ମଞ୍ଜୁଲା ଚେଲ୍ଲୂର (ଜନ୍ମ: 5 ଡିସେମ୍ବର1955) ମୁମ୍ବାଇ ଉଚ୍ଚ ନ୍ୟାୟାଳୟର ଦ୍ୱିତୀୟ ମୁଖ୍ୟ ବିଚାରପତି ଅଟନ୍ତି । ଉଲ୍ଲେଖନୀୟ ହୋଇଛି କି, ତାଙ୍କର ପୂର୍ବବର୍ଷ , 1994 ମସିହାରେ ସୁଜାତା ମନୋହର ହାଇକୋର୍ଟର ପ୍ରଥମ ମହିଳା ବିଚାରପତି ରୂପେ ନିଯୁକ୍ତ ହୋଇଥିଲେ ।[୧]

ମାନନୀୟ ମଞ୍ଜୁଲା ଚେଲ୍ଲୂର

ଏହା ପୂର୍ବରୁ ସେ କଲିକତା ଉଚ୍ଚ ନ୍ୟାୟାଳୟରେ ମୁଖ୍ୟ ବିଚାରପତି ରୂପେ କାର୍ଯ୍ୟରତ ଥିଲେ । ସେ 5 ଅଗଷ୍ଟ 2014 ମସିହାରେ ମୁଖ୍ୟ ବିଚାରପତି ରୂପେ ଶପଥ ନେଇଥିଲେ । ସେ କଲିକତା ଉଚ୍ଚ ନ୍ୟାୟାଳୟର 37 ତମ ବିଚାରପତି ଥିଲେ ଏବଂ ସେ ନ୍ୟାୟମୂର୍ତ୍ତି ଅରୁଣ ମିଶ୍ରାଙ୍କ ସଙ୍ଗତି ଗ୍ରହଣ କରିଥିଲେ , ଯିଏ ଉଚ୍ଚତମ ନ୍ୟାୟାଳୟରେ ବିଚାରପତି ରୂପେ ନିଯୁକ୍ତି ହୋଇଥିଲେ ।[୨]

ପ୍ରାରମ୍ଭିକ ଜୀବନ ଓ କ୍ୟାରିଅର ସମ୍ପାଦନା

ମଞ୍ଜୁଲା ଚେଲ୍ଲୂର 5 ଡିସେମ୍ବର 1955 ମସିହାରେ ଜନ୍ମ ହୋଇଥିଲେ । ସେ ବେଲ୍ଲାରୀ କଲେଜରୁ ସ୍ନାତକ ଶିକ୍ଷା ଗ୍ରହଣ କରିଥିଲେ ଏବଂ 1977 ମସିହାରେ ବାଙ୍ଗାଲୋରରୁ ଓକିଲାତି ଡିଗ୍ରୀ ହାସଲ କରିଥିଲେ । ପୁନଶ୍ଚ ବେଲ୍ଲାରୀ କଲେଜରେ ପ୍ରାକ୍ଟିସ କରୁଥିବା ପ୍ରଥମ ମହିଳା ଆଇନଜୀବୀ ଅଟନ୍ତି । 1988 ମସିହାରେ ପ୍ରଥମ ଜିଲ୍ଲାକୋର୍ଟରେ ବିଚାରପତି ହୋଇଥିଲେ । ସେ ବାଙ୍ଗାଲୋରରେ ପ୍ରିନ୍ସିପାଲ ଜଜ୍ ହିସାବରେ ଯୋଗ ଦେଇଥିଲେ । ପରେ କର୍ଣ୍ଣାଟକ ହାଇକୋର୍ଟର ପ୍ରଥମ ମହିଳା ଜଜ୍ ହୋଇଥିଲେ । ପ୍ରଥମେ ତାଙ୍କୁ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ପଦ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ସେ ମୁମ୍ବାଇର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଅଟନ୍ତି ।[୩]

ଆଧାର ସମ୍ପାଦନା

  1. ଭାରତ ସରକାରର ନ୍ୟାୟ ବିଭାଗର ଅଧିସୂଚନା(ଇଂରାଜୀ ରେ)
  2. "ମଞ୍ଜୁଲା ଚେଲ୍ଲୂର ଉଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ମୁଖ୍ୟ ବିଚାରପତି". ଅର୍ଯ୍ୟବ୍ରତ. 05 ଅଗଷ୍ଟ2014. Retrieved 30 ଏପ୍ରିଲ2015. {{cite web}}: Check date values in: |accessdate= and |date= (help); Cite has empty unknown parameter: |trans_title= (help)
  3. "ଡଃ ମଞ୍ଜୁଲା ଚେଲ୍ଲୂର (Manjula Chellur) ଚିଫ ଜଷ୍ଟିସ ଏ ପି ହାଇକୋର୍ଟ". ସିୟାସତ. 29 ମାର୍ଚ୍ଚ2013. Retrieved 30 ଏପ୍ରିଲ2015. {{cite web}}: Check date values in: |accessdate= and |date= (help); Cite has empty unknown parameter: |trans_title= (help)