ମନୁ ଭାକର

ଭାରତୀୟ ବନ୍ଧୁକଚାଳିକା

ମନୁ ଭାକର ଜଣେ ଭାରତୀୟ ବନ୍ଧୁକ ଚାଳିକା । ସେ ୨୦୧୮ ଆଇ.ଏସ୍.ଏସ୍.ଏଫ୍. ବିଶ୍ୱକପରେ ଭାରତ ତରଫରୁ ପ୍ରତିନିଧିତ୍ୱ କରି ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ଆଇ.ଏସ୍.ଏସ୍.ଏଫ୍. ବିଶ୍ୱକପରେ ସ୍ୱର୍ଣ୍ଣ ପଦକ ଜିତିବାରେ ସର୍ବକନିଷ୍ଠ ଭାରତୀୟ ଖେଳାଳି । ସେ ନିଜର ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡା, ଗୋଲ୍ଡକୋଷ୍ଟରେ ୧୬ ବର୍ଷ ବୟସରେ ୧୦ମି ଏଅର ପିସ୍ତଲର ମହିଳା ସ୍ପର୍ଦ୍ଧାରେ ସ୍ୱର୍ଣ୍ନ ପଦକ ଜିତିଥିଲେ ।[୧][୨]

ମନୁ ଭାକର
ବ୍ୟକ୍ତିଗତ ତଥ୍ୟ
ପୂରା ନାମମନୁ ରାମ କିଷନ ଭାକର
ଜନ୍ମ (2002-02-18) ୧୮ ଫେବୃଆରୀ ୨୦୦୨ (ବୟସ ୨୨)
ଗୋରିଆ,
ଝାଜ୍ଜର,
ହରିୟାଣା,
ଭାରତ
ଶିକ୍ଷାଳୟୟୁନିଭର୍ସାଲ ପବ୍ଲିକ ସିନିୟର ସେକେଣ୍ଡାରୀ ସ୍କୁଲ, ଝାଝର
ବୃତ୍ତିଖେଳାଳି (ବନ୍ଧୁକ ଚାଳନା)
ଉଚ୍ଚତା୧୬୩ ସେମି
ଓଜନ୫୨ କିଗ୍ରା
Medal record
Competitor for  ଭାରତ
Women's shooting
ISSF World Cup
Gold 2018 Guadalajara 10 m Air Pistol
Commonwealth games
Gold 2018 Goldcoast 10 m Air Pistol

ପ୍ରରମ୍ଭିକ ଜୀବନ ସମ୍ପାଦନା

ଭାକର, ହରିଆଣା ରାଜ୍ୟର ଝଜ୍ଜର ଜିଲ୍ଲାରେ ଗୋରିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ରାମକୃଷ୍ଣ ଭାକର, ମର୍ଚ୍ଚେଣ୍ଟ ନେଭିରେ ମୁଖ୍ୟ ଯନ୍ତ୍ରୀ ଭାବେ କାମ କରୁଥିଲେ । ୧୪ ବର୍ଷ ଯାଏଁ ଭାକର ଏକ ମଣିପୁରୀ ଯୁଦ୍ଧ କ୍ରୀଡା ହୁଏନ ଲାଙ୍ଗଲନ, ମୁଷ୍ଟିଯୁଦ୍ଧ ଓ ସ୍କେଟିଙ୍ଗ ଆଦି ଖେଳରେ ପୋଖତ ଥିଲେ ଓ ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଏହି ସ୍ପର୍ଦ୍ଧାରେ ଅନେକ ପଦକ ମଧ୍ୟ ଜିତିଥିଲେ ।[୩]

ବୃତ୍ତି ସମ୍ପାଦନା

ନିଜ ବାପାଙ୍କର ₹୧୫୦୦୦୦ର ନିବେଶ ସାହାଯ୍ୟରେ , ଭାକର ପ୍ରତିଯୋଗିତାମୂଳକ ବନ୍ଧୁକଚାଳନାକୁ ବୃତ୍ତି ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଲେ । ୨୦୧୭ ଏସୀୟ ଜୁନିଅର ଖେଳ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତି ସେ ଆନ୍ତର୍ଜାତୀୟ ସ୍ତରରେ ପ୍ରଥମ ସଫଳତାର ସ୍ୱାଦ ଚାଖିଥିଲେ । ୨୦୧୭ରେ କେରଳରେ ହେଇଥିବା ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଭାକର ୯ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ[୪] ଓ ଆଗରୁ ଅନେକ ବିଶ୍ୱକପ ପଦକ ଜିତିଥିବା ହିନା ସିଦ୍ଧୁଙ୍କୁ ହରେଇଥିଲେ ଏବଂ ସିଦ୍ଧୁଙ୍କ ୨୪୦.୮ ପଏଣ୍ଟର ରେକର୍ଡକୁ ଭାଙ୍ଗି ଫାଇନାଲରେ ୨୪୨.୩ ପଏଣ୍ଟ ସ୍କୋର କରିଥିଲେ ।

୨୦୧୮ରେ ଆନ୍ତର୍ଜାତୀୟ ବନ୍ଧୁକ ଚାଳନା ସଙ୍ଗଠନ ତରଫରୁ ବିଶ୍ୱ କପ ଗୁଆଡାଲାରଜା, ମେକ୍ସିକୋଠାରେ ଅନୁଷ୍ଠିତ ହେଇଥିଲା । ଦୁଇଥରର ବିଜେତା ମେକ୍ସିକୋର ଆଲେଜାଣ୍ଡ୍ରା ଜାୱାଲାଙ୍କୁ ହରେଇ ଭାକର ୧୦ମି ଏଅର ପିସ୍ତଲର ମହିଳା ସ୍ପର୍ଦ୍ଧାରେ ଭାକର ସ୍ୱର୍ଣ୍ଣ ପଦକ ଜିତିଥିଲେ । ଫାଇନାଲରେ ଜାୱାଲା ୨୩୭.୧ ସ୍କୋର କରିଥିଲେ ଜାହାଙ୍କୁ ଟପିକରି ଭାକର ୨୩୭.୫ ସ୍କୋର କରିଥିଲେ।[୫] ୧୬ ବର୍ଷ ବୟସରେ ସ୍ୱର୍ଣ୍ଣ ପଦକ ଜିତି ଯେକୌଣସି ବିଶ୍ୱକପରେ ସ୍ୱର୍ଣ୍ଣ ପଦକ ଜିତିବାରେ କନିଷ୍ଠତମ ଭାରତୀୟ ହେଇଥିଲେ ।[୬][୭]

ଭାକର ନିଜର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ବିଶ୍ୱକପରେ ୧୦ମି ଏଅର ପିସ୍ତୋଲର ଦଳଗତ ସ୍ପର୍ଦ୍ଧାରେ ଜିତିଥିଲେ । ତାଙ୍କ ସହଯୋଗୀ ଓମ ପ୍ରକାଶ ମିଥରଭଲ ଥିଲେ । ଏହି ଯୋଡି ୪୭୫.୨ ପଏଣ୍ଟ ସ୍କୋର କରିଥିବା ସାନ୍ଦ୍ରା ରେଇଜ ଓ କ୍ରିଷ୍ଟିଆନ ରେଇଜ ଜୋଡିଙ୍କୁ ହରେଇ ୪୭୬.୧ ପଏଣ୍ଟ ସ୍କୋର କରିଥିଲେ ।[୮][୯][୧୦][୧୧]

୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାକର ୧୦ମି ଏଅର ପିସ୍ତୋଲର ମହିଳା ସ୍ପର୍ଦ୍ଧାରେ ପ୍ରାଥମିକ ସ୍ତରରେ ୩୮୮/୪୦୦ ପଏଣ୍ଟ ସ୍କୋର କରି ଫାଇନାଲ ଖେଳିବା ପାଇଁ ଉତ୍ତୀର୍ଣ୍ଣ ହେଇଥିଲେ ।ମହିଳା ୧୦ମି ଏଅର ପିସ୍ତୋଲ ସ୍ପର୍ଦ୍ଧାର ଫାଇନାଲ ରାଉଣ୍ଡରେ ୨୪୦୯ ପଏଣ୍ଟ ସ୍କୋର କରି ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡାରେ ନୂଆ ରାଜ୍ୟଗୋଷ୍ଠୀ ରେକର୍ଡ ସ୍ଥାପନ କରିବା ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୧୨][୧୩][୧୪]

୨୦୨୦ ଟୋକିଓ ଅଲିମ୍ପିକ୍ସରେ ତାଙ୍କର ପ୍ରଦର୍ଶନ ନିରାଶାଜନକ ଥିଲା । ଏହି ପ୍ରତିଯୋଗୀତାରେ ତାଙ୍କ ପିଷ୍ଟଲ ଭାଙ୍ଗିଯାଇଥିଲା । ସେ ୧୦ମି ଏୟାର ପିଷ୍ଟଲ ସ୍ପର୍ଦ୍ଧାରେ ୧୨ଶ, ୨୫ମି ଏୟାର ପିଷ୍ଟଲ ସ୍ପର୍ଦ୍ଧାରେ ୧୫ଶ ଓ ୧୦ମି ଏୟାର ପିଷ୍ଟଲ ଦଳଗତ ସ୍ପର୍ଦ୍ଧାରେ ୭ମ ସ୍ଥାନରେ ରହିଥିଲେ ।[୧୫]

୨୦୨୧ ମସିହାରେ ଆଇ.ଏସ୍.ଏସ୍.ଏଫ୍. ଜୁନିୟର ବିଶ୍ୱ ଚାମ୍ପିୟନସିପରେ ସେ ୪ଟି ସ୍ୱର୍ଣ୍ଣ ଓ ୧ଟି ବ୍ରୋଞ୍ଜ ପଦକ ଜିତିଥିଲେ ।[୧୬]

ଆଧାର ସମ୍ପାଦନା

  1. CNN, Chris Scott,. "16-year-old breaks Commonwealth Games record to win shooting gold for India". CNN. Retrieved 2018-04-09. {{cite news}}: |last= has generic name (help)CS1 maint: extra punctuation (link) CS1 maint: multiple names: authors list (link)
  2. "Bindra: Manu's talented but it will get tougher for her". ESPN. Retrieved 2018-04-09.
  3. "Manu Bhaker, jack of all trades but master of one, wins 10m pistol gold at World Cup". The Indian Express (in ଆମେରିକୀୟ ଇଂରାଜୀ). 2018-03-06. Retrieved 2018-03-10.
  4. "Manu Bhaker picks up ninth gold at National Shooting Championship". The Times of India. Retrieved 2018-03-30.
  5. "Manu Bhaker, 16-year-old from Haryana, wins 2nd gold at ISSF shooting World Cup". Hindustan Times (in ଇଂରାଜୀ). 2018-03-06. Retrieved 2018-03-10.
  6. "Haryana shooter creates history, is youngest Indian to win World Cup gold ►". The Times of India. Retrieved 2018-03-10.
  7. "Who is Manu Bhaker? Meet 16-year-old Indian shooter who created history by winning second gold in World Cup". The Financial Express (in ଆମେରିକୀୟ ଇଂରାଜୀ). 2018-03-06. Retrieved 2018-03-16.
  8. "India's gold rush continues as Manu Bhaker, Om Prakash Mitharval finish first in 10m Air Pistol mixed team final". The Indian Express (in ଆମେରିକୀୟ ଇଂରାଜୀ). 2018-03-06. Retrieved 2018-03-10.
  9. "ISSF World Cup: 16-year-old Manu Bhaker wins gold in women's pistol event" (in ଆମେରିକୀୟ ଇଂରାଜୀ). 2018-03-05. Retrieved 2018-03-10.
  10. "Manu Bhaker shoots gold in Women's 10m Air Pistol – Times of India ►". The Times of India. Retrieved 2018-03-06.
  11. "Manu Bhaker wins second gold at Shooting World Cup". The Times of India. Retrieved 2018-03-06.
  12. "CWG 2018: On debut, teenaged Manu Bhaker shoots gold, Heena Sindhu silver". The Times of India. Retrieved 2018-04-09.
  13. "Commonwealth Games 2018: Superwomen Manu Bhaker, Punam Yadav, Manika Batra lead charge as India end Day 4 on a high". www.firstpost.com. Retrieved 2018-04-09.
  14. NDTVSports.com. "Commonwealth Games 2018: Manu Bhaker, 16, Shatters Games Record To Clinch Gold, Heena Sidhu Bags Silver – NDTV Sports". NDTVSports.com (in ଇଂରାଜୀ). Retrieved 2018-04-09.
  15. "Manu Bhaker 'heartbreaking' departure from Tokyo Olympics https://thebridge.in/shooting/manu-bhaker-shooting-struggle-final-tokyo-olympics-23776". www.thebridge.in. the bridge. Archived from the original on 8 October 2021. Retrieved 8 October 2021. {{cite web}}: External link in |title= (help)
  16. "Manu Bhaker, Naamya Kapoor and Rhythm Sangwan Strike Gold at Junior Shooting Worlds". www.news18.com. news18. Archived from the original on 8 October 2021. Retrieved 8 October 2021.

ବାହାରଲିଙ୍କ ସମ୍ପାଦନା