ମହମ୍ମଦ ଅଲଭି (୧୦ ଏପ୍ରିଲ ୧୯୨୭ - ୨୯ ଜାନୁୟାରୀ ୨୦୧୮) ଜଣେ ଭାରତୀୟ କବି ଯିଏକି ଉର୍ଦ୍ଦୁ ଗଜଲ ଲେଖିବା ପାଇଁ ଜଣାଶୁଣା ଥିଲେ । ସେ ବିଶେଷକରି ଚଉଥା ଆସମାନ ନାମକ ଉର୍ଦ୍ଦୁ ଗଜଲର ସଂଗ୍ରହ କରିଥିଲେ ଯାହା ମୁସଲମାନ ପଣ୍ଡିତମାନଙ୍କ ମଧ୍ୟରେ ବିବାଦର ବିଷୟ ପାଲଟିଥିଲା ​​। ସେ "send a good prophet" ଶୀର୍ଷକ ନାମକ ଏକ ଶ୍ଳୋକ ଲେଖିଥିଲେ । ପରେ ୧୯୯୪ ମସିହାରେ ଜାମା ମସଜିଦର ଇମାମଙ୍କଦ୍ୱାରା ଏକ ଫତବା ମାଧ୍ୟମରେ ତାଙ୍କୁ "କାଫିର" ଭାବେ ସମ୍ବୋଧିତ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସେ ଅହମ୍ମଦାବାଦ ଇସଲାମ ଧର୍ମଶାସ୍ତ୍ରଦ୍ୱାରା ସମାଲୋଚିତ ହେବା ପରେ ସେ ତାଙ୍କ ପୁସ୍ତକରୁ ରେଖା ପ୍ରତ୍ୟାହାର କରିଥିଲେ ।[୧]

ମହମ୍ମଦ ଅଲଭି
ଜନ୍ମ ଓ ଜନ୍ମସ୍ଥାନ(1927-04-10)ଅପ୍ରେଲ ୧୦, ୧୯୨୭
ଅହମ୍ମଦାବାଦ, ଭାରତ
ମୃତ୍ୟୁ୨୯ ଜାନୁଆରୀ ୨୦୧୮(2018-01-29) (ବୟସ ୯୦)
ଅହମ୍ମଦାବାଦ, ଭାରତ
ବୃତ୍ତିକବି
ଭାଷାଉର୍ଦ୍ଦୁ
ଶିକ୍ଷାନୁଷ୍ଠାନଜାମିଆ ମିଲିଆ ଇସଲାମିଆ
ଶୈଳୀଗଜଲ, ନାଜମ
ସାହିତ୍ୟ କୃତିଚଉଥା ଆସମାନ
ପୁରସ୍କାରସାହିତ୍ୟ ଏକାଡେମୀ ପୁରସ୍କାର

୧୯୯୨ ମସିହାରେ ଚଉଥା ଆସମାନ କବିତା ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଘାଲିବ ଏକାଡେମୀ "Ghalib Academy"ଦ୍ୱାରା ଘାଲିବ ପୁରସ୍କାର "Ghalib Award" ପାଇଁ ସେ ଉର୍ଦ୍ଦୁ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ରଖିଥିବାର ବିଶ୍ୱାସ କରାଯାଏ ।[୨] ତାଙ୍କ ଲେଖାରେ ୮୬ଟି ଗଜଲ, ୬୬ଟି ନଜମ, କିଛି ଶ୍ଳୋକ ଏବଂ ୬୦ଟି ପୁସ୍ତକ ଅନ୍ତର୍ଭୁକ୍ତ । ତାଙ୍କର "ଖାଲି ମକାନ" ନାମକ ଗଜଲକୁ ନେଇ ଏକ କବିତା ପୁସ୍ତକ ରହିଛି ।[୩]

ଜୀବନୀ ସମ୍ପାଦନା

ମହମ୍ମଦ ଅଲିଭ ୧୦ ଏପ୍ରିଲ ୧୯୨୭ ମସିହାରେ ଗୁଜରାଟର ଅହମ୍ମଦାବାଦରେ ଜନ୍ମଗ୍ରହଣ କରିଥିଲେ । ସେ ନିଜ ଗ୍ରାମରେ ନିଜର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ । ପରେ ସେ ଦିଲ୍ଲୀ ଯାଇ ସେଠାରେ ଜାମିଆ ମିଲିଆ ଇସ୍ଲାମିଆରୁ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ ।

ପ୍ରକାଶନ ସମ୍ପାଦନା

# ଶୀର୍ଷକ[୪] ବର୍ଷ ଟାଇପ୍ / କ୍ରେଡିଟ୍ ଟିପ୍ପଣୀ
ଖାଲି ମକାନ ୧୯୬୩ ପୁସ୍ତକ N/A
ଆଖରୀ ଦିନ କି ତଲାସ ୧୯୬୭ ପୁସ୍ତକ N/A
ତିଶରୀ କିତାବ ୧୯୭୮ ପୁସ୍ତକ N/A
ଜୋ ଥା ଆସମାନ ୧୯୯୧ ପୁସ୍ତକ N/A
ଚଉଥା ଆସମାନ ୧୯୯୨ ପୁସ୍ତକ ୧୯୯୨ ମସିହାରେ ଏହି ପୁସ୍ତକକୁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।
ରାତ ଇଧର ଉଧର ରୌସନ ୧୯୯୫ ପୁସ୍ତକ N/A

ଆଧାର ସମ୍ପାଦନା

  1. UDAY MAHURKAR (May 31, 1995). "Islamic theological school passes fatwa on Sahitya Akademi Award-winning poet Mohammed Alvi". India Today.
  2. "Urdu poet Mohammed Alvi no more | Ahmedabad News - Times of India". The Times of India.
  3. "All writings of Mohammad Alvi". Rekhta.
  4. "Urdu Books of Mohammad Alvi". Rekhta.