ମମତାମୟୀ ଚୌଧୁରୀ
ମମତାମୟୀ ଚୌଧୁରୀ (ଜନ୍ମ: ୧ ଅକ୍ଟୋବର ୧୯୬୯) ଜଣେ ଓଡ଼ିଆ ସାହିତ୍ୟିକା । ତାଙ୍କ କବିତା, ଗଳ୍ପ ଓ ଉପନ୍ୟାସ ଆଦି ରଚନାରେ ପ୍ରଧାନତଃ ନାରୀମାନଙ୍କ ବେଦନା ତଥା ସଙ୍ଘର୍ଷ ବର୍ଣ୍ଣିତ ।[୧][୨] ତାଙ୍କ ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ “ଛିନ୍ନମସ୍ତା”, “ବଜାର”, “ଶତାବ୍ଦୀର ନୀଳପକ୍ଷୀ”, “ଅର୍ଦ୍ଧେକ ଜୀବନ”, “ଧୂଆଁର ଜ୍ୟାମିତି”, “ଈଶ୍ୱରୀ”, “ଦିଗ୍ବଳୟ ଏଠି ନୁହେଁ”, “ସାରାଂଶ” ଓ “ବୈଶ୍ରବଣୀ” ଆଦି ଅନ୍ୟତମ । ୨୦୧୦ ମସିହାରେ ତାଙ୍କର ବୈଶ୍ରବଣୀ ଉପନ୍ୟାସ ପୁସ୍ତକ ନିମନ୍ତେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୩][୪] ତାଙ୍କର ସାହିତ୍ୟ ରଚନା ନିମନ୍ତେ ସେ ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର, ଅଦ୍ୱୈତ କଥା ପୁରସ୍କାର, ଟାଇମପାସ୍ ବୁକର୍ ସମ୍ମାନ, କଳିଙ୍ଗପ୍ରଭା କବିତା ସମ୍ମାନ, ଅମୃତାୟନ ସମ୍ମାନ ଆଦିରେ ମଧ୍ୟ ସମ୍ମାନୀତ ।[୫]
ମମତାମୟୀ ଚୌଧୁରୀ | |
---|---|
ଜନ୍ମ | ୧୯୭୦ ଭୁବନେଶ୍ୱର |
ଜାତୀୟତା | ଭାରତୀୟ |
ବୈବାହିକ-ସାଥୀ | ଅନୀଲ କୁମାର ପାଢ଼ୀ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନୀ
ସମ୍ପାଦନାମମତାମୟୀ ଚୌଧୁରୀ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ୧୯୬୯ ମସିହା ଅକ୍ଟୋବର ୧ ତାରିଖରେ ମାତା ପାର୍ବତୀ ଦେବୀ ଓ ପିତା ଦୀନବନ୍ଧୁ ଚୌଧୁରୀଙ୍କ ଐରସ୍ୟରୁ ଜନ୍ମଗ୍ରହଣ କରିଥିଲେ । ସେ ଅର୍ଥନୀତିରେ ସ୍ନାତକୋତ୍ତର ପଠନ କଲାପରେ ଅଧ୍ୟାପିକା ଭାବେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ।[୫]
ରଚନାବଳୀ
ସମ୍ପାଦନାତାଙ୍କର ପ୍ରଥମ ଗଳ୍ପ ସଂକଳନ ଥିଲା ୨୦୦୩ ମସିହାରେ ପ୍ରକାଶିତ “ନିବିଡ଼ ନିର୍ଜନତା” । ଏହା ଛଡ଼ା “ଛିନ୍ନମସ୍ତା”, “ବଜାର”, “ଶତାବ୍ଦୀର ନୀଳପକ୍ଷୀ”, “ଅର୍ଦ୍ଧେକ ଜୀବନ”, “ଧୂଆଁର ଜ୍ୟାମିତି”, “ଈଶ୍ୱରୀ”, “ଦିଗ୍ବଳୟ ଏଠି ନୁହେଁ”, “ସାରାଂଶ” ଓ “ବୈଶ୍ରବଣୀ” ତାଙ୍କର ଉଲ୍ଲେଖନୀୟ ରଚନାବଳୀ ।[୫]
କବିତାଗ୍ରନ୍ଥ
ସମ୍ପାଦନା- ଅର୍ଦ୍ଧେକ ଜୀବନ
- ଧୂଆଁର ଜ୍ୟାମିତି
- ପକ୍ଷିଣୀ
ଗଳ୍ପଗ୍ରନ୍ଥ
ସମ୍ପାଦନା- ଭୋକର ରଙ୍ଗ ସାଦା
- ଶତାବ୍ଦୀର ନୀଳପକ୍ଷୀ
- ବଜାର
- ଛିନ୍ନମସ୍ତା
- ନିବିଡ଼ ନିର୍ଜନତା
ଉପନ୍ୟାସ
ସମ୍ପାଦନା- ବୈଶ୍ରାବଣୀ
- ସାରାଂଶ
- ଦିଗବଳୟ ଏଠି ନୁହେଁ[୬]
ସମ୍ମାନ ଓ ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ "Book fair panel announces annual awards". The Hindu (in Indian English). 2011-02-14. ISSN 0971-751X. Retrieved 2023-03-29.
- ↑ "Those nude photos were not a threat to values". The New Indian Express. Retrieved 2023-03-29.
- ↑ Sahitya Akademi (2006). Indian Literature. Sahitya Akademi. ISBN 978-81-260-1792-8. Retrieved 2023-03-29.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Archived from the original on 2023-03-29. Retrieved 2023-03-29.
{{cite web}}
:|archive-date=
/|archive-url=
timestamp mismatch; 2022-09-22 suggested (help); no-break space character in|title=
at position 41 (help) - ↑ ୫.୦ ୫.୧ ୫.୨ "ମମତାମୟୀ ଚୌଧୁରୀ". ova.gov.in. Retrieved 2023-03-29.
- ↑ "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ଫେବୃୟାରୀ ୨୦-ମାର୍ଚ୍ଚ ୪ ପୃଷ୍ଠା ୨. Retrieved 3 March 2016.
- ↑ http://timesofindia.indiatimes.com/city/bhubaneswar/State-Sahitya-Akademi-awards-announced/articleshow/17850379.cms
- ↑ http://www.thehindu.com/todays-paper/tp-national/tp-otherstates/literary-awards-presented/article743670.ece