ମଳାଶୟ ମଳଦ୍ୱାର ପୂଜ

Anorectal Abscess
Perianal abscess, perirectal abscess, anal abscess, rectal abscess
Anorectal abscess types and locations
ଲକ୍ଷଣRectal pain, fever, drainage from the anus, redness of the skin[୧]
ଅବଧି3 to 8 weeks[୧]
ରୋଗ ନିର୍ଣ୍ଣୟ ପଦ୍ଧତିExamination, medical imaging[୧]
ସଠିକ ରୋଗ ନିର୍ଣ୍ଣୟAnal fissure, anal fistula, thrombosed hemorrhoid, pilonidal cyst, hidradenitis suppurativa[୧]
ଚିକିତ୍ସାIncision and drainage, antibiotics, surgery[୧]
ପୁନଃପୌନିକ1 in 10,000 per year[୧]

ମଳାଶୟ ମଳଦ୍ୱାର ପୂଜ ବା ଆନୋରେକ୍ଟାଲ୍ ଆବସେସ ରୋଗରେ ମଳାଶୟ ବା ମଳଦ୍ୱାରରେ ପୂଜ ସଂଗୃହିତ ହୋଇଥାଏ । [୨] [୩] ଲକ୍ଷଣ ମଧ୍ୟରେ ସାଧାରଣତଃ ଆକସ୍ମିକ ଭାବରେ ମଳାଶ‌ୟ ପାଖରେ ଯନ୍ତ୍ରଣା ହୁଏ ।[୪] ଜ୍ୱର, ମଳଦ୍ୱାରରୁ ତରଳ ପଦାର୍ଥ ନିଷ୍କାସନ ଏବଂ ଚର୍ମ ଲାଲ ହୋଇପାରେ । [୧] ଜଟିଳତା ମଧ୍ୟରେ ଏକ ମଳଦ୍ୱାର ଫିଷ୍ଟୁଲା, ସେପସିସ୍, ଫେକାଲ ଇନ‌କଣ୍ଟିନେନସ, ମୂତ୍ର ଧାରଣ ଏବଂ କ୍ରନିମ ଯନ୍ତ୍ରଣା ହୋଇପାରେ । [୧]

ଅଧିକାଂଶ କ୍ଷେତ୍ରରେ ଏହା ମଳଦ୍ୱାର ଗ୍ରନ୍ଥି ସଂକ୍ରମଣ ଯୋଗୁ ହୁଏ ।[୩] ଆଘାତ, ଧୂମପାନ, କ୍ରନ୍ ରୋଗ, ଯୌନ ସଂକ୍ରମଣ ଏବଂ ଏଚ୍.ଆଇ.ଭି. ଥିଲେ ଏହି ରୋଗ ସଙ୍କଟ ରହେ । [୪] ସ୍ୱଚ୍ଛତା, ମଳଦ୍ୱାର ଯୌନ କ୍ରିୟା କିମ୍ବା ମଧୁମେହ ସହିତ ଏହାର କୌଣସି ସମ୍ପର୍କ ନାହିଁ । [୧] ଏହି ରୋଗରେ ବିଭିନ୍ନ ପ୍ରକାରଗୁଡିକ ମଧ୍ୟରେ ପେରିଆନାଲ୍, ଇସ୍କିଓରେକ୍ଟାଲ୍, ସୁପ୍ରାଲିଭେଟର୍, ଇଣ୍ଟରସ୍ଫିନ୍ଟେରିକ୍ ଏବଂ ସବମୁକୋଜାଲ୍ ଅନ୍ତର୍ଭୁକ୍ତ । [୧] ସାଧାରଣତଃ ପରୀକ୍ଷା ଏବଂ ବେଳେବେଳେ ମେଡିକାଲ ଇମେଜିଙ୍ଗ ଆବଶ୍ୟକ ହୋଇଥାଏ । [୧]

ଏକ ପେରିଆନାଲ୍ ଆବସେସକୁ କାଟି ପୂଜ ନିଷ୍କାସନ କରାଯାଏ ଓ ଅନ୍ୟ ପ୍ରକାରଗୁଡିକରେ ସାଧାରଣତଃ ଆଣ୍ଟିବାୟୋଟିକ ଏବଂ ସମ୍ଭାବ୍ୟ ଅସ୍ତ୍ରୋପଚାର ଆବଶ୍ୟକ ହୁଏ । [୪] ଅସ୍ତ୍ରୋପଚାର ପରେ ରେଚକ, ସିଟ୍ ସ୍ନାନ, ଏବଂ ଯନ୍ତ୍ରଣା ନିବାରକ ଔଷଧ ସୁପାରିଶ କରାଯାଏ [୧] ଆରୋଗ୍ୟ ହେବାକୁ ୩ରୁ ୮ ସପ୍ତାହ ଲାଗିପାରେ । [୧] ବର୍ଷକୁ ପ୍ରାୟ ୧୦,୦୦୦ ଲୋକଙ୍କ ମଧ୍ୟରୁ ଜଣେ ପ୍ରଭାବିତ ହୁଏ । [୧] ୩୦ରୁ ୪୦ ଦଶକରେ ଏହି ରୋଗ ଅଧିକ ଦେଖାଯାଏ ଏବଂ ପୁରୁଷମାନେ ମହିଳାମାନଙ୍କ ଅପେକ୍ଷା ତିନି ଗୁଣ ଅଧିକ ପ୍ରଭାବିତ ହୁଅନ୍ତି । [୧]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Turner, SV; Singh, J (January 2020). "Perirectal Abscess". PMID 29939672. {{cite journal}}: Cite journal requires |journal= (help)
  2. Taylor, Robert B. (2002). Manual of Family Practice (in ଇଂରାଜୀ). Lippincott Williams & Wilkins. p. 337. ISBN 978-0-7817-2652-8. Archived from the original on 2021-08-27. Retrieved 2020-10-30.
  3. ୩.୦ ୩.୧ "Abscess and Fistula Expanded Information | ASCRS". fascrs.org. Archived from the original on 31 October 2020. Retrieved 30 October 2020.
  4. ୪.୦ ୪.୧ ୪.୨ Turner, SV; Singh, J (January 2020). "Perirectal Abscess". PMID 29939672. {{cite journal}}: Cite journal requires |journal= (help)