ମଣ୍ଡ ଓଡ଼ିଶାରେ କଥିତ ଏକ ଦ୍ରାବିଡ଼ ଭାଷା । ଅଣଭାଷୀମାନେ ଏହା ବାବଦରେ ୧୯୬୪ ମସିହାରେ ପ୍ରଥମେ ଜାଣିବାକୁ ପାଇଥିଲେ ।[୧] ମଣ୍ଡଭାଷୀମାନେ ମୁଖ୍ୟତଃ କଳାହାଣ୍ଡି ଜିଲ୍ଲାର କାଠକୁରା, ପୋକରା, କୋଶବରା, ଗୋଦରା, ଡାକୁତା, ମୋସ୍କା, ବିରିକୋଟ, ଗୋପାଳପୁର, ଦାରଲା, ବିସମଗିରି, ରାଣୀପୋଦର, କୁମାରକାନି, ଡମରପଦର, କୋସାଭରା, ଚତରଙ୍ଗ, ବଳାଙ୍ଗୀ, ମୁତାଚୋଭା, ସେମେଲପଦର, ରାମଗଞ୍ଜ, ତେସିଗୁଡ଼ା, ଡାବରିଗୁଡ଼ା, ଚମ୍ପିଚୁଭା, ଇନ୍ଦିରା କଲୋନି, କାନିଗମା, ଜାମଗୁଡ଼ା, ରାମ୍ପୁର ବ୍ଲକର ଦୁଳିଗୁଡ଼ା ଗ୍ରାମରେ ବାସକରନ୍ତି । ମଣ୍ଡଭାଷୀମାନେ କନ୍ଧ ସମ୍ପ୍ରଦାୟ ନାମରେ ମଧ୍ୟ ପରିଚିତ । ଏହି ସମ୍ପ୍ରଦାୟର ଲୋକେ ଥୁଆମୂଳ ରାମପୁର ବ୍ଲକର ଉଚ୍ଚଭୂମିରେ ବସବାସ କରନ୍ତି । ସେମାନେ ମୁଖ୍ୟତଃ ଦ୍ୱିଭାଷୀ ଓ ନିଜ ମାତୃଭାଷା ସହିତ ଓଡ଼ିଆରେ ମଧ୍ୟ କଥାବାର୍ତ୍ତା କରିପାରନ୍ତି ।[୨]

ମଣ୍ଡ
Native toଭାରତ
ଅଞ୍ଚଳଓଡ଼ିଶା
ମାତୃଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧]
ଦ୍ରାବିଡ଼
  • ଦକ୍ଷିଣ-କେନ୍ଦ୍ର
    • ଗୋଣ୍ଡୀ-କୁଇ
      • ମଣ୍ଡ-ପେଙ୍ଗ
        • ମଣ୍ଡ
ଭାଷା କୋଡ୍
ISO ୬୩୯-୩mha
ଗ୍ଲୋଟୋଲୋଗmand1413
ELPManda (India)

ଆଧାର ସମ୍ପାଦନା

  1. ୧.୦ ୧.୧ ମଣ୍ଡ at Ethnologue (18th ed., 2015)
  2. "Language Documentation: Manda Documentation". www.sppel.org. SPPEL - Scheme for Protection and Preservation of Endangered Languages. Retrieved 2 July 2019.

ଅଧିକ ତଥ୍ୟ ସମ୍ପାଦନା