ମହାରାଷ୍ଟ୍ର ଟାଇମସ୍
ମହାରାଷ୍ଟ୍ର ଟାଇମସ୍ (ମରାଠୀ: महाराष्ट्र टाइम्स), ଯାହା ଏହାର ମରାଠୀ ପ୍ରାରମ୍ଭରୁ 'ମ ଟା' (मटा) ରୂପେ ସମ୍ବୋଧିତ ହୋଇଥାଏ, ଏକ ମରାଠୀ ଖବରକାଗଜ ଯାହା ମୁମ୍ବାଇ, ଭାରତ ଉପରେ ଆଧାରିତ । ଏହା ଭାରତରେ ନବମ ବୃହତ ବିକ୍ରୟ[୧] ଦୈନିକ ଖବରକାଗଜ । ଏହା ଭାରତର ସର୍ବବୃହତ୍ତ ଗଣମାଦ୍ଧମ ବେନେଟ, କୋଲେମନ୍ ଏଣ୍ଡ୍ କୋ. ଲିମିଟେଡ୍ କିମ୍ବା ଦି ଟାଇମସ୍ ଗ୍ରୁପ୍ ଅଧୀନରେ ଅଛି ।
ପ୍ରକାର | ଦୈନିକ ଖବରକାଗଜ |
---|---|
ମାଲିକ | ବେନେଟ୍, କୋଲେମନ୍ ଏଣ୍ଡ କୋ. ଲିମିଟେଡ୍ |
ପ୍ରକାଶକ | ବେନେଟ୍, କୋଲିମନ୍ ଏଣ୍ଡ କୋ ଲିମିଟେଡ |
ସମ୍ପାଦକ | ଅଶୋକ ପାନଭାଲକାର |
ପ୍ରତିଷ୍ଠିତ | ୧୮ ଜୁନ ୧୯୬୨ |
ଭାଷା | ମରାଠୀ |
ମୁଖ୍ୟାଳୟ | ମୁମ୍ବାଇ, ମହାରାଷ୍ଟ୍ର, ଭାରତ |
Circulation | ୧,000,000 ଦୈନିକ |
ୱେବସାଇଟ | maharashtratimes |
ଆଇ ଆର ଏସ୍ ୨୦୦୫ ଅନୁଯାୟୀ, ମହାରାଷ୍ଟ୍ର ଟାଇମସ୍ ମୁମ୍ବାଇରେ ଦ୍ୱିତୀୟ ସର୍ବବୃହତ ପଠିତ ଖବରକାଗଜ । ଦି ଟାଇମସ୍ ଅଫ୍ ଇଣ୍ଡିଆ, ବ୍ୟତୀତ ମହାରାଷ୍ଟ୍ର ଟାଇମସ୍ ମୁମ୍ବାଇରେ ଏକମାତ୍ର ଖବରକାଗଜ, ଯାହାର ପାଠକ ସଂଖ୍ୟା ୧ ମିଲିୟନରୁ ଅଧିକ ।
ମହାରାଷ୍ଟ୍ର ଟାଇମସ୍'ର ପ୍ରଥମ ସମ୍ପାଦକ ଥିଲେ ଡି ବି କାର୍ଣ୍ଣିକ । ୧୯୬୦ ମସିହାର ଶେଷ ଭାଗରେ ଗୋବିନ୍ଦରାଓ ତଲ୍ୱାଲକର ତାଙ୍କ ସ୍ଥାନ ନେଲେ । ୧୯୯୦ ମସିହା ପର୍ଯ୍ୟନ୍ତ ଥିବା ତଲ୍ୱାଲଙ୍କର କାର୍ଯ୍ୟକାଲ ମଦ୍ଧରେ ଏହି ଖବରକାଗଜ ତଲ୍ୱାରଙ୍କର ସମ୍ପାଦକୀୟତା ପାଇଁ, ପ୍ରାଥମିକ ଭାବେ ଶୀର୍ଷ ସ୍ଥାନ ଅଧିକାର କରିଥିଲା । [ଆଧାର ଲୋଡ଼ା] ତଲ୍ୱାଲକର ଲେଖିଥିବା କେତକ ଅଗ୍ରଗଣ୍ୟ ସମ୍ପାଦକୀୟକୁ ସଂଗ୍ରହ କରାଯାଇଛି । ଏହାପରେ କୁମାର କେତକର ସମ୍ପାଦକ ଭାବେ କାର୍ଯ୍ୟ କଲେ । ଏହି ଖବରକାଗଜର ଅବଦାଙ୍କାରୀଙ୍କ ମଦ୍ଧରେ ମରାଠୀ ଭାଷାର ବହୁ ସମ୍ମାନସ୍ପଦ ବ୍ଯକ୍ତିଙ୍କ ନାମ ଅନ୍ତର୍ଭୁକ୍ତ ଯଥା ଦୂର୍ଗା ଭଗଓ୍ୱତ, କୁସୁମଗ୍ରଜ ଓ ପି ଏଲ ଦେଶପାଣ୍ଡେ ।
ଶିବସେନାର ରାଜନୀତିକ ସପକ୍ଷବାଦୀ, ତଥା ରାଜ୍ୟସଭାର ସଦସ୍ୟ, ଭରତ କୁମାର ରାଉତ ୨୦୦୧ରୁ ଏପ୍ରିଲ ୨୦୦୮ ପର୍ଯ୍ୟନ୍ତ ଏହାର ସମ୍ପାଦକ ଥିଲେ । ବହୁତଦିନ ପର୍ଯ୍ୟନ୍ତ, 'ପତ୍ ନଭହେ ମିତ୍ର' ( ଖବରକାଗଜ ନୁହେଁ ବରଂ ସାଙ୍ଗ ), ଏହି ଖବରକାଗଜର ଶୀର୍ଷ ଧାଡି ଥିଲା । ଏହାର ସମ୍ପାଦକୀୟ ଓ ସମ୍ପାଦକଙ୍କୁ ପତ୍ରକୁ ମହାରାଷ୍ଟ୍ରରେ ସବୁଠାରୁ ଭଲ ବୋଲି ସ୍ୱୀକାର କରାଯାଇଥିଲା । ଏହା ତରଫରୁ ମଦ୍ଧ ଏକ ରାଜ୍ୟସ୍ତରୀୟ ମରାଠୀ ବକୃତା ପ୍ରତିଯୋଗିତା ହୁଏ, ଯାହା ଭୁତ ପ୍ରସିଦ୍ଧ ।[ଆଧାର ଲୋଡ଼ା]
ସଂସ୍କରଣ
ସମ୍ପାଦନାମହାରାଷ୍ଟ୍ର ଟାଇମସ୍ର ୧୦ଟି ସଂସ୍କରଣ, ମହାରାଷ୍ଟର ୧୦ଟି ମୁଖ୍ୟ ସହର ଯଥା - ମୁମ୍ବାଇ, ପୁନେ, ଥାନେ, କୋଲ୍ହାପୁର, ନାଶିକ, ଔରଙ୍ଗାବାଦ, ନାଗପୁର, ଜଲଗାଓଁ, ପାଲଘର ଓ ଅହମ୍ମଦନଗରରେ ପ୍ରକାଶ ପାଏ ।
- ↑ "How media planners can exploit the Marathi dailies". Magindia. Archived from the original on 2010-08-05. Retrieved 2010-09-03.