ମରୁନ୍ଦୀଶ୍ଵରର ମନ୍ଦିର, ଟି. ଏଦାଇୟାର

ଏଠାରେ ଶିବଙ୍କୁ ମରୁନ୍ଦୀଶ୍ଵର ନାମରେ ଓ ଲିଙ୍ଗ ଆକାରରେ ପୂଜା କରାଯାଏ ।

ମରୁନ୍ଦୀଶ୍ୱରର ମନ୍ଦିର (மருந்தீஸ்வரர் கோயில்)[୧] (ଅନ୍ୟ ନାମ ଇଦାୟତୃନାଥର ମନ୍ଦିର) ତାମିଲନାଡୁ ପ୍ରଦେଶର ଭିଲଉପୁରମ ଜିଲ୍ଲାରେ ‘ଟି. ଏଦାଇୟାର’ ଗ୍ରାମରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର । ଏଠାରେ ଶିବଙ୍କୁ ମରୁନ୍ଦୀଶ୍ୱର ନାମରେ ଓ ଲିଙ୍ଗ ଆକାରରେ ପୂଜା କରାଯାଏ । ତାଙ୍କ ପତ୍ନୀଙ୍କୁ ବଲମବିଗାଇ ନାମରେ ବର୍ଣ୍ଣନା କରାଯାଇଥାଏ । ଥିରୁକାଏଲର-ଥିରୁବଭେନ୍ନଇନାଲୁର ରାସ୍ତାରେ ଥିବା ଥେନପେନ୍ନଇ ନଦୀ ତୀରରେ ଏହି ମନ୍ଦିର ଅବସ୍ଥିତ । ସପ୍ତମ ଶତାବ୍ଦୀରୁ ଏହି ଠାକୁର ପୂଜା ପାଉଥିବା କଥା ତାମିଲ ଶୈବ ଲେଖକ ନୟନମାର୍ସ (nayanmars) ତାଙ୍କ ପୁସ୍ତକ ତେଭରାମରେ (Tevaram) ଲେଖିଛନ୍ତି ଯାହାକୁ ‘ପାଦଳ ପେଟ୍ରା’ ସ୍ଥଳମ’ ଶ୍ରେଣୀଭୁକ୍ତ କରାଯାଇଛି ।

ମରୁନ୍ଦୀଶ୍ୱରର ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictViluppuram
ଦେବାଦେବୀMarundeeswarar(Shiva)
Location
Stateତାମିଲ ନାଡୁ
Countryଭାରତ
ମରୁନ୍ଦୀଶ୍ଵରର ମନ୍ଦିର, ଟି. ଏଦାଇୟାର is located in Tamil Nadu
ମରୁନ୍ଦୀଶ୍ଵରର ମନ୍ଦିର, ଟି. ଏଦାଇୟାର
Location in Tamil Nadu
ଭୌଗଳିକ ଅବସ୍ଥିତି11°53′35″N 79°20′12″E / 11.89306°N 79.33667°E / 11.89306; 79.33667
Architecture
TypeDravidian architecture

ମନ୍ଦିରଟି ଏକ ଏକର ଜାଗା ଉପରେ ତିଆରି ହୋଇଛି । ତାହାରି ପରିସରରେ ଅନେକ ଛୋଟ ମନ୍ଦିର ଅଛି ଯାହା ଚାରି ପାଖରେ ମଧ୍ୟ କାନ୍ଥ ରହିଛି । ଏଠାରେ ଅନେକ ଦେବା ଦେବୀଙ୍କର ମନ୍ଦିର ଥିଲେ ମଧ୍ୟ ମରୁନ୍ଦୀଶ୍ୱର ଓ ତାଙ୍କ ପତ୍ନୀ ଜ୍ଞାନାମ୍ବିଗାଇ ମନ୍ଦିର ହେଉଛି ସବୁଠାରୁ ମୁଖ୍ୟ ।

