ମରୁନ୍ଦୀଶ୍ଵରର ମନ୍ଦିର, ତିରୁକଚୁର

ଏହା ଏକ ହିନ୍ଦୁ ମନ୍ଦିର ଯାହା ଶିବଙ୍କୁ ସମର୍ପିତ ହୋଇଛି ।

ମରୁନ୍ଦୀଶ୍ୱରର ମନ୍ଦିର ବା ଔଷଧୀଶ୍ୱର ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ଶିବଙ୍କୁ ସମର୍ପିତ ହୋଇଛି । ଏଠାରେ ଶିବ ଲିଙ୍ଗ ମରୁନ୍ଦୀଶ୍ୱରର ଭାବରେ ପୂଜା ପାଆନ୍ତି । ତାଙ୍କ ପତ୍ନୀ ସତୀଙ୍କୁ ଏଠାରେ ଅଞ୍ଜନାକ୍ଷୀ ଭାବରେ ବର୍ଣ୍ଣନା କରାଯାଏ । ତାମିଲ ଶୈବ ନୟନାରସ ସୁନ୍ଦରର ନାମ ୭ମ ଶତାବ୍ଦୀର ଏହି ମନ୍ଦିର ସାଥିରେ ଜଡ଼ିତ ଅଛି । ଏହି ମନ୍ଦିରକୁ ଯାଆଁଳା ଭାବରେ ନିଆଯାଏ ଓ ସାଥିରେ କଚବେଶ୍ୱରର ମନ୍ଦିର ଅଛି । ବିଷ୍ଣୁ ଏଠାରେ କଚ୍ଛପ ଅବତାର ନିମନ୍ତେ ଶିବଙ୍କୁ ତପସ୍ୟା କରିଥିଲେ ।

ମରୁନ୍ଦୀଶ୍ୱରର ମନ୍ଦିର, ତିରୁକଚୁର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictKanchipuram
ଦେବାଦେବୀMarundeeswarar(Shiva)
Location
StateTamil Nadu
Countryଭାରତ
ମରୁନ୍ଦୀଶ୍ଵରର ମନ୍ଦିର, ତିରୁକଚୁର is located in Tamil Nadu
ମରୁନ୍ଦୀଶ୍ଵରର ମନ୍ଦିର, ତିରୁକଚୁର
Location in Tamil Nadu
ଭୌଗଳିକ ଅବସ୍ଥିତି12°46′39″N 79°59′29″E / 12.77750°N 79.99139°E / 12.77750; 79.99139
Architecture
TypeDravidian architecture

ମନ୍ଦିର ପରିସର ଏକ ଏକର ଜାଗା ଉପରେ ଅଛି ଓ ଗ୍ରାନାଇଟ ପଥର କାନ୍ଥଦ୍ୱାରା ଆବଦ୍ଧ ହୋଇଛି । ମନ୍ଦିର ପରିସରରେ ଅନେକ ଛୋଟ ମନ୍ଦିର ଅଛି କିନ୍ତୁ ମରୁନ୍ଦୀଶ୍ୱରର ଓ ତାଙ୍କ ପତ୍ନୀ ଇରୁଲନୀକି ଏଠାରେ ମୁଖ୍ୟ ଠାକୁର ।

ସକାଳ ଛଅଟାରୁ ସନ୍ଧ୍ୟା ୮.୩୦ ପର୍ଯ୍ୟନ୍ତ ପ୍ରତ୍ୟହ ଏଠାରେ ତିନି ପ୍ରକାର ବିଭିନ୍ନ ପ୍ରକାର ପୂଜା ହୁଏ ଓ ମନ୍ଦିର କାଲେଣ୍ଡର ଅନୁସାରେ ଚାରୋଟି ପର୍ବ ପାଳନ କରାଯାଏ । ମାଘ ମାସରେ (ଫେବ୍ରୁଆରୀରୁ ମାର୍ଚ୍ଚ ମଧ୍ୟରେ) ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ ବ୍ରହ୍ମୋତ୍ସବମ ଉତ୍ସବ ପାଳନ କରାଯାଏ ।

