ମହାସୁଆର
ଜଗନ୍ନାଥ ମନ୍ଦିରରେ ଶ୍ରୀଦେବୀଙ୍କ ପାକଶାଳା ବା ରୋଷଶାଳାରେ ଜଗନ୍ନାଥଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରୁଥିବା ସେବକଙ୍କୁ ମହାସୁଆର କୁହାଯାଏ । ଏହି ମହାସୁଆରମାନଙ୍କର ମୋଟ ୪ଟି ଗୋଷ୍ଠୀ ରହିଛ ।[୧]
- କମଳା
- ଚିଙ୍ଗୁଡ଼ି ଚୋପା
- ବଡ଼ଚିତା
- ଗୋବର ପାଣିଆ ।
ଏମାନଙ୍କର ସେବା ମଧ୍ୟ ଭିନ୍ନ ଭିନ୍ନ ରହିଛି ।
କମଳା ମହାସୁଆର
ସମ୍ପାଦନାପୁରୁଷୋତ୍ତମ ଦାସଙ୍କ ରଚିତ 'କାଞ୍ଚୁକାବେରୀ'ରେ ଦାଶରଥି ମହାସୁଆର ଉପରେ ଏକ ପ୍ରବାଦ ଉଲ୍ଲେଖ ହୋଇଛି । ଏଥିରେ ଲେଖାଅଛି ଯେ, "ଦାଶରଥୀ ଦିନେ ଆଟିକାଟିଏ ଉତ୍ତମ ପକ୍ୱ କମଳା ଜଗନ୍ନାଥଙ୍କ ବାଡ଼ରେ ବାଢ଼ିଲା ବେଳେ, ଜଗନ୍ନାଥ ତାହାକୁ ବଳଭଦ୍ରଙ୍କ ବାଡ଼ରେ ବାଢ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏବଂ ବଳଭଦ୍ରଙ୍କ ବାଡ଼ରେ ବାଢ଼ିବା ବେଳେ ବଳଭଦ୍ର ତାକୁ ଜଗନ୍ନାଥଙ୍କ ବାଡ଼ରେ ବାଢ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଦୀର୍ଘସମୟ ଧରି ଏପରି କୌତୁକ କରିବାରୁ ବିଳମ୍ବ ହେଲା । ରାଜା ତାଙ୍କୁ ଧରି ଆଣିବା ପାଇଁ ଆଦେଶ ଦେଲେ । ଛଡ଼ିଦାର 'ଠାକୁରଙ୍କ ଆଜ୍ଞା ଆସ ବେଗୋ' କହିବାରୁ ଦାଶରଥି 'ଜଗନ୍ନାଥଙ୍କ ଛଡ଼ା ଆଉ କେ ଠାକୁର ଅଛନ୍ତି-ମୁଁ ଜାଣେନି' ବୋଲି କହିଥିଲେ । ଏହି ଦୋଷରେ ସେ ବନ୍ଦୀ ହେଲେ । ତାକୁ ଛାଡ଼ିଦେଲେ ଆମେ ମଣୋହୀ କରିବୁ ବୋଲି ତୃତୀୟ ରାତିରେ ଜଗନ୍ନାଥ ଆଜ୍ଞା ଦେବାରୁ ରାଜା ତାଙ୍କୁ ମୁକ୍ତ କଲେ ।" ସେହିଦିନଠାରୁ ସେ କମଳା ମହାସୁଆର ନାମରେ ଖ୍ୟାତ ହେଲେ । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ କମଳା ମହାସୁଆର ପ୍ରଥମ ଛେକ 'ଚନ୍ଦ୍ରକାନ୍ତି ସରା' ନେବା ପାଇଁ ଉଲ୍ଲେଖ ଅଛି ।[୧]
ଚିଙ୍ଗୁଡ଼ିଚୋପା
ସମ୍ପାଦନାଆମିଷ ଅଭାବରୁ ଦିନେ କାହା ଦୁଆରୁ ଚିଙ୍ଗୁଡ଼ିଚୋପା ସଂଗ୍ରହ କରି ତାକୁ ରାଜାଙ୍କୁ ସୁସ୍ୱାଦୁ ବ୍ୟଞ୍ଜନ କରି ଦେଇଥୁବାରୁ ସେମାନେ ଚିଙ୍ଗୁଡ଼ିଚୋପା ଭାବରେ ପ୍ରସିଦ୍ଧ ହେଲେ ବୋଲି କାହାଣୀ ରହିଛି । ଚିଙ୍ଗୁଡ଼ିଚୋପା ଦକ୍ଷିଣ ଓଡ଼ିଶା ବ୍ୟବହୃତ ଏକ ଅଳଙ୍କାର ନାମ ଅଟେ ।
ବଡ଼ଚିତା
ସମ୍ପାଦନାମହାସୁଆରମାନଙ୍କ ମଧରୁ କେତେକ ତିଲକ ଧାରଣ କରନ୍ତି । ସେମାନେ ରୋଷକୁ ଆସିବା ବେଳେ ଏହି ତିଲକ କରି ଆସୁଥୁବାରୁ ତାଙ୍କୁ ବଡ଼ଚିତା ମହାସୁଆର ବୋଲି କୁହାଯାଏ ।
ଗୋବରପାଣିଆ
ସମ୍ପାଦନାରୋଷଘରେ ଜଗନ୍ନାଥଙ୍କ ଭୋଗ ରନ୍ଧାଯାଏ । ଏହି ରୋଷେଇ ହେବା ପୂର୍ବରୁ ରୋଷଘରେ ହୋମ ହୋଇଥାଏ । ଯାହାକୁ ରୋଷହୋମ କୁହାଯାଏ । ଏହି ରୋଷହୋମ ପୂର୍ବରୁ ଯେଉଁ ମହାସୁଆର ଗୋବର/ ଚୂନପାଣି ପକାନ୍ତି ସେମାନଙ୍କୁ ଗୋବରପାଣିଆ ମହାସୁଆର ବୋଲି କୁହାଯାଏ ।[୧]
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "ଶ୍ରୀମନ୍ଦିର ମହାସୁଆର". ପ୍ରମେୟ. ୧ ଜୁନ ୨୦୧୫. Retrieved 12 September 2015.
{{cite news}}
: Check date values in:|date=
(help)[permanent dead link]