ସମୟ ୬ ଏଏମରୁ ୮୩୦ ପିଏମ ପର୍ଯ୍ୟନ୍ତ ଦୈନିକ ତିନୋଟି ପୂଜା ସମ୍ପନ୍ନ ହୁଏ । ବର୍ଷକୁ ଚାରୋଟି ପର୍ବ ପାଳନ କରାଯାଏ । ମନ୍ଦିରରେ ପାଳନ କରାଯାଉଥିବା ପର୍ବତମାନଙ୍କ ମଧ୍ୟରେ ତାମିଲ ଥାଇ (ଜାନୁଆରୀ -ଫେବୃୟାରୀ) ମାସରେ 'ଆରତୁ' ପର୍ବ ସବୁଠାରୁ ଉଲ୍ଲେଖନୀୟ ପର୍ବ ।

ମୂଳ ମନ୍ଦିରଟି ଚୋଳ ବଂଶ ରାଜାମାନେ ତୋଳେଇଥିଲେ ଓ ବର୍ତ୍ତମାନର ଗଠନ ଷୋଡଶ ଶତାବ୍ଦୀରେ ତିଆରି ହୋଇଛି । ତାମିଲନାଡୁ ସରକାରର ହିନ୍ଦୁ ରେଲିଯିଅସ ଆଣ୍ଡ ଛାଡ଼ିଟେବ୍ଲ ଏଣ୍ଡାଉମେଣ୍ଟ ସଂସ୍ଥା ଏହାର ପରିଚାଳନା କରନ୍ତି ।

କିମ୍ବଦନ୍ତୀ ଓ ଇତିହାସ ସମ୍ପାଦନା

 
The central shrine as viewed from the first precinct

ଶିବ ତାଙ୍କ ପତ୍ନୀ ପାର୍ବତୀଙ୍କୁ ଶିବରହସ୍ୟ କାହାଣୀ କହିଲା ବେଳେ ଋଷି ସୁଖବ୍ରହ୍ମା ତାହାକୁ ଶୂଣିପାରିଲେ । ଶିବ ଏହି କାରଣରୁ ତାଙ୍କୁ ଅଭିଶାପ ଦେଲେ । ଶିବଙ୍କ କ୍ରୋଧ ଶାନ୍ତି ନିମନ୍ତେ ଋଷି ପ୍ରାର୍ଥନା କରି ତାଙ୍କୁ ପ୍ରସନ୍ନ କଲେ । ଶିବ ତାଙ୍କୁ ପର ଜନ୍ମରେ ଋଷି ବ୍ୟାସ ହୋଇ ଜନ୍ମ ଗ୍ରହଣ କରିବାକୁ ବର ଦେଲେ । ଶାପମୁକ୍ତି ନିମନ୍ତେ ସେହି ସ୍ଥାନରେ ଋଷି ବ୍ୟାସ ପୁନଶ୍ଚ ଶିବଙ୍କୁ ପ୍ରାର୍ଥନା କରି ସିଦ୍ଧି ଲାଭ କଲେ । ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ଅଗସ୍ତ୍ୟ ସେଠାରେ ଏକ ଶିବ ଲିଙ୍ଗ ପ୍ରତିଷ୍ଠା କରିଥିଲେ ଯାହାକୁ ଅଗସ୍ତ୍ୟ ଲିଙ୍ଗ କୁହାଯାଏ । ଏହି ମନ୍ଦିରରେ ସ୍କନ୍ଧ ବଦଳରେ ବାଳବିନାୟଗ ପ୍ରତିମୂର୍ତ୍ତି ଅଛି ।[୨] ମୂଳ ମନ୍ଦିରଟି ଚୋଳ ବଂଶ ରାଜାମାନେ ତୋଳେଇଥିଲେ ଓ ବର୍ତ୍ତମାନର ଗଠନ ଷୋଡଶ ଶତାବ୍ଦୀରେ ତିଆରି ହୋଇଛି । ଏହି ବିଷୟ ମନ୍ଦିର ଗାତ୍ରରେ ଚୋଳ ରାଜାମାନେ ରାଜାରାଜା ଚୋଳ ୧ (Rajaraja Chola I) (୯୮୫–୧୦୧୪), କୁଲୋଥୁଙ୍ଗା ଚୋଳ ୧ (Kulothunga Chola I (୧୦୭୦–୧୧୨୦) ଓ ରାଜେନ୍ଦ୍ର ଚୋଳ ୩ (Rajendra Chola III) (୧୨୪୬–୧୨୭୯) ଲିପିବଦ୍ଧ କରିଛନ୍ତି । ଏହି ଶିଳାଲିପିରେ ବିଜୟନଗରମ ରାଜ୍ୟର ଅଚ୍ୟୁତ ରାୟ, ସଦାଶିବ ରାୟ (୧୫୪୨ରୁ ୧୫୭୦) ଓ ରାମଦେବ ନାମ ଉଲ୍ଲେଖ ଅଛି । ପାଣ୍ଡୟ୍ ରାଜା ମରବର୍ମାଣ ସୁଦର ପାଣ୍ଡଯାନ, ମରବର୍ମାଣ ବିକ୍ରମ ପାଣ୍ଡ୍ୟ ଓ ମରବର୍ମାଣ ବୀରପାଣ୍ଡିଆନ ନାମ ଲିପିବଦ୍ଧ ଅଛି ।[୩]