ଚୋଳ ବଂଶର ରାଜାମାନେ ମୂଳ ମନ୍ଦିର ତୋଳେଇବାର ବିଶ୍ୱାସ କରାଯାଏ । ଏବେକାର ମନ୍ଦିର ଷୋଡଶ ଶତାବ୍ଦୀରେ ତିଆରି ହୋଇଥିଲା । ଅଧୁନା ଏହି ମନ୍ଦିରର ରକ୍ଷଣାବେକ୍ଷଣ ତାମିଳନାଡ଼ୁ ସରକାରର ‘ହିନ୍ଦୁ ରେଲିଯିଅସ ଆଣ୍ଡ ଚାରିଟେବଲ ସଂସ୍ଥା’ ଉପରେ ନ୍ୟସ୍ତ ହୋଇଛି ।

କିମ୍ବଦନ୍ତୀ ଓ ଇତିହାସ ସମ୍ପାଦନା

ହିନ୍ଦୁ କିମ୍ବଦନ୍ତୀ ଅନୁସାରେ ସତୀଙ୍କର ଚର୍ମ ଅଞ୍ଜନାକ୍ଷୀ ନାମରେ ରୁଦ୍ରଗିରି ଉପରେ ପଡ଼ିଥିଲା ଓ ସେହିଠାରେ ମନ୍ଦିର ତିଆରି ହୋଇଛି । ସତୀ ଚର୍ମ ସେଠାରେ ଭୂମି ଉପରେ ପଡ଼ି ଏକ ଓଷଧରେ ପରିଣତ ହୋଇଥିଲା । ଅଞ୍ଜନାକ୍ଷୀ ଅର୍ଥ ଅନ୍ଧକାର ବିନାଶକାରୀ । ସତୀଙ୍କର ଚର୍ମ ପର୍ବତ ଉପରେ ପଡିଲା ବେଳେ ଏକ ଅଗ୍ନି ସ୍ଫୁଲିଙ୍ଗ ଜାତ ହୋଇଥିଲା । ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ଅନ୍ଧକାର ମଧ୍ୟରେ ବ୍ରହ୍ମା ଓ ବିଷ୍ଣୁ ତାଙ୍କର ହଜିଥିବା ଅସ୍ତ୍ର ଖୋଜିବାକୁ ସତୀ ଆଲୋକ ପ୍ରଦାନ କରିଥିଲେ ।

ଏହି ସ୍ଥାନରେ ଶିବଙ୍କୁ ଆରାଧନା କରି ଇନ୍ଦ୍ର ରୋଗମୁକ୍ତ ହୋଇଥିଲେ ଶିବଙ୍କ ଅନୁରୋଧରେ ଅଶ୍ୱିନୀକୁମାର ଦେବତାମାନଙ୍କର ଚିକିତ୍ସା କରିଥିଲେ । ଏକଦା ପ୍ଲେଗ ରୋଗ ହୋଇଥିଲା ବେଳେ ଲୋକମାନଙ୍କୁ ପର୍ବତରୁ ଅଳ୍ପ କାଦୁଅ ଖାଇବାକୁ ପରାମର୍ଶ ଦେଲେ ଓ ସେଥିରେ ରୋଗ ଭଲ ହୋଇଗଲା । ‘ମରୁନ୍ଦୁ’ ଶବ୍ଦର ଅର୍ଥ ଓଷଧ ଓ ଏହି ଔଷଧ ଦେଇ ଲୋକଙ୍କୁ ଭଲ କରେଇଥିବାରୁ ଶିବଙ୍କ ନାମ ମରୁନ୍ଦୀଶ୍ୱରର ହୋଇଥିଲା । ମନ୍ଦିର ବିଷୟରେ ଲିଖିତ ତଥ୍ୟ ୧୦ମ ଶତାବ୍ଦୀରୁ ଥିଲେ ମଧ୍ୟ ୮ମ ଶତାବ୍ଦୀରୁ ଥିବା କଥା ଶୈବ ନୟନାର ସୁନ୍ଦରର ସମୟରେ ମନ୍ଦିର ଥିବା ଦାବି କରନ୍ତି । ମନ୍ଦିରର ଖ୍ୟାତି ସୁନ୍ଦରର ଯୋଗୁ ବୃଦ୍ଧି ହୋଇଥିଲା । ଏକା ଗ୍ରାମରେ ଥିବା କଚବେଶ୍ୱରର ମନ୍ଦିର ସହିତ ଏହି ମନ୍ଦିରକୁ ଯୁଗ୍ମ ମନ୍ଦିର ଆଖ୍ୟା ଦିଆଯାଏ ।

ଚୋଳ ବଂଶର ରାଜାମାନେ ମୂଳ ମନ୍ଦିର ତୋଳେଇବାର ବିଶ୍ୱାସ କରାଯାଏ । ଏବେକାର ମନ୍ଦିର ଷୋଡଶ ଶତାବ୍ଦୀରେ ତିଆରି ହୋଇଥିଲା । ଅଧୁନା ଏହି ମନ୍ଦିରର ରକ୍ଷଣାବେକ୍ଷଣ ତାମିଳନାଡ଼ୁ ସରକାରର ‘ହିନ୍ଦୁ ରେଲିଯିଅସ ଆଣ୍ଡ ଚାରିଟେବଲ ସଂସ୍ଥା’ ଉପରେ ନ୍ୟସ୍ତ ହୋଇଛି ।

ସ୍ଥାପତ୍ୟ ସମ୍ପାଦନା

କାଞ୍ଚିପୁରମ ଜିଲ୍ଲାର ତିରୁକଚୁର ଗ୍ରାମରେ ଏହି ମନ୍ଦିର ନିର୍ମାଣ ହୋଇଛି । ସେଠାରେ ଏକ ଗମ୍ବୁଜ ଅଛି ଓ ସମସ୍ତ ମନ୍ଦିର ଏକ ଗ୍ରାନାଇଟ କାନ୍ଥଦ୍ୱାରା ପରିବେଷ୍ଟିତ ହୋଇଛି । କେନ୍ଦ୍ରରେ ଥିବା ମନ୍ଦିରରେ ଶିବଲିଙ୍ଗ ଅଛି । ମୂଳ ମନ୍ଦିର ଚାରିପାଖରେ ବିନାୟକ, ମୁରୁଗାନ, ନବଗ୍ରହ, ଚନଡେକେଶ୍ୱର ଓ ଦୁର୍ଗାଙ୍କର ମନ୍ଦିର ରହିଛି । ପଶ୍ଚିମ ଦିଗରେ ସୁନ୍ଦରରଙ୍କୁ ଶିବ ଖାଦ୍ୟ ଦେଉଥିବା ମୂର୍ତ୍ତି ଅଛି ।[୧] ଚାରି ମୁଣ୍ଡ ଥିବା ଚଣ୍ଡେଶଙ୍କ ମୂର୍ତ୍ତି ଅଛି ।[୨] ଅଧୁନା ଏହି ମନ୍ଦିରର ରକ୍ଷଣାବେକ୍ଷଣ ତାମିଳନାଡ଼ୁ ସରକାରର ‘ହିନ୍ଦୁ ରେଲିଯିଅସ ଆଣ୍ଡ ଚାରିଟେବଲ ସଂସ୍ଥା’ ଉପରେ ନ୍ୟସ୍ତ ହୋଇଛି ।[୩]

ପର୍ବ ସମ୍ପାଦନା

 
A shrine within the temple

ନବ ଦିନବ୍ୟାପୀ ବ୍ରହ୍ମୋତ୍ସବ ପର୍ବରେ ସୁନ୍ଦରରଙ୍କୁ ଶିବ ଖାଦ୍ୟ ଦେବା କଥାର ନାଟକ ପରିବେଷଣ କରାଯାଏ ।[୪][୫] ମନ୍ଦିରରେ ଦୈନିକ ଓ ସାପ୍ତାହିକ ପର୍ବ ମଧ୍ୟ ପାଳନ କରାଯାଏ ।

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. Dr. R., Selvaganapathy, ed. (2013). Saiva Encyclopaedia volume 4 - Thirumurai Thalangal. Chennai, India: Saint Sekkizhaar Human Resource Development Charitable Trust. pp. 122–3.
  2. {{cite book|title=Temples of Tamil Nadu Kancheepuram District|publisher= Directorate of Census Operations, Tamil Nadu|year=2003|last=C.
  3. "Thirukoil - Temple list of Tamil Nadu" (PDF). Hindu Religious & Charitable Endowments Department, Government of Tamil Nadu. p. 244. Archived from the original (PDF) on 2020-10-09. Retrieved 2022-09-19.
  4. "Sri Kachabeswarar, Marundeeswarar temple". Dinamalar. 2014. Retrieved 24 November 2015.
  5. R., Dr. Vijayalakshmy (2001). An introduction to religion and Philosophy - Tévarám and Tivviyappirapantam (1st ed.). Chennai: International Institute of Tamil Studies. pp. 174–5.