ମହାବୀର ମନ୍ଦିର
ମହାବୀର ମନ୍ଦିର (Hindi: महावीर मंदिर or हनुमान मंदिर)ଭଗବାନ ହନୁମାନଙ୍କୁ ଉତ୍ଶାର୍ଗୀକୃତ ଓ ଏହା ଭାରତୀୟ ରାଜ୍ୟ ବିହାରର ପାଟଣା ସହରରେ ଅବସ୍ଥିତ । ଏହି ମନ୍ଦିରକୁ ସମଗ୍ର ଭାରତରୁ ଲକ୍ଷ୍ୟାଧିକ ଭକ୍ତ ପ୍ରତିବର୍ଷ ଆସିଥାନ୍ତି । ଏହା ଉତ୍ତର ଭାରତର ଦ୍ୱିତୀୟ ସର୍ବାଧିକ ଲୋକପ୍ରିୟ ମନ୍ଦିର ଭାବରେ ଖ୍ୟାତ । ମହାବୀର ଟ୍ରଷ୍ଟର ସମ୍ପାଦକ ଭାବେ ଆଚାର୍ଯ୍ୟ କିଶୋର କୁନାଲ ଏହାର ପରିଚାଳନା କରନ୍ତି । [୧]
Mahavir Mandir महावीर मंदिर | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | Patna |
State | Bihar |
Country | India |
Architecture | |
Type | Nagri Architecture |
unknown | |
Website | |
www.mahavirmandirpatna.org/ |
ଏହି ଟ୍ରଷ୍ଟର ଆଯ ଓ ବଜେଟ ମଧ୍ୟ ଉତ୍ତର ଭାରତରେ ଦ୍ୱିତୀୟ ସର୍ବାଧିକ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମାଁ ବାଇସ୍ନୋଦେବୀଙ୍କ ମନ୍ଦିରର ଆୟସର୍ବାଧିକ । [୨] ଏହି ମନ୍ଦିରର ଦୈନିକ ଆୟ ହାରାହାରି 1 ଲକ୍ଷ୍ରୁ ଅଧିକ ହେଇଥାଏ ।
ଇତିହାସ
ସମ୍ପାଦନାମଦିରର ପ୍ରଥମ ସ୍ଥାପନ କାଳ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହି । 1947 ମସିହାରେ ଏହି ମନ୍ଦିର ଭାରତୀୟ ବିଭାଜନ ପରେ ହିନ୍ଦୁମାନେ ପାଟଣାକୁ ଆସିଲା ପରେ ଜନପ୍ରିୟତା ହାସଲ କଳା । ସେହି ସମୟରେ ମନ୍ଦିରର ପୁନର ନିର୍ମାଣ ମଧ୍ୟ ହେଇଥିଲା । ଏହି ମନ୍ଦିର ପୁଣି 1987 ମସିହାରେ ରୁଗଣ ହେଇଯିବାରୁ ତାହାକୁ ବିଶାଳ କାୟ ମରବଲ ନିର୍ମିତ ମନ୍ଦିରରେ ପରିଣତ କରାଯାଇଥିଲା । ମନ୍ଦିରରେ ସଙ୍କଟ -ମୋଚନଙ୍କ ପ୍ରତିମୂର୍ତି ରହିଛି । [୩]
ଦର୍ଶନ
ସମ୍ପାଦନାପ୍ରତି ଶନିବାର ଓ ମଙ୍ଗଳବାର ଦିନ ବହୁ ସଂଖ୍ୟାରେ ଭକ୍ତ ମନ୍ଦିରକୁ ଆସି ଆରାଧନା କରିଥାନ୍ତି । ରାମ ନବମୀ ଓ ନବବର୍ଷ ଦିନ ଏଠାରେ ବହୁ ଅଞ୍ଚଳରୁ ସହସ୍ରାଧିକ ଭକ୍ତମାନେ ଆସିଥାନ୍ତି ଓ ମନ୍ଦିରକୁ ଯିବା ପାଇଁ ଲମ୍ବା ଧାଡିରେ ଲାଗି ଯାନ୍ତି ।
-
Mahavir Mandir, Patna
-
Mahavir Mandir front gate and shoe stand
ଶ୍ରୀ ମହାବୀର ନ୍ୟାସ ସମିତି
ସମ୍ପାଦନାମନ୍ଦିରର ଉନ୍ନତି , ପରିଚାଳନା ତଥା ସାମାଜିକ ସେବା ପରିଚାଳନା ପାଇଁ ମହାବୀର ସ୍ଥାନ ନ୍ୟାସ ନାମରେ ସମିତି ରହିଛି । ଏହା ତରଫରୁ ମହାବୀର କାନସର ପ୍ରତିଷ୍ଠାନ ଓ ଗବେଷଣା କେନ୍ଦ୍ର ପରିଚାଳନା କରାଯାଇଥାଏ । [୪] ବାର୍ଷିକ 35.13 କୋଟି ବଜେଟରେ ଏହି ନ୍ୟାସ ତରଫରୁ ମହାବୀର ବାତଶଲ୍ୟ ଚିକିସ୍ଥାଳୟ , ମହାବୀର ଆରୋଗ୍ଯ ଚିକିସ୍ଥାଳୟ ଓ ଅନାଥାଶ୍ରମ ବିହାରର କୃଷି ଅଞ୍ଚଳରେ ସ୍ଥାପିତ ହେଇଛି . .[୨]।ରାମ ସେତୁ ଅଞ୍ଚଳରୁ ଭାସମାନ ପ୍ରସ୍ତର ଅଣାଯାଇ ଏଠାରେ ରଖାଯାଇଛି ।
ପୁନଶ୍ଚ ଦେଖଣା
ସମ୍ପାଦନା- Viraat Ramayan Mandir
- Mahavir Cancer Institute & Research Centre
- Patan Devi mandir
- Baba Garib Sthan Mandir
ଆଧାର
ସମ୍ପାଦନା- ↑ "Mahavir Mandir to have its twin in Houston". Times of India. 9 July 2009. Archived from the original on 2012-11-05. Retrieved 2016-12-13.
- ↑ ୨.୦ ୨.୧
{{cite web}}
: Empty citation (help) - ↑ "ଆର୍କାଇଭ୍ କପି". Archived from the original on 2009-04-10. Retrieved 2016-12-13.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2020-12-04. Retrieved 2016-12-13.
{{cite web}}
: Cite has empty unknown parameter:|1=
(help)
ବାହାର ଲିଙ୍କ
ସମ୍ପାଦନା- Mahavir Mandir published an ebook on Ayodhya debate written by Acharya Kishore Kunal that was at this link www.mahavirmandirpatna.org/prakashan/ebook/bookindex.html
- Mahavir Mandir Patna official website
- http://mahavirmandir.com/ Archived 2011-09-16 at the Wayback Machine.
- History of Mahavir Mandir on "Official website Patna" Archived 2009-04-10 at the Wayback Machine.