ସ୍ଥାପତ୍ୟ ସମ୍ପାଦନା

The shrines of the temple

ତିରୁକଏଲୁର ତିରୁବେନ୍ନାଇନାଲୁର ରାସ୍ତାରେ ପଡୁଥିବା ଟେନପେନ୍ନୀ ନଦୀର ଦକ୍ଷିଣ ତଟରେ ଥିବା ଟି. ଏଡାଇୟାର ଗ୍ରାମରେ ମରୁନ୍ଦୀଶ୍ୱର ମନ୍ଦିର ଅବସ୍ଥିତ । ମନ୍ଦିରର ତିନି ଥାକିଆ ଗମ୍ବୁଜ ଅଛି । କେନ୍ଦ୍ରରେ ମନ୍ଦିରର ମରୁନ୍ଦୀଶ୍ୱର ପ୍ରତିମୂର୍ତ୍ତି ଅଛି । ମୂଳ ପ୍ରତିମୂର୍ତ୍ତି ପାଖରେ ବିନାୟକ, ମୁରୁଗାନ, ନବଗ୍ରହ, ଚନଡେକେଶ୍ୱର ଓ ଦୁର୍ଗାଙ୍କର ପ୍ରତିମୂର୍ତ୍ତି ଅଛି । ପ୍ରତ୍ୟେକ ଅପ୍ରେଲ ମାସରେ ଦୁଇ ଦିନ ନିମନ୍ତେ ସୂର୍ଯ୍ୟାଲୋକ ଲିଙ୍ଗ ଉପରେ ଯେପରି ପଡ଼ିବ, ସେହିପରି ତିଆରି କରାଯାଇଛି । [୨] ଜ୍ଞାନମବିଗାଇ ମନ୍ଦିରର ମୁଖ ପୂର୍ବ ଦିଗକୁ ରହିଛି । ମନ୍ଦିର ବୃକ୍ଷର ନାମ ମରୁଡ ମରମ ।[୪]

ପର୍ବ ପର୍ବାଣି ସମ୍ପାଦନା

ମନ୍ଦିରରେ ଅନେକ ପର୍ବ ପାଳନ କରାଯାଏ । ତା ମଧ୍ୟରୁ ମୂଖ୍ୟ ପର୍ବର ନାମ ତୟାର ଆରତୁ (The Thayar Aaratu festival) ଯାହା ତାମିଲ କ୍ୟାଲେଣ୍ଡରର ଥାଇ ମାସରେ (Thai) ପାଳନ କରାଯାଏ ।[୨][୫]

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ta:இடையாறு மருந்தீசர் கோயில்
  2. ୨.୦ ୨.୧ ୨.୨ "Sri Marundeesar temple". Dinamalar. 2014. Retrieved 24 November 2015.
  3. "Idaiyaaru". Thevaaram.org. 2011. Retrieved 14 March 2016.
  4. Dr. R., Selvaganapathy, ed. (2013). Saiva Encyclopaedia volume 4 - Thirumurai Thalangal. Chennai, India: Saint Sekkizhaar Human Resource Development Charitable Trust. pp. 70–1.
  5. R., Dr. Vijayalakshmy (2001). An introduction to religion and Philosophy - Tévarám and Tivviyappirapantam (1st ed.). Chennai: International Institute of Tamil Studies. pp. 146–7.