ମନ୍ମଥ କୁମାର ପ୍ରଧାନ
ମନ୍ମଥ କୁମାର ପ୍ରଧାନ (ଜନ୍ମ: ୭ ଜୁଲାଇ ୧୯୫୬) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗବେଷକ, ପ୍ରାବନ୍ଧିକ ତଥା ସମାଲୋଚକ । ସେ ସମୟ ସ୍ରୋତରେ ବାଲେଶ୍ୱର ଭଳି ଏକ ଆବଶ୍ୟକୀୟ ଗ୍ରନ୍ଥର ସମ୍ପାଦନା କରିଥିଲେ ।
ମନ୍ମଥ କୁମାର ପ୍ରଧାନ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୫୭ ବାଲେଶ୍ୱର |
ବୃତ୍ତି | ଅଧ୍ୟାପକ,କଥାକାର ଏବଂ ଗବେଷକ |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ସମୟ ସ୍ରୋତରେ ବାଲେଶ୍ୱର (ସମ୍ପାଦନା) |
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାମନ୍ମଥ କୁମାର ପ୍ରଧାନ ବାଲେଶ୍ୱର ଜିଲ୍ଲାର ଗୋପାଳଗାଁରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୮୮ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍ ଡି, ୨୦୦୦ ମସିହାରେ ଡି ଲିଟ୍ ଉପାଧି ଲାଭ କରିଥିଲେ । ଓଡ଼ିଶା ଶିକ୍ଷା ସେବାରେ ଯୋଗ ଦେଇ ଦୀର୍ଘଦିନର ଅଧ୍ୟାପନା ପରେ ଅବସର ନେଇଥିଲେ । ଏହା ବ୍ୟତୀତ ଅନେକ ଗଳ୍ପ, କବିତା ଓ ସମାଲୋଚନା ତାଙ୍କ ଲେଖନୀ ନିସୃତ । ତାଙ୍କ ସମ୍ପାଦନାରେ ସମୟ ସ୍ରୋତରେ ବାଲେଶ୍ୱର, ସାରସ୍ୱତ ପ୍ରତିଭା, ଫକୀର ମୋହନଙ୍କ ସୃଷ୍ଟି ମାନସ, ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ, ଇତିହାସରେ ସେମାନଙ୍କର ସ୍ୱାକ୍ଷର, ଓଡ଼ିଆ ଲୋକସଂସ୍କୃତି ଓ ଜନଜୀବନ ଉପରେ ଏହାର ପ୍ରଭାବ, ବସନ୍ତ ଶତପଥୀଙ୍କ ରମ୍ୟ ରଚନା ଆଦି ପ୍ରକାଶିତ ।[୧][୨]
ରଚନାବଳୀ
ସମ୍ପାଦନା- ସାହିତ୍ୟର ଧ୍ୟାନ ଧାରଣା
- ସମାଲୋଚନାର ଗତି : ପ୍ରକୃତି
- ସାହିତ୍ୟର ପ୍ରତିଧ୍ୱନି
- ସାହିତ୍ୟ ଚର୍ଚ୍ଚା
- ପଲ୍ଲୀକବି କୃଷ୍ଣପ୍ରସାଦ[୩]
- ବୀଣାପାଣି ମହାନ୍ତିଙ୍କ ସୃଷ୍ଟି ମାନସ
- ସ୍ମୃତି (ରମ୍ୟରଚନା)
- ଓଡ଼ିଆ ସାହିତ୍ୟ ସମୀକ୍ଷଣ
- ସଂସ୍କୃତି ଓ ସାହିତ୍ୟ
ସମ୍ମାନ ଓ ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୩ଯ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୨୫୩. ISBN 81-903352-0-0.
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୬୫୩. ISBN 81-7400-331-2.
- ↑ http://library.suniv.ac.in/cgi-bin/koha/opac-detail.pl?biblionumber=14394