ମଣି ରତ୍ନମ୍

ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ

ମଣି ରତ୍ନମ୍ (ଜନ୍ମନାମ: ଗୋପାଲା ରତ୍ନମ୍ ଶୁଭ୍ରମଣ୍ୟମ୍, ଜନ୍ମ: ୨ ଜୁନ ୧୯୫୬[୩]), ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ଚିତ୍ରନାଟ୍ୟ ଲେଖକ, ଯିଏକି ମୁଖ୍ୟତଃ ତାମିଲ କଥାଚିତ୍ର ଜଗତରେ କାର୍ଯ୍ୟ କରନ୍ତି । କଥାଚିତ୍ର ଜଗତ ପାଇଁ ମଣିଙ୍କର ଅବଦାନ ଯୋଗୁଁ ୨୦୦୨ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ ।

ମଣି ରତ୍ନମ୍
୨୦୧୫ରେ ନିୟୁର୍କରେ ମଣି ରତ୍ନମ
Born
ଗୋପାଲା ରତ୍ନମ୍ ଶୁଭ୍ରମଣ୍ୟମ୍

(1956-06-02) ୨ ଜୁନ ୧୯୫୬ (ବୟସ ୬୭)
ମୁଦୁରାଇ, ମାଡ୍ରାସ ରାଜ୍ୟ, ଭାରତ[୧]
Occupation(s)ଚଳଚ୍ଚିତ୍ର ନିର୍ଦ୍ଦେଶକ
ଚଳଚ୍ଚିତ୍ର ପ୍ରଯୋଜକ
ଚିତ୍ରନାଟ୍ୟ ଲେଖକ
Years active୧୯୮୩-ଏବେଯାଏଁ
Spouseସୁଭାଶିନୀ (୧୯୮୮–ଏବେଯାଏଁ)
Childrenନନ୍ଦନ (ଜନ୍ମ: ୧୯୯୨)

ମଣି ରତ୍ନମ୍‌ଙ୍କ ପରିବାର ଚଳଚ୍ଚିତ୍ର ଜଗତ ସ‌ହ ପୂର୍ବରୁ ଜଡ଼ିତ ଥିଲା[୪][୫][୬][୭], ମାତ୍ର କଳାକାର ପରିବାରରୁ ହୋଇ ମଧ୍ୟ ପିଲାବେଳେକ ମଣିଙ୍କୁ ଚଳଚ୍ଚିତ୍ର ଜଗତ ପ୍ରତି କୌଣସି ଆକୃଷ୍ଟ ନଥିଲା । ମ୍ୟାନେଜମେଣ୍ଟ ଶିକ୍ଷାରେ ସ୍ନାତକୋତ୍ତର ପରେ ସେ ଜଣେ ପରାମର୍ଶଦାତା ଭାବେ ନିଜ କାର୍ଯ୍ୟଜୀବନ ଆରମ୍ଭ କରିଥିଲେ ।[୫] ମାତ୍ର ପରେ ସେ ୧୯୮୩ ମସିହାରେ ଏକ କନ୍ନଡ଼ ଚଳଚ୍ଚିତ୍ର ପଲ୍ଲବୀ ଆନୁ ପଲ୍ଲବୀ ଜରିଆରେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୮][୯] ଏହାପରେ ତାଙ୍କର କିଛି ଚଳଚ୍ଚିତ୍ରର ବିଫଳତା ପରେ ସେ କିଛି ଚଳଚ୍ଚିତ୍ରର ସୁଯୋଗ ମଧ୍ୟ ଛାଡ଼ିଦେଇଥିଲେ । ତାଙ୍କ ନିର୍ଦ୍ଦେଶିତ ୫ମ ଚଳଚ୍ଚିତ୍ର ମୌନ ରାଗମ୍ ୧୯୮୬ ମସିହାରେ ମୁକ୍ତିଲାଭ କରିଥିଲା ଏବଂ ଏହି ଚଳଚ୍ଚିତ୍ରଟି ତାଙ୍କୁ ତାମିଲ କଥାଚିତ୍ର ଜଗତରେ ଜଣେ ଅଗ୍ରଣୀ ଚଳଚ୍ଚିତ୍ର ନିର୍ମାତା ଭାବରେ ପ୍ରିତିଷ୍ଠିତ କରାଇଥିଲା ।[୧୦] ୧୯୮୭ର ଚଳଚ୍ଚିତ୍ର ନାୟକନ୍‌ରେ ପୁଣିଥରେ ସେହି ସଫଳତାର ପୁନରାବୃତ୍ତି ହୋଇଥିଲା ।[୧୧] ମଣି ରତ୍ନମ୍‌ଙ୍କର ଚଳଚ୍ଚିତ୍ର ରୋଜା (୧୯୯୨), ବମ୍ବେ (୧୯୯୫) ଓ ଦିଲ୍ ସେ.. (୧୯୯୮) ଆତଙ୍କବାଦ ଉପରେ ଆଧାରିତ ସବୁଠାରୁ ବଡ଼ ଚଳଚ୍ଚିତ୍ର ଥିଲା ।[୧୨]

କନ୍ନଡ଼ ଚଳଚ୍ଚିତ୍ର ଜଗତରୁ କାର୍ଯ୍ୟ ଆରମ୍ଭ କରିଥିବା ମଣି ରତ୍ନମ୍ ତାମିଲ କଥାଚିତ୍ର ଜଗତ ବ୍ୟତୀତ ତେଲୁଗୁ, ମାଲାୟଲମ ଏବଂ ହିନ୍ଦୀ କଥାଚିତ୍ର ଜଗତରେ କିଛି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ୧୯୮୯ ମସିହାରେ ଅକ୍କିନେନୀ ନାଗାର୍ଜୁନଙ୍କୁ ନେଇ ମଣି ନିର୍ମାଣ କରିଥିବା ତେଲୁଗୁ ଚଳଚ୍ଚିତ୍ର ଗୀତାଞ୍ଜଳୀ ଅନେକ ସଫଳତା ପାଇଥିଲା ।[୧୩] ସେହିଭଳି ସେ ୨୦୧୦ରେ ତାମିଲରେ ନିର୍ମାଣ କରିଥିବା ଚଳଚ୍ଚିତ୍ର ରାବଣମ୍ ଚଳଚ୍ଚିତ୍ରକୁ ହିନ୍ଦୀ ଭାଷାରେ ନିର୍ମାଣ କରି ସଫଳତା ସାଉଁଣ୍ଟିଥିଲେ । କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା ବ୍ୟତୀତ ମଣୀ ରତ୍ନମ୍ ୨୦୧୫ ମସିହାରେ ତାମିଲ କଥାଚିତ୍ର ଓକେ କମ୍‌ମନୀର ଗୀତ ମଧ୍ୟ ରଚନା କରିଥିଲେ ।[୧୪] ତାମିଲ କଥାଚିତ୍ର ଜଗତର କିଛି ପ୍ରତିଷ୍ଠିତ ତ‌ଥା ନାମକରା ନାୟକମାନଙ୍କୁ ସୁଯୋଗ ଦେଇଥିଲେ ମଣି ରତ୍ନମ୍, ଯେଉଁ ଚଳଚ୍ଚିତ୍ରଗୁଡ଼ିକ ପାଇଁ ସେମାନେ ଲୋକପ୍ରିୟତା ଅର୍ଜନା କରିଥିଲେ ।

ମଣି ରତ୍ନମ୍ ୧୯୮୮ ମସିହାରେ ତାମିଲ କଥାଚିତ୍ର ଅଭିନେତ୍ରୀ ସୁବାଶିନୀଙ୍କୁ ବିବାହ କରିଥିଲେ ।[୧୫] ସୁବାଶିନୀ ମୁଖ୍ୟତଃ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ଅଭିନୟ କରନ୍ତି । ଉଭୟଙ୍କର ଗୋଟିଏ ପୁଅ ଅଛି ୧୯୯୨ ମସିହାରେ ଜନ୍ମଗ୍ରହଣ କରିଥିଲା ।[୧୬] ମଣି ରତ୍ନମ୍ ଅନେକ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି, ଯେଉଁଥିରେ ୬ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ୬ଟି ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାର ପୁରସ୍କାର ଏବଂ ୩ଟି ହିନ୍ଦୀ କଥାଚିତ୍ର ଜଗତର ଫିଲ୍ମ‌ଫେୟାର ପୁରସ୍କାର ଅନ୍ତର୍ଗତ । ମଣି ରତ୍ନମ୍‌ଙ୍କର ନିଜର ଏକ ପ୍ରଯୋଜନା ସଂସ୍ଥା ମଧ୍ୟ ଅଛି । ଏହି ପ୍ରଯୋଜନା ସଂସ୍ଥାଟି ହେଉଛି ମାଦ୍ରାସ ଟକିଜ୍ ।[୧୭]

ଆଧାର ସମ୍ପାଦନା

  1. Singh, Vidya (3 November 2011). "Maniratnam, the filmmaker". The New Indian Express. Archived from the original on 23 October 2013. Retrieved 26 May 2012.
  2. Ramkumar, Krishna (19 September 2009). "Planet plush!". The Times of India. p. 37. Archived from the original on 26 November 2013. Retrieved 23 May 2012.
  3. Shetty, Kavitha (15 February 1994). "A shooting success". India Today. Archived from the original on 23 July 2013. Retrieved 28 December 2015.
  4. N, Sathiya Moorthy. "Film producer GV commits suicide". Rediff. Archived from the original on 7 January 2017. Retrieved 17 September 2011.
  5. ୫.୦ ୫.୧ "Mani mantra for B-school". The Telegraph. Calcutta, India. 10 September 2007. Archived from the original on 14 January 2012. Retrieved 10 September 2011.
  6. S, Shivakumar (10 May 2003). "The seamier side of film financing". The Hindu. Archived from the original on 18 July 2013. Retrieved 22 May 2012.
  7. "Film producer G. Srinivasan dead". The Hindu. 28 May 2007. Archived from the original on 11 August 2011. Retrieved 17 September 2011.
  8. P. K, Ajith Kumar (27 August 2010). "A life in cinema". The Hindu. Archived from the original on 20 March 2012. Retrieved 11 March 2012.
  9. "Directorate of Film Festival" (PDF). Directorate of Film Festivals. Archived (PDF) from the original on 17 October 2014. Retrieved 11 February 2011.
  10. Srinivasan, Pavithra (9 June 2010). "Nayagan (1987)". Chennai: Rediff. Archived from the original on 6 October 2014. Retrieved 11 September 2011.
  11. "Nayagan/Dayavan". Rediff. 29 March 2011. Archived from the original on 18 May 2012. Retrieved 1 June 2012.
  12. "Mani Ratnam admitted to hospital". The Indian Express. 15 April 2009. Retrieved 10 September 2011.
  13. "37th National Film Awards" (PDF). Directorate of Film Festivals. Archived (PDF) from the original on 2 October 2013. Retrieved 25 May 2012.
  14. "Dil Raju suggested 'Ok Bangaram' title to Mani Ratnam". The Indian Express. 23 March 2015. Archived from the original on 3 April 2015. Retrieved 25 March 2015.
  15. S. Pradhan, Bharathi (31 October 2010). "Star wives with working lives". The Telegraph. Calcutta, India. Archived from the original on 2 November 2012. Retrieved 10 September 2011.
  16. Press Trust of India (2 April 2008). "Mani Ratnam's son a hit at party meet". The Indian Express. Archived from the original on 10 November 2012. Retrieved 21 May 2012.
  17. "Security cover for Mani Ratnam reviewed". The Hindu. Chennai, India. 18 January 2003. Archived from the original on 13 September 2012. Retrieved 10 September 2011.

ବାହାର ଆଧାର ସମ୍ପାଦନା