୁରେଶ ପ୍ରଭୁ ୨୦୧୫ ଜାନୁଆରୀ ୧୫ରେ ମୁମ୍ବଈର ପଶ୍ଚିମ ରେଲବେ ହେଡକ୍ୱାଟରଠାରେ ଏକ ମୋବାଇଲ ଆପ୍ଲିକେସନ ‘’ ଏମ- ଇଣ୍ଡିକେଟର’’ ଉନ୍ମୋଚନ କରିଛନ୍ତି ।
ଏହି ଆପଟି ରେଲ ସୁରକ୍ଷା ବଳଙ୍କଠାରୁ ଏକ ଏସଏମଏସ ମାତ୍ରକେ ତ୍ୱରିତ ସହାୟତା ଯୋଗାଇଦେବ । ଆରପିଏଫ(RPF)ଙ୍କୁଏହା ଜିପିଏସ କିମ୍ବା ଇଣ୍ଟରନେଟ ଆବଶ୍ୟକ କରେନାହିଁ ଏବଂ ଏହା ସ୍ୱୟଂଚାଳିତ ସ୍ଥାନ ସୂଚନା ଏସଏମଏସ ସୁବିଧା ଦେଇଥାଏ ଯେତେବେଳେ ପୀଡ଼ିତା ଜରୁରୀକାଳିନ ପରିସ୍ଥିତିରେ ଥାଆନ୍ତି ଏବଂ ଫୋନ ଉପଯୋଗ କରି ପାରିନଥାନ୍ତି । ଏହି ଏସଏମଏସ ବ୍ୟବହାରକାରୀଙ୍କ ପାଖାପାଖି ସ୍ଥାନ, କମ୍ପାର୍ଟମେଣ୍ଟ, ଏବଂ ଟ୍ରେନ ତଥ୍ୟ ଯୋଗାଇଥାଏ । ଏହା ଆରପିଏଫଙ୍କୁ ଚଳାନ୍ତା ଟ୍ରେନରେ ପୀଡ଼ିତାଙ୍କୁ ଟ୍ରାକ କରିବାରେ ଏବଂ ଆଗାମୀ ଷ୍ଟେସନରେ ସହାୟତା ଯୋଗାଇବାରେ ସହଯୋଗ କରିଥାଏ । ଯେତେବେଳେ ଜଣେ ବ୍ୟବାହାରକାରୀ କୌଣସି ଜରୁରୀ ପରିସ୍ଥିତିର ସାମନା କରନ୍ତି ସେ ତାଙ୍କ ମୋବାଇଲ ହୋମ ସ୍କ୍ରିନରେ ଥିବା ସେଫଟି ଆଇକନରେ କ୍ଲିକ କଲେ ତାଙ୍କ ସ୍ଥାନ ସୂଚନା ତାଙ୍କ ସମ୍ପର୍କୀୟଙ୍କ ପାଖକୁ ଯାଏ ତା ସହିତ ଏକ ମିନିଟ ମଧ୍ୟରେ ଏସଏମଏସଗୁଡ଼ିଏ ଆରପିଏଫଙ୍କ ନିୟନ୍ତ୍ରଣ କକ୍ଷକୁ ସ୍ୱୟଂଚାଳିତ ଭାବେ ଚାଲିଯାଇଥାଏ